ସରପଞ୍ଚମାନେ ଦୁର୍ନୀତିଗ୍ରସ୍ତ କହିବାରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି

ଜୟପୁର: ମନ୍ତ୍ରୀଙ୍କ ବିରୋଧରେ ସରପଞ୍ଚଙ୍କ ମେଳି। ମନ୍ତ୍ରୀଙ୍କ ବୟାନକୁ ନେଇ ଖପ୍ପା ହୋଇଛନ୍ତି ସରପଞ୍ଚ। ସରପଞ୍ଚମାନଙ୍କୁ ଦୁର୍ନୀତିଗ୍ରସ୍ତ କହିବା ପରେ ସେମାନେ ମିଳିତ ଭାବେ ରାଜାରାସ୍ତାକୁ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାଜସ୍ଥାନର ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମିନାଙ୍କ ବିରୋଧରେ ସରପଞ୍ଚମାନେ ବିକ୍ଷୋଭ ପ୍ରଦର୍ଶନ କରିବା କରିବା ସହ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ପାଇଁ ଦାବି କରିଛନ୍ତି। ତେବେ ଏହାର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଏହି ଦୁର୍ନୀତିର ତଦନ୍ତ କରି ପର୍ଦ୍ଦାଫାସ କରାଯିବ। ଆଉ […]

money

money

Tapas Behera
  • Published: Saturday, 06 August 2022
  • Updated: 06 August 2022, 03:03 PM IST

Sports

Latest News

ଜୟପୁର: ମନ୍ତ୍ରୀଙ୍କ ବିରୋଧରେ ସରପଞ୍ଚଙ୍କ ମେଳି। ମନ୍ତ୍ରୀଙ୍କ ବୟାନକୁ ନେଇ ଖପ୍ପା ହୋଇଛନ୍ତି ସରପଞ୍ଚ। ସରପଞ୍ଚମାନଙ୍କୁ ଦୁର୍ନୀତିଗ୍ରସ୍ତ କହିବା ପରେ ସେମାନେ ମିଳିତ ଭାବେ ରାଜାରାସ୍ତାକୁ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାଜସ୍ଥାନର ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମିନାଙ୍କ ବିରୋଧରେ ସରପଞ୍ଚମାନେ ବିକ୍ଷୋଭ ପ୍ରଦର୍ଶନ କରିବା କରିବା ସହ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ପାଇଁ ଦାବି କରିଛନ୍ତି। ତେବେ ଏହାର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଏହି ଦୁର୍ନୀତିର ତଦନ୍ତ କରି ପର୍ଦ୍ଦାଫାସ କରାଯିବ। ଆଉ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଫିସର ଏବଂ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁଖ୍ୟତଃ ରାଜସ୍ଥାନର ବାମେର, ନଗୁର ଏବଂ ଭିଲୱାରା ଅଞ୍ଚଳରେ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ହୋଇଛି। ରାଜସ୍ଥାନ ସରପଞ୍ଚ ସଂଘର ସମ୍ପାଦକ ହନୁମାନ ଚୌଧୁରୀ କହିଛନ୍ତି ଯେ,  ମନ୍ତ୍ରୀ ରମେଶ ମିନା କିଛି ଦିନ ପୂର୍ବେ ନଗୁରରେ ଏଭଳି ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଛନ୍ତି, ସରପଞ୍ଚଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗ ଭିତ୍ତିହୀନ।  ଆମେ ତାଙ୍କ ବହିଷ୍କାର ଦାବି କରୁଛୁ। ମନ୍ତ୍ରୀ ଆଣିଥିବା ଅଭିଯୋଗ ଆମକୁ ଆଘାତ ଦେଇଛି। ଜୟପୁର ମାନସରୋଭରରେ ସରପଞ୍ଚମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ କରିବେ।

ଅନ୍ୟପକ୍ଷରେ ମନ୍ତ୍ରୀ ମିନା ତାଙ୍କ ବୟାନରେ ଅଟଳ ଅଛନ୍ତି। ସେ କହିଛନ୍ତି, ପଞ୍ଚାୟତ ଗୁଡ଼ିକରେ ହୋଇଥିବା କାର୍ଯ୍ୟର ମାନ ଯାଞ୍ଚ ହେବ। ଯଦି କୌଣସି ଅନିୟମିତତା ସାମ୍ନାକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ  ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବି।  କିଛି ସରପଞ୍ଚ ତଦନ୍ତକୁ ଭୟ କରୁଛନ୍ତି।  ତେଣୁ ସେମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜସ୍ଥାନର ଅଧିକାଂଶ ସରପଞ୍ଚ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos