ନୂଆଦିଲ୍ଲୀ: ୩୧ ବର୍ଷ ପରେ ଜେଲରୁ ଆଜି ଜେଲରୁ ମୁକୁଳିବେ ଏଜି ଏଜି ପେରାରି ଭଲନ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଏଜି ପେରାଇ ଭଲନ୍ନ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜ୍ଜା କାଟୁଛନ୍ତି। ତେବେ ୩୧ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା ଏଜି ପେରାରି ଭଲନ ଆଜି ଜେଲରୁ ଚାରିକାନ୍ଥରୁ ମୁକ୍ତ ହେବେ। ଏହି ମାମଲାରେ ଆଜି ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ। ସେହିପରି ଏହି ମାମାଲାରେ ଅନ୍ୟତମ ଦୋଷୀ ନଳିନୀ ଶ୍ରୀହରନ ଏବଂ ତାଙ୍କ ସ୍ୱାମୀ ମୁର୍ଗାନ ମଧ୍ୟ ଆଜି ଜେଲରୁ ମୁକୁଳି ପାରନ୍ତି। ମୁର୍ଗାନ ହେଉଛନ୍ତି ଶ୍ରୀଲଙ୍କା ନାଗରିକ। ଏଜି ପେରାରି ଭଲନଙ୍କ ପାଇଁ ଆସିବାକୁ ଥିବା ରାୟ ଏମାନଙ୍କ ମୁକ୍ତି ପାଇଁ ବାଟ ଫିଟାଇପାରେ। ରାଜୀବଙ୍କୁ ହତ୍ୟା ବେଳେ ଏଜି ପେରାରି ଭଲନଙ୍କୁ ୧୯ ବର୍ଷ ହୋଇଥିଲା। ରାଜୀବଙ୍କ ହତ୍ୟାଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ଏଜି ପେରାରି ଭଲନ । ସେ ଏହି ହତ୍ୟାକାଣ୍ଡ ପାଇଁ ୨ଟି ୯ଭୋଲଟ୍ର ବ୍ୟାଟେରୀ କିଣିଥିଲେ। ଏହି ବ୍ୟାଟେରୀକୁ କାମରେ ଲଗାଇଥିଲେ ଶିଭରସନ୍। ଏଲଟିଟିଇର ସଦସ୍ୟ ଶିଭରସନ୍ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ରାଜୀବ ଗାନ୍ଧିଙ୍କୁ ହତ୍ୟା ପାଇଁ ହୋଇଥିବା ବୋମା ବିସ୍ପୋରଣରେ ଏହି ବ୍ୟାଟେରୀ ବ୍ୟବହୃତ ହୋଇଥିଲା। ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ଏଜି ପେରାରି ଭଲନ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଫାଶିଦଣ୍ଡାଦେଶ ହୋଇଥିଲା। ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ। ତେବେ ୨୦୧୪ରେ ତାଙ୍କ ଫାଶୀଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।
ଚଳିତ ବର୍ଷ ମାର୍ଚ୍ଚ ମାସରରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏହା ପରେ ଜେଲରୁ ମୁକୁଳିବା ପାଇଁ ଏଜି ପେରାରି ଭଲନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ଏହି ମାମଲାକୁ ତାମିଲନାଡ଼ୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ପଠାଇଛନ୍ତି। ମାମଲାକୁ ନେଇ ମଧ୍ୟ ରାଷ୍ଟ୍ରପତି କୌଣସି ନିର୍ଣ୍ଣୟ ନେଇନାହାନ୍ତି ବୋଲି କେନ୍ଦ୍ର ଯୁକ୍ତି ରଖିଥିଲା। ତେବେ ମାମଲାର ପ୍ରକ୍ରିୟା ବିଳମ୍ବ ହେଉଥିବା ନେଇ ତାମିଲନାଡ଼ୁ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ରାଜ୍ୟପାଳ କ୍ୟବିନେଟ ନିଷ୍ପିତ୍ତିକୁ ମାନିବା ଉଚିତ୍।
ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ମୁକ୍ତି ପାଇଁ ରାଜ୍ୟପାଳ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ବାଧ୍ୟ। ମାମାଲାକୁ ଅଜଥା ରାଷ୍ଟ୍ରପତିଙ୍କ ନିକଟକୁ ହସ୍ତାନ୍ତର କରିବା ଅମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୯୯୧ରେ ତାମିଲନାଡ଼ୁ ଗସ୍ତରେ ଥିବା ବେଳେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା। ମାମାଲାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ଫାଶିଦଣ୍ଡାଦେଶ ହୋଇଥିଲା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଦୋଷୀମାନଙ୍କୁ ମୁକ୍ତି ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ରାଜ୍ୟପାଳ ସ୍ୱୀକୃତି ଦେଇନଥିଲେ।
ପରେ ମମାମଲାକୁ ନେଇ ପେରାରି ଭଲନ ଓ ଅନ୍ୟ ଦୋଷୀମରନେ ସୁପ୍ରିମକୋର୍ଟ ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।