ଅଗ୍ନିପଥ ଯୋଜନା: ୨୫୯ କୋଟି ଟଙ୍କା କ୍ଷତି ସହିଲା ରେଲୱେ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଓ ପୋଡ଼ାଜଳାରେ ଭାରତୀୟ ରେଲୱେ ବ୍ୟାପକ କ୍ଷତି ସହିଛି। ଏ ସମ୍ପର୍କରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି। ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା। ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି। ଜୁନ୍‌ରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲୱେ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା ସଂସଦରେ ଲିଖିତ ଭାବେ ଅଶ୍ୱିନୀ […]

rail

Tapas Behera
  • Published: Friday, 22 July 2022
  • , Updated: 22 July 2022, 06:39 PM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଓ ପୋଡ଼ାଜଳାରେ ଭାରତୀୟ ରେଲୱେ ବ୍ୟାପକ କ୍ଷତି ସହିଛି। ଏ ସମ୍ପର୍କରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି। ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା। ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି। ଜୁନ୍‌ରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲୱେ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା ସଂସଦରେ ଲିଖିତ ଭାବେ ଅଶ୍ୱିନୀ ଉତ୍ତର ଦେଇଥିବା ଜଣାପଡ଼ିଛି। ତେବେ ଯେଉଁ ସବୁ ଟ୍ରେନ ବାତିଲ କରାଯାଇଥିଲା ତାହା ଚାଲୁ ହୋଇସାରିଥିବା ସେ କହିଛନ୍ତି ।

ଏକାଧିକ ଟ୍ରେନ୍‌ ବାତିଲ  ଓ ପୋଡ଼ାଜଳା ଯୋଗୁ ଯୋଗୁ ଜୁନ୍‌ ୧୪ରୁ ୩୦ ମଧ୍ୟରେ କ୍ଷତି ହୋଇଥିବା ପ୍ରାୟ ୧୦୨.୯୬ କୋଟି ଟଙ୍କା ମଞ୍ଜୁର  ହୋଇଛି। ଗତ ୩ ବର୍ଷ ଧରି ବିଭିନ୍ନ କାରଣରୁ ଆନ୍ଦୋଳନ ଯୋଗୁ ରେଲୱେ ବ୍ୟାପକ କ୍ଷତି ସହି ଆସୁଛି। ୨୦୧୯ରେ ୧୫୧ କୋଟି ଟଙ୍କା, ୨୦୨୦ରେ ୯୦୪ କୋଟି ଟଙ୍କା ଏବଂ ୨୦୨୧ରେ ୬୨ କୋଟି ଟଙ୍କାର ରେଲୱେ କ୍ଷତି ସହିଥିବା ସେ କହିଛନ୍ତି। ସୂଚନ ଅନୁଯାୟୀ, ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଥିଲା ।

ବିକ୍ଷୋଭକାରୀ ଉଗ୍ରରୂପ ପ୍ରଦର୍ଶନ କରିବା ପରେ ଟ୍ରେନ ସେବା ଗଭୀର ଭାବରେ ପ୍ରଭାବିତ ହୋଇ ଥିଲା।  ପ୍ରାୟ ୨୦୦୦ ଟ୍ରେନ ପ୍ରଭାବିତ ହୋଇଥିବା ବେଳେ  କିଛି ଟ୍ରେନ୍‌ ପୋଡ଼ଜଳା କରାଯାଇଥିଲା। ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଅଗ୍ନିପଥ ନିଆଁ ବ୍ୟାପକ ହୋଇଥିଲା।

Related story