ବିକ୍ରି ହେବ କି ରେଲୱେ ? ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ

ନୂଆଦିଲ୍ଲୀ: ରେଲୱେକୁ ଘରୋଇକରଣ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏହାକୁ ଖଣ୍ଡନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏମିତିକି ଭବିଷ୍ୟତରେ ମଧ୍ୟ ଏହା ହେବାର ସମ୍ଭାବନା ନାହିଁ ବୋଲି ଅଶ୍ୱିନୀ କହିଛନ୍ତି। ନ୍ୟୁଜ-୧୮ରଚୌପାଲ ଇଭେଣ୍ଟରେ ଯୋଗ ଦେଇ ଅଶ୍ୱିନୀ ବୈଷ୍ଣବ ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ଯୋଜନା ନାହିଁ।  ଏହା ଏକ ବିଶାଳ ଏବଂ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା। ଅଶ୍ୱିନୀ କହିଛନ୍ତି ଯେ, ମୁଁ […]

790

Tapas Behera
  • Published: Thursday, 02 December 2021
  • , Updated: 02 December 2021, 06:35 PM IST

ନୂଆଦିଲ୍ଲୀ: ରେଲୱେକୁ ଘରୋଇକରଣ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏହାକୁ ଖଣ୍ଡନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏମିତିକି ଭବିଷ୍ୟତରେ ମଧ୍ୟ ଏହା ହେବାର ସମ୍ଭାବନା ନାହିଁ ବୋଲି ଅଶ୍ୱିନୀ କହିଛନ୍ତି। ନ୍ୟୁଜ-୧୮ରଚୌପାଲ ଇଭେଣ୍ଟରେ ଯୋଗ ଦେଇ ଅଶ୍ୱିନୀ ବୈଷ୍ଣବ ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ଯୋଜନା ନାହିଁ।  ଏହା ଏକ ବିଶାଳ ଏବଂ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା। ଅଶ୍ୱିନୀ କହିଛନ୍ତି ଯେ, ମୁଁ ଆଶ୍ୱସନା ଦେବାକୁ ଚାହେଁ ଯେ, ଭାରତୀୟ ରେଲୱେ ବ୍ୟକ୍ତିଗତ ହାତକୁ ଯିବ ନାହିଁ।  ରେଳବାଇ ହେଉଛି ଭାରତର ସମ୍ପତ୍ତି ଏବଂ ଏହା କେବେ ଘରୋଇକରଣ ହେବ ନାହିଁ। ଏହା ପ୍ରତ୍ୟେକ ଭାରତୀୟଙ୍କର ସମ୍ପତ୍ତି ଏବଂ ତାହା ବଜାୟ ରହିବ ବୋଲି ସେ କହିଛନ୍ତି।

ତେବେ ଭାରତୀୟ ରେଳବାଇର ଅଧିକ କାର୍ଯ୍ୟକ୍ଷମତା ପାଇଁ ଘରୋଇ ନିବେଶକୁ ଉତ୍ସାହିତ କରାଯିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ରାଜ୍ୟସଭାରେ ଏକ ପ୍ରଶ୍ନରେ ଉତ୍ତର ଦେଇ ଅଶ୍ୱିନୀ ଭାରତୀୟ ରେଲୱେରେ ବିକାଶ ପାଇଁ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ଗରୁତ୍ୱାରୋପ କରିଥିଲେ। ବିଶେଷ କରି ରେଲୱେ ନେଟୱର୍କର ଉନ୍ନତି , ଯାତ୍ରୀମାନଙ୍କ ସୁବିଧା ଓ ମାଲ ପରିବହନନୁ ଅଧିକ ସୁଗମ କରିବା ପାଇଁ ପିପିପି ମୁଡ୍‌ର ବିନିଯୋଗ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ୨୦୧୮ରୁ ୨୦୩୦ ମଧ୍ୟରେ  ଭାରତୀୟ ରେଲୱେରେ ୫୦ ଲକ୍ଷ କୋଟି ଟଙ୍କା ବିନିଯୋଗ ଆବଶ୍ୟକ ରହିଛି ବୋଲି ସେ ଆକଳନ କରିଛନ୍ତି ।  ଆଧୁନିକ ରେକ୍ ବ୍ରବସ୍ଥା କରି ସିଲେକ୍ଟ ରୁଟରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଲଗାଇବା ପାଇଁ ପିପିପି ମୋଡ୍ ବ୍ୟବହାର କରିବାକୁ ମଧ୍ୟ ପ୍ରସ୍ତାବ ରହିଥିବା ସେ କହିଛନ୍ତି।

ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱର୍କ । ୬୪୦୦୦ ରୁଟ କିଲୋମିଟର ଦେଇ ଦୈନିକ  ୧୩,୦୦୦ ରୁ ଅଧିକ ଯାତ୍ରୀବାହୀ ଟ୍ରେନ ଯାତ୍ରା କରିଥାଏ।  ଯେଉଁଥିରେ ୨୩ ନିୟୁତ ଯାତ୍ରୀ ପରିବହନ ହୋଇଥାନ୍ତି।

Related story