ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପାଇଁ ଦାନ ସୂତ୍ରରେ ଟଙ୍କାର ବର୍ଷା ହେବାରେ ଲାଗିଛି। ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଦେଶରେ ଅଭିଯାନ କରିଥିଲା। ୟା ଭିତରେ ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟ ପାଖରେ ୧୯୦୦ କୋଟି ଟଙ୍କା ପହଞ୍ଚି ସାରିଥିବା କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ସୂଚନା ଦେଇଛନ୍ତି। ଜାନୁଆରୀ ୧୫ରୁ ଭିଏଚପି ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ […]

Ram-Temple

Hemant Lenka
  • Published: Friday, 26 February 2021
  • , Updated: 26 February 2021, 03:02 PM IST

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପାଇଁ ଦାନ ସୂତ୍ରରେ ଟଙ୍କାର ବର୍ଷା ହେବାରେ ଲାଗିଛି। ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଦେଶରେ ଅଭିଯାନ କରିଥିଲା। ୟା ଭିତରେ ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟ ପାଖରେ ୧୯୦୦ କୋଟି ଟଙ୍କା ପହଞ୍ଚି ସାରିଥିବା କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ସୂଚନା ଦେଇଛନ୍ତି।

ଜାନୁଆରୀ ୧୫ରୁ ଭିଏଚପି ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ରାଜନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ସାଧାରଣ ଲୋକ ନିଜ ଇଚ୍ଛାରେ ଅର୍ଥଦାନ କରିଥିଲେ। ଏସବୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଟ୍ରଷ୍ଟ ପାଖରେ ମନ୍ଦିର ନିର୍ମାଣ ପାଇଁ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ରହିସାରିଲାଣି।

ଅନ୍ୟପକ୍ଷରେ ଗୁରୁବାର ଠାରୁ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ୪ ଦିନିଆ ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ଏହି ସମୟରେ ରାମଜନ୍ମଭୂମି ପରିସରର ସର୍ଭେ ମଧ୍ୟ କରିଛନ୍ତି। ତାଙ୍କ ସହ ଲାରସେନ ଓ ଟୋର୍ବୋ ଏବଂ ଟାଟାର ଇଞ୍ଜିନିୟରମାନେ ମଧ୍ୟ ରହିଥିଲେ।

ରାମ ଜନ୍ମଭୂମି ପରିସର ଦେଖିବା ପରେ ସେମାନେ ସମସ୍ତେ ଫୈଜାବାଦରେ ଥିବା ସର୍କିଟ ହାଉସରେ ପହଞ୍ଚିଥିଲେ। ଏଠାରେ ମନ୍ଦିର ନିର୍ମାଣ ବ୍ଲୁ ପ୍ରିଣ୍ଟ ବିଷୟରେ ଆଲୋଚନା କରାଯାଇଛି। ଏହି ବୈଠକରେ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ୫ ଘଣ୍ଟାର ମାନସମନ୍ଥନ ପରେ ମନ୍ଦିରର ମୂଳଦୂଆ କେମିତି ସ୍ଥାପନ ହେବ, ତା’ର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରାଯାଇଛି।

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ର କହିଛନ୍ତି, ମନ୍ଦିର ନିର୍ମାଣ ସ୍ଥାନରେ ବେଶ ଭଲ ଭାବେ ଖୋଳାଖୋଳି ଓ ଧ୍ୱଂସାବଶେଷ ଉଠାଇବା କାର୍ଯ୍ୟ ଜାରି ରହିଛି। ବୈଠକରେ ଆମେ ମନ୍ଦିରର ଚୂଡ଼ାନ୍ତ ଆକାର କେମିତି ରହିବ ଓ ମୂଳଦୂଆ ସ୍ଥାପନ ପାଇଁ କେଉଁ ସବୁ ଜିନିଷ ବ୍ୟବହାର କରାଯିବ, ତା’ ଉପରେ ଆଲୋଚନା କରିଛୁ। ନୂଆ ଅଯୋଧ୍ୟା ପ୍ରକଳ୍ପ ସହ ମନ୍ଦିର ନିର୍ମାଣ କାମକୁ ମଧ୍ୟ ଲିଙ୍କ୍ କରାଯାଇଛି।

Related story