ରାଜସ୍ଥାନ: ବ‍ଢ଼ିଲା କର୍ଫ୍ୟୁ ଅବଧି

ଜୟପୁର: ରାଜସ୍ଥାନର ହିଂସା ପ୍ରଭାବିତ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। ତେବେ ଏପ୍ରିଲ ୧୫ ଓ ୧୬ ଦୁଇଦିନ କର୍ଫ୍ୟୁ କଟକଣା କୋହଳ କରାଯାଇଛି। ଏହି ଦୁଇ ଦିନ ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ। ସାମ୍ପ୍ରଦାୟିକ ହିଂକାକାଣ୍ଡ ଘଟିବା ପରେ ଉତ୍ତେଜନା ଲାଗି ରହିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।  ସୂଚନା […]

ramnabami

Tapas Behera
  • Published: Thursday, 14 April 2022
  • , Updated: 14 April 2022, 09:17 PM IST

ଜୟପୁର: ରାଜସ୍ଥାନର ହିଂସା ପ୍ରଭାବିତ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। ତେବେ ଏପ୍ରିଲ ୧୫ ଓ ୧୬ ଦୁଇଦିନ କର୍ଫ୍ୟୁ କଟକଣା କୋହଳ କରାଯାଇଛି। ଏହି ଦୁଇ ଦିନ ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ। ସାମ୍ପ୍ରଦାୟିକ ହିଂକାକାଣ୍ଡ ଘଟିବା ପରେ ଉତ୍ତେଜନା ଲାଗି ରହିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।  ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨ରେ  କରୌଲିରେ ଦୁଇ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ଘଟି ଉତ୍ତେଜନା ଲାଗି ରହିଛି। ହିନ୍ଦୁ ନବବର୍ଷ ଅବସରରେ ଏକ ବାଇଇ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲ। ଏହି ବାଇକ୍‌ ଶୋଭାଯାତ୍ରା ଉପରକୁ ଅନ୍ୟ ଏକ ଗୋଷ୍ଠୀ ପଥରମାଡ଼ କରିଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟି ୧୧ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୮ ଜଣ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି। ଆରଏସଏସ ଏବଂ ବଜରଙ୍ଗ ଦଳପକ୍ଷରୁ ଏହି ଶୋଭାଯାତ୍ରା ବାହାରିଥିଲା।  ଏହାପରେ ସ୍ଥାନୀୟ ଅଞ୍ଚଳରେ ଦୋକାନ  ଓ ଘର ଦ୍ୱାର ଜାଳି ଦିଆଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଗତ ଶନିବାର ଦିନ କିଛି ହିନ୍ଦୁ ସଂପ୍ରଦାୟର ଲୋକ ନବବର୍ଷ ପାଳନ ଅବସରରେ ଏକ ବାଇକ ରାଲି କରିଥିଲେ ।

ହେଲେ ରାଲି ଚାଲିଥିବା ବେଳେ କିଛି ଅସାମାଜିକ ଲୋକ ରାଲି ଉପରକୁ ଟେକା ପଥର ମାଡ କରିଥିଲେ । ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହି ହିଂସା ପଛରେ ଥିବା ଅପରାଧୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଏହି ଘଟଣା ପଛରେ କିଛି ରାଜନୈତିକ ସଡଯନ୍ତ୍ର ଥିବା କଥା ଗେହଲଟ ଅଭିଯୋଗ କରିଥିଲେ।

Related story