ବିଲ୍‌ ପାରିତ, ବାଲ୍ୟ ବିବାହର ୩୦ ଦିନ ମଧ୍ୟରେ ପଞ୍ଜିକରଣ ଜରୁରୀ

ଜୟପୁର: ଦେଶରେ ବାଲ୍ୟ ବିବାହ ଅବୈଧ ହୋଇଥିଲେ ହେଁ ରାଜସ୍ଥାନ ସରକାର ଗୋଟିଏ ଅଜବ ବିଲ୍‌ ପାରିତ କରିଛନ୍ତି। ଅବଶ୍ୟ ବିବାହରେ ବାଲ୍ୟ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇ ନାହିଁ। କିନ୍ତୁ ଯଦି କେହି ବାଲ୍ୟ ବିବାହ କରୁଛି, ତା’ହେଲେ ତାଙ୍କୁ ୩୦ ଦିନ ମଧ୍ୟରେ ଏହାର ପଞ୍ଜିକରଣ କରିବାକୁ ପଡ଼ିବ। ରାଜସ୍ଥାନ ସରକାର ଆଜି ବିଲ୍‌କୁ ଗୃହରେ ଉପସ୍ଥାପନ କରିବା ବେଳେ ପ୍ରବଳ ହଟ୍ଟୋଗଳ ହୋଇଥିଲା। ତେବେ ସରକାର ୨୦୦୯ ବିବାହ ପଞ୍ଜିକରଣ ଆଇନକୁ ସଂଶୋଧନ […]

Child-Marriage

Hemant Lenka
  • Published: Saturday, 18 September 2021
  • , Updated: 18 September 2021, 05:30 PM IST

ଜୟପୁର: ଦେଶରେ ବାଲ୍ୟ ବିବାହ ଅବୈଧ ହୋଇଥିଲେ ହେଁ ରାଜସ୍ଥାନ ସରକାର ଗୋଟିଏ ଅଜବ ବିଲ୍‌ ପାରିତ କରିଛନ୍ତି। ଅବଶ୍ୟ ବିବାହରେ ବାଲ୍ୟ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇ ନାହିଁ। କିନ୍ତୁ ଯଦି କେହି ବାଲ୍ୟ ବିବାହ କରୁଛି, ତା’ହେଲେ ତାଙ୍କୁ ୩୦ ଦିନ ମଧ୍ୟରେ ଏହାର ପଞ୍ଜିକରଣ କରିବାକୁ ପଡ଼ିବ।

ରାଜସ୍ଥାନ ସରକାର ଆଜି ବିଲ୍‌କୁ ଗୃହରେ ଉପସ୍ଥାପନ କରିବା ବେଳେ ପ୍ରବଳ ହଟ୍ଟୋଗଳ ହୋଇଥିଲା। ତେବେ ସରକାର ୨୦୦୯ ବିବାହ ପଞ୍ଜିକରଣ ଆଇନକୁ ସଂଶୋଧନ କରିବାକୁ ଆଣିଥିବା Rajasthan Compulsory Registration of Marriages (Amendment) Bill, 2021 ଭୟସ ଭୋଟ ଜରିଆରେ ପାରିତ ହୋଇଛି। ବିଲ୍‌ରେ କୁହାଯାଇଛି ଯେ କନ୍ୟା ଓ ବର ଯେଉଁ ସ୍ଥାନରେ ୩୦ରୁ ଅଧିନ ଦିନ ରହୁଛନ୍ତି, ସେଠାକାର ସ୍ଥାନୀୟ ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ।

ସେହିପରି ୨୧ ବର୍ଷରୁ କମ ବୟସର ବର ଓ ୧୮ ବର୍ଷରୁ କମ ବୟସ୍କ କନ୍ୟାଙ୍କର ଯଦି ବାହାଘର ହେଉଛି, ତା’ହେଲେ ବାହାଘରର ୩୦ ଦିନ ମଧ୍ୟରେ ସେମାନଙ୍କ ବାପା ମା’ କିମ୍ବା ଅଭିଭାବକମାନେ ପଞ୍ଜିକରଣ ପାଇଁ ଆବେଦନ କରିବାକୁ ବାଧ୍ୟ ବୋଲି ବିଲ୍‌ରେ କୁହାଯାଇଛି।

ତେବେ ଏହାକୁ ବିରୋଧୀ ଭାରତୀୟ ଜନତା ପାର୍ଟି ଜୋରଦାର ବିରୋଧ କରିଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ କହିଛନ୍ତି, “ମୁଁ ଭାବୁଛି ଏହି ଆଇନ ସଂପୂର୍ଣ୍ଣ ଭାବେ ଭୁଲ। ଯେଉଁ ବିଧାୟକମାନେ ଏହାକୁ ପାରିତ କରିଛନ୍ତି, ସେମାନେ ଏହାକୁ ଭଲ ଭାବେ ଦେଖିନାହାନ୍ତି। ବାଲ୍ୟ ବିବାହ ବିରୋଧରେ ବର୍ତ୍ତମାନ ପ୍ରଚଳିତ ଆଇନକୁ ପାରିତ ବିଲ୍‌ର ଧାରା ୮ରେ ଥିବା ବ୍ୟବସ୍ଥା ଉଲ୍ଲଙ୍ଘନ କରୁଛି।”

ଅନ୍ୟପକ୍ଷରେ ରାଜସ୍ଥାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି କୁମାର ଧାରିୱାଲ କହିଛନ୍ତି, “ଏହି ବିଲ୍‌ରେ କୌଣସି ସ୍ଥାନରେ ବାଲ୍ୟ ବିବାହକୁ ବୈଧ ବୋଲି କୁହାଯାଇ ନାହିଁ। ବିଲ୍‌ରେ କେବଳ ବିବାହ ପରେ ପଞ୍ଜିକରଣ ଜରୁରୀ ବୋଲି କୁହାଯାଇଛି। ଏହାର ଅର୍ଥ ନୁହେଁ ଯେ ବାଲ୍ୟ ବିବାହ ବୈଧ।

ଯଦି ଜିଲ୍ଲାପାଳ ଚାହିଁବେ, ତା’ହେଲେ ବାଲ୍ୟ ବିବାହ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଲ୍‌ ପାରିତ ହୋଇଥିବାରୁ ବିବାହିତମାନେ ଏଣିକି ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ସ୍ତରରେ ବିବାହର ପଞ୍ଜିକରଣ କରିପାରିବେ। ଅଫିସରମାନେ ବିବାହ ପଞ୍ଜିକରଣର ସମୀକ୍ଷା ଓ ତଦାରଖ କରିପାରିବେ। ସାଧାରଣ ଲୋକମାନେ ପୂର୍ବରୁ ପଞ୍ଜିକରଣ ପାଇଁ ଭୋଗୁଥିବା ସମସ୍ୟାରୁ ମୁକ୍ତି ପାଇବେ।”

ତଥାପି ବିରୋଧୀ ଦଳଗୁଡ଼ିକ ବିଲ୍‌କୁ ବିରୋଧ କରି ନାରାବାଜୀ କରିଛନ୍ତି। ବିଲ୍‌ ଦ୍ୱାରା ରାଜସ୍ଥାନ ସରକାର ବାଲ୍ୟ ବିବାହକୁ ବୈଧ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

Related story