ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ ମୋଦି: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ତୁରନ୍ତ ସେ ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ। ଏଥିସହ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ଏବଂ ଔରଙ୍ଗାବାଦ ନାମକୁ ପରିବର୍ତ୍ତନ କରି […]

Raj

Tapas Behera
  • Published: Sunday, 22 May 2022
  • , Updated: 22 May 2022, 04:02 PM IST

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ତୁରନ୍ତ ସେ ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ। ଏଥିସହ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ଏବଂ ଔରଙ୍ଗାବାଦ ନାମକୁ ପରିବର୍ତ୍ତନ କରି ସାମ୍ଭାଜୀନଗର ରଖିବାକୁ ଅପିଲ କରିଛନ୍ତି । ଆଜିର ରାଲିରେ ଏମଏନଏସ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାର ମହାରାଷ୍ଟ୍ରରେ ଏଆଇଏମଆଇଏମ ଦଳକୁ  ପ୍ରବେଶ ପାଇଁ ରସ୍ତା ଦେଖାଇଛନ୍ତି ।

ଔରଙ୍ଗାବାଦରେ ଲୋକସଭା ଆସନକୁ ଏଆଇଏମଆଏମ ଦଖଲ ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାର ଚାହୁଁଛି। ମାହାରାଷ୍ଟ୍ରରେ ଏଆଇଏମଆଇଏମର ଶାଖାର ପ୍ରସାର ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଔରଙ୍ଗାବାଦରେ ଜଣେ ଏଆଇଏମଆଇଏମ ନେତା ଜଣେ ଶିବସେନା ନେତାଙ୍କୁ ହରାଇ ଏମପି ହେବା ଆଶ୍ଚର୍ଯ୍ୟଜନକ  ବୋଲି ରାଜ ଠାକରେ କହିଛନ୍ତି।  ଯଦି ଏଆଇଏମଆଇଏମର ନିର୍ବାଚିତ ନେତା ଔରଙ୍ଗାବାଦରେ ଥିବା ଔରଙ୍ଗାଜେବଙ୍କ ଗମ୍ଭୁଜକୁ ଯାଇ ପ୍ରାର୍ଥନା କରନ୍ତି ତେବେ ମୋତେ ଲାଗୁଛି ମହାରାଷ୍ଟ୍ରରେ ନିଆଁ ଜଳିବ। ମୋଗଲ ରାଜା ଔରଙ୍ଗାଜେବ ଯିଏ କି ଛତ୍ରପତି ଶିବାଜୀଙ୍କୁ ହତ୍ୟା କରିବା ପାଇଁ ଏଠାକୁ ଆସିଥିଲେ।

ଏହିପରିପ୍ରେକ୍ଷୀରେ ରାଜ ଠାକରେ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଶରଦ ପାୱାରଙ୍କ ମତରେ ଔରଙ୍ଗାଜେବ ଏଠାକକୁ ସାମ୍ରାଜ୍ୟ ବିସ୍ତାର ପାଇଁ ଆସିଥିବା ରାଜ ଠାକରେ  କହିଛନ୍ତି । ସେହିପରି ନିଜର ଅଯୋଧ୍ୟା ଯାତ୍ରା ସ୍ତଗିତକୁ ନେଇ କାରଣ କହିଛନ୍ତି ରାଜ ଠାକରେ । ସେ କହିଛନ୍ତି ଯେ, ଶାରିରୀକ ଅସୁସ୍ଥତା ଥିବା ଏବଂ ଚିକିତ୍ସା ଚାଲିଥିବାରୁ ଅଯୋଧ୍ୟା ଗସ୍ତ ସ୍ତଗିତ ରଖିଥିବା ସେ କହିଛନ୍ତି।  କିନ୍ତୁ ମୋ ବିଷୟରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯାଉଛି। ଗଣମାଦ୍ୟମ ଏହି ଅପପ୍ରଚାର ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି।

Related story