ଚିଦାମ୍ବରମ ଏବଂ ପୁଅକୁ ଘାଇଲା କରିଥିବା ଇଡି ଅଫିସରଙ୍କୁ ଟିକେଟ୍‌ ଦେଲା ବିଜେପି

ନୂଆଦିଲ୍ଲୀ: ରାଜନୀତିରେ ଇଡି ବ୍ୟୁରୋକ୍ରାଟ୍‌। ଯାବତୀୟ ଦୁର୍ନୀତି ମାମଲାରେ କଂଗ୍ରେସ ନେତାଙ୍କୁ ଘାଇଲା କରିଥିବା ଇଡିର ଟପ୍‌ ଅଫିସର ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ୟୁପି ବିଧାନସଭାରା ପ୍ରାର୍ଥୀ କରାଯାଇଛି। ରାଜେଶ୍ୱର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ରାଜନୀତିରେ ଯୋଗ ଦେଇଛନ୍ତି। ୟୁପିରେ ସରୋଜିନୀ ନଗରରୁ ତାଙ୍କୁ ଦଳ ଟିକେଟ ଦେଇଛି। ରାଜେଶ୍ୱର ବିଜେପିରେ ଯୋଗ ଦେବା ପରେ […]

87

Tapas Behera
  • Published: Wednesday, 02 February 2022
  • , Updated: 02 February 2022, 11:22 AM IST

ନୂଆଦିଲ୍ଲୀ: ରାଜନୀତିରେ ଇଡି ବ୍ୟୁରୋକ୍ରାଟ୍‌। ଯାବତୀୟ ଦୁର୍ନୀତି ମାମଲାରେ କଂଗ୍ରେସ ନେତାଙ୍କୁ ଘାଇଲା କରିଥିବା ଇଡିର ଟପ୍‌ ଅଫିସର ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ୟୁପି ବିଧାନସଭାରା ପ୍ରାର୍ଥୀ କରାଯାଇଛି। ରାଜେଶ୍ୱର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ରାଜନୀତିରେ ଯୋଗ ଦେଇଛନ୍ତି। ୟୁପିରେ ସରୋଜିନୀ ନଗରରୁ ତାଙ୍କୁ ଦଳ ଟିକେଟ ଦେଇଛି। ରାଜେଶ୍ୱର ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ। ସେ କହିଛନ୍ତି ଯେ, ବିଜେପିରେ ଯୋଗ ଦେବା ପାଇଁ  ଇଡିରୁ ଭିଆରଏସ ନେବା ଅର୍ଥାତ ସମ୍ପୁର୍ଣ୍ଣ ମାଲିକାନା କମ୍ପାନୀରୁ ପ୍ୟାରେଣ୍ଟ୍ କମ୍ପାନୀକୁ ଯିବା ସହ ସମାନ।

ଏୟାରସେଲ-ମାକ୍ସିସ୍‌ ଡିଲ୍‌ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବର ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଛନ୍ଦି ହୋଇପଡ଼ିଥିଲା ବେଳେ ରାଜେଶ୍ୱର ଏହାର ତଦନ୍ତ କରିଥିଲେ। ସେହିପରି ୨୦୦୯ରେ କଂଗ୍ରେସ କାଳରେ ହୋଇଥିବା ଏକାଧିକ ଦୁର୍ନୀତୀ ମାମଲାରେ ତଦନ୍ତ ଭାର ସମ୍ଭାଲି ଥିଲେ ରାଜେଶ୍ୱର।

୨ ଜି ସ୍ପେକ୍ଟ୍ରମଠାରୁ ଆରମ୍ଭ କରି ରାଜ୍ୟ ଗୋଷ୍ଟୀ କ୍ରୀଡ଼ା , କୋଇଲା ଦୁର୍ନୀତି ମାମଲାରେ ଯାଞ୍ଚ ଦାୟିତ୍ୱ ନେଇଥିଲେ ରାଜେଶ୍ୱର। ସବୁ ଦୁର୍ନୀତି ମାମଲାରେ କଂଗ୍ରେସର ଶୀର୍ଷ ନେତାଙ୍କ ସମ୍ପୃକ୍ତି ନେଇ ବେଶ ହଇଚଇ ହୋଇଥିଲ।  ରାଜେଶଙ୍କ ନୂଅ ଆ ଇନିଂଶକୁ ନେଇ ବିଜେପି ଏମପି ନିଶିକାନ୍ତ ଦୁବେ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରତିଉତ୍ତରରେ ରାଜେଶ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଶିକାନ୍ତଙ୍କୁ ଭାଇ ସମ୍ବୋଧଯନ କରି ଆପଣ ମୋ ପାଇଁ ସବୁ ବେଳେ ଛିଡ଼ା ହୋଛନ୍ତି ବୋଲି ରାଜେଶ କୃତଜ୍ଞତା ଜଣାଇଛନ୍ତି। ରାଜେଶ୍ୱର ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିବା ବେଳେ ଗତକାଲି ତାଙ୍କ ଆବେଦନ ଗ୍ରହଣ କରାଯାଇଛି।

Related story