ବାହାଘର ପାର୍ଟିରେ ବୁଲେଟ୍ ମାଡ଼, ୨ ମୃତ: ବର ଆହତ

ଜୟପୁର: ଦିନକ ପରେ ହୋଇଥାନ୍ତା ବାହାଘର। ତେଣୁ ତାପୂର୍ବଦିନ ଆୟୋଜନ ହୋଇଥିଲା ବିବାହ ପାର୍ଟି। ଖୋଦ ବର ସହ ସାଙ୍ଗସାଥୀମାନେ ନାଚ ଗୀତ ସହ ମଜା ମଉଜରେ ମାତିଥିଲେ। ଏହି ସମୟରେ ହଠାତ୍‌ ଫୁଟିଥିଲା ଗୁଳି।  ଗୁଳି ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର ଗୁରୁତର ହୋଇଛନ୍ତି। ଶନିବାର ରାଜସ୍ଥାନର ଶିକାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବରର ସାଙ୍ଗମାନେ ଏହି ଗୁଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଶିକାର ଏସପି କୁନୱାର ରାଷ୍ଟ୍ରଦୀପ […]

Marriage

Tapas Behera
  • Published: Monday, 11 April 2022
  • , Updated: 11 April 2022, 04:44 PM IST

ଜୟପୁର: ଦିନକ ପରେ ହୋଇଥାନ୍ତା ବାହାଘର। ତେଣୁ ତାପୂର୍ବଦିନ ଆୟୋଜନ ହୋଇଥିଲା ବିବାହ ପାର୍ଟି। ଖୋଦ ବର ସହ ସାଙ୍ଗସାଥୀମାନେ ନାଚ ଗୀତ ସହ ମଜା ମଉଜରେ ମାତିଥିଲେ। ଏହି ସମୟରେ ହଠାତ୍‌ ଫୁଟିଥିଲା ଗୁଳି।  ଗୁଳି ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର ଗୁରୁତର ହୋଇଛନ୍ତି। ଶନିବାର ରାଜସ୍ଥାନର ଶିକାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବରର ସାଙ୍ଗମାନେ ଏହି ଗୁଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଶିକାର ଏସପି କୁନୱାର ରାଷ୍ଟ୍ରଦୀପ ଏହା କହିଛନ୍ତି।

ବିବାହ ହେବାକୁ ଥିବା ବର ଜଣକ ହେଉଛନ୍ତି କିରଡୋଲିର ସଂଗ୍ରାମ ସିଂହ। ଏପ୍ରିଲ ୧୦ ତାରିଖରେ ତାଙ୍କ ବାହାଘର ଧାର୍ଯ୍ୟ ହୋଇଥିଲା। ଏଥିପାଇଁ କେତେ କଣ ଆୟୋଜନ ହୋଇଥିଲା। ହେଲେ ବାହାଘରର ଦିନକ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଯାଇଛି।  ଆଉ ମଉଳି ଯାଇଛି ସବୁ ଖୁସି। ବାହାଘର ଦିନକ ପର୍ବରୁ ଏକ ନୃତ୍ୟଗୀତ ପାର୍ଟିର ଆୟୋଜନ କରାଯାଥିଲା।

ଏଥିରେ ବର ସହ ତାଙ୍କର ସାଙ୍ଗସାଥୀମାନେ ସେଲିବ୍ରେସନରେ ମାତିଥିଲେ।  ତେବେ ନାଚ ଗୀତ ଚାଲୁଥିବା ଳେବେ ହଠାତ୍ ସଂଗ୍ରାମଙ୍କର କିଛି ସାଙ୍ଗ ଗୁଳି ମାଡ଼ କରିଥିଲେ। ତାବେ ଗୋଟିଏ ଗୁଳି ସଂଗ୍ରାମଙ୍କ ଗୋଡ଼ରେ ବାଜିଥିଲା। ସେ ଗୁରୁତର ହୋଇଛନ୍ତି। ହେଲେ ଏହି ଗୁଡ଼ି ମାଡ଼ରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୃ ଘଟିଛି। ମୃତକ ଦୁଇଜଣ  ହେଲେ  ଜୋଧପୁରର ସୁରେଶ ଏବଂ ସୁନୀଲ କୁମାର। ଉଭୟୟଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳି ମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।

Related story