ରାଜ୍ୟସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍‌

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜୀମ ମଧ୍ୟରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଲ ବା ଏକକ ନାଗରିକ ସଂହିତା ବିଲ୍‌। ବିଜେପିର ରାଜସ୍ଥାନ ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବର ବିଲ୍‌ ମାଧ୍ୟମରେ ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି। ଏହାର ଅର୍ଥ ସରକାର ଏହି ବିଲ୍‌ ଆଣି ନାହାନ୍ତି। କିନ୍ତୁ ସରକାର ଏହାକୁ ସମର୍ଥନ କରିଛନ୍ତି। ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ […]

UCC

  • Published: Friday, 09 December 2022
  • , Updated: 09 December 2022, 07:39 PM IST

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜୀମ ମଧ୍ୟରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଲ ବା ଏକକ ନାଗରିକ ସଂହିତା ବିଲ୍‌। ବିଜେପିର ରାଜସ୍ଥାନ ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବର ବିଲ୍‌ ମାଧ୍ୟମରେ ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି। ଏହାର ଅର୍ଥ ସରକାର ଏହି ବିଲ୍‌ ଆଣି ନାହାନ୍ତି। କିନ୍ତୁ ସରକାର ଏହାକୁ ସମର୍ଥନ କରିଛନ୍ତି।

ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ସମସ୍ତଙ୍କ ପାଇଁ ସମାନ ରଖିବାକୁ ବିଲ୍‌ ଜରିଆରେ କୁହାଯାଇଛି।

ଏହି ବିଲ୍‌କୁ ବିରୋଧୀ ଜୋରଦାର ବିରୋଧ କରିବା ସହ ଏହା ଦେଶର ସମ୍ମାନକୁ ହାନୀ କରିବା ସହ ସଂସ୍କୃତିକୁ କ୍ଷତି ପହଞ୍ଚାଇବ ବୋଲି କହିଥିଲେ। କିନ୍ତୁ ଏହି ସବୁ ଯୁକ୍ତି ୬୩-୨୩ ଭୋଟ ମାଧ୍ୟମରେ କାଟ ଖାଇ ଯାଇଛି ଓ ବିଲ୍‌ ଗୃହରେ ଉପସ୍ଥାପନ ହୋଇଛି।

ଏକାଧିକ ରାଜନୀତିକ ଦଳ ଏହାକୁ ବିରୋଧ କରିବାରୁ ଗୃହରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ସବୁ ସଦସ୍ୟଙ୍କୁ ସେମାନଙ୍କ ପ୍ରସଙ୍ଗ ଉଠାଇବାକୁ ସମ୍ବିଧାନ ଅଧିକାର ଦେଇଛି। ଏହି ବିଷୟବସ୍ତୁ ଉପରେ ଗୃହରେ ବିତର୍କ କରାଯାଉ। କାହିଁକି ଜଣେ ସଦସ୍ୟ ଏହାକୁ ଆଗତ କରିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଭୟସ ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଲ୍‌ ସପକ୍ଷରେ ୬୩ ଓ ବିଲ୍‌ ବିପକ୍ଷରେ ୨୩ ଖଣ୍ଡ ଭୋଟ ପଡ଼ିଥିଲା।

ସିପିଆଇ(ଏମ) ସାଂସଦ ଜନ ବ୍ରିଟ୍ଟାସ କହିଛନ୍ତି, ୟୁସିସିର ଜରୁରୀ କିମ୍ବା ଆବଶ୍ୟକ ନାହିଁ ବୋଲି ଲ’ କମିଶନ ରିପୋର୍ଟରେ କହିଥିଲେ। ଧର୍ମନିରପେକ୍ଷକୁ ବିରୋଧ କରିବା ପାଇଁ ହିଁ ଏହି ୟୁନଫର୍ମ ସିଭିଲ କୋଡ ଲାଗୁ କରିବାକୁ ଯୋଜନା ହେଉଛି ବୋଲି ଡିଏମକେର ତିରୁଚି ସିଭା କହିଛନ୍ତି। ସମାଜବାଦୀ ପାର୍ଟିର ସାଂସଦ ଆରଜି ବର୍ମା ମଧ୍ୟ ବିଲ୍‌କୁ ବିରୋଧ କରି ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ।

ବିଜେପି ସାଂସଦ ହରନାଥ ସିଂହ ଯାଦବ ଗୋଟିଏ ଶୂନ୍ୟକାଳ ନୋଟିସ ଦେଇ ରାଜ୍ୟସଭାରେ ୟୁସିସି ଲାଗୁ ସମ୍ପର୍କରେ ଆଲୋଚନା କରିବାକୁ କହିଛନ୍ତି। ବିଲ୍‌ରେ ନ୍ୟାଶନାଲ ଇନସପେକସନ ଓ ଇନଭେଷ୍ଟିଗେସନ କମିଟି ଗଠନ କରି ୟୁସିସିର ପ୍ରସ୍ତୁତି ଏବଂ ଦେଶବ୍ୟାପୀ ଏହାକୁ ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

Related story