ସଚିବଙ୍କୁ ମନ୍ତ୍ରୀ ପଦ ଦେଇ ଦିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ମନ୍ତ୍ରୀ

ଜୟପୁର: ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁ ଅତିଷ୍ଠ ହୋଇଛନ୍ତି ରାଜସ୍ଥାନର ଜଣେ ମନ୍ତ୍ରୀ। ଅମଲାମାନଙ୍କ ହସ୍ତକ୍ଷେପ ଯୋଗୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ମଧ୍ୟ କହିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ହତାଶ କରିବା ଭଳି ମନ୍ତ୍ରୀ ପଦରୁ ତାଙ୍କୁ ମୁକ୍ତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ରାଜସ୍ଥାନର ମନ୍ତ୍ରୀ ଅଶୋକ ଚନ୍ଦନା ଟ୍ୱିଟ କରି କହିଛନ୍ତି, “ମାନନୀୟ ମୁଖ୍ୟମନ୍ତ୍ରୀ, ମୁଁ […]

minister

Hemant Lenka
  • Published: Friday, 27 May 2022
  • , Updated: 27 May 2022, 01:04 PM IST

ଜୟପୁର: ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁ ଅତିଷ୍ଠ ହୋଇଛନ୍ତି ରାଜସ୍ଥାନର ଜଣେ ମନ୍ତ୍ରୀ। ଅମଲାମାନଙ୍କ ହସ୍ତକ୍ଷେପ ଯୋଗୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ମଧ୍ୟ କହିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ହତାଶ କରିବା ଭଳି ମନ୍ତ୍ରୀ ପଦରୁ ତାଙ୍କୁ ମୁକ୍ତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ରାଜସ୍ଥାନର ମନ୍ତ୍ରୀ ଅଶୋକ ଚନ୍ଦନା ଟ୍ୱିଟ କରି କହିଛନ୍ତି, “ମାନନୀୟ ମୁଖ୍ୟମନ୍ତ୍ରୀ, ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋତେ ଏପରି ନିଷ୍ଠୁରତା ଭରି ରହିଥିବା ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ। ମୋର ସବୁ ବିଭାଗର ଦାୟିତ୍ୱ ଶ୍ରୀ କୁଲଦୀପ ରଙ୍କାକୁ ଦେଇ ଦିଅନ୍ତୁ। କାରଣ ସେ ହିଁ ପ୍ରକୃତରେ ସବୁ ବିଭାଗର ମନ୍ତ୍ରୀ। ଧନ୍ୟବାଦ।”

କୁଲଦୀପ ରଙ୍କା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପ୍ରନ୍ସିପାଲ ସଚିବ। ସେ ମନ୍ତ୍ରୀଙ୍କୁ ମୁକ୍ତ ଭାବେ କାମ କରିବାକୁ ଦେଉ ନଥିବାରୁ ଅଶୋକ ଚନ୍ଦନା ରାଗରେ ମନ୍ତ୍ରୀ ପଦ ଛାଡ଼ିବାକୁ ଆଗ୍ରହ ଦେଖାଇଛନ୍ତି। ବର୍ତ୍ତମାନ ସେ ରାଜସ୍ଥାନର କ୍ରୀଡ଼ା ଓ ଯୁବ ବ୍ୟାପାର ସହ ଦକ୍ଷତା ବିକାଶ, ନିଯୁକ୍ତି, ଉଦ୍ୟୋଗୀ, ବିପର୍ଯ୍ୟୟ ପ୍ରଶମନ ଓ ରିଲିଫ ବିଭାଗର ମନ୍ତ୍ରୀ ରହିଛନ୍ତି।

ଏହାପୂର୍ବରୁ ବିଧାୟକ ଗଣେଶ ଘୋଗ୍ରା ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସ୍ଥାନୀୟ ଅଧିକାରୀମାନେ ତାଙ୍କ କଥା ଶୁଣୁ ନଥିବାରୁ ସେ ଏଥିରେ ରାଗି ଯାଇ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଅଶୋକ ଓ ଗଣେଶଙ୍କ ଏପରି ଖୋଲାଖୋଲି ବିଦ୍ରୋହ ପରେ ବିଜେପି କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ରାଜସ୍ଥାନ ବିଜେପି ମୁଖ୍ୟ ସତୀଶ ପୁନିଆ ଟ୍ୱିଟ କରି କହିଛି, “ଜାହାଜ ବୁଡ଼ିବା ଆରମ୍ଭ ହେଲାଣି। ୨୦୨୩ର ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଲାଣି।”

ସୂଚନାଯୋଗ୍ୟ, ୨୦୨୩ରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟ ହେବ। ଏହାକୁ ଦୃଷ୍ଟିରେ ରଖି ସତୀଶ ଏପରି କହିଛନ୍ତି।

Related story