ସ୍ୱର ବଦଳାଇଲେ ରାମଦେବ, କରୋନା ଟିକା ନେବେ କହିଲେ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ବିରୋଧରେ ବିଷଓକାଳିଥିବା ଯୋଗଗୁରୁ ବାବା ରାମଦେବ ଏବେ ନିଜର ସ୍ୱର ବଦଳାଇଛନ୍ତି। ପୂର୍ବରୁ ଯୋଗ ଓ ଆୟୁର୍ବେଦ ଦ୍ୱାରା ନିଜକୁ କରୋନା ଭାଇରସରୁ ସୁରକ୍ଷିତ ରଖିଥିବା ରାମଦେବ କହୁଥିଲେ। ହେଲେ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ସେ ଯେଉଁ କରୋନା ଟିକାକୁ ବିରୋଧ କରୁଥିଲେ, ଏବେ ତା’ ସପକ୍ଷରେ ବୟାନ ଦେଇଛନ୍ତି।  ରାମଦେବ କରୋନା ଟିକା ନେବେ ବୋଲି କହିଛନ୍ତି। ଏଥିସହ ସେ ଡାକ୍ତରମାନଙ୍କୁ ଦେବଦୂତ ଭାବେ ବର୍ଣ୍ଣନା […]

Ramdev

Hemant Lenka
  • Published: Friday, 11 June 2021
  • , Updated: 11 June 2021, 04:15 PM IST

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ବିରୋଧରେ ବିଷଓକାଳିଥିବା ଯୋଗଗୁରୁ ବାବା ରାମଦେବ ଏବେ ନିଜର ସ୍ୱର ବଦଳାଇଛନ୍ତି। ପୂର୍ବରୁ ଯୋଗ ଓ ଆୟୁର୍ବେଦ ଦ୍ୱାରା ନିଜକୁ କରୋନା ଭାଇରସରୁ ସୁରକ୍ଷିତ ରଖିଥିବା ରାମଦେବ କହୁଥିଲେ।

ହେଲେ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ସେ ଯେଉଁ କରୋନା ଟିକାକୁ ବିରୋଧ କରୁଥିଲେ, ଏବେ ତା’ ସପକ୍ଷରେ ବୟାନ ଦେଇଛନ୍ତି।  ରାମଦେବ କରୋନା ଟିକା ନେବେ ବୋଲି କହିଛନ୍ତି। ଏଥିସହ ସେ ଡାକ୍ତରମାନଙ୍କୁ ଦେବଦୂତ ଭାବେ ବର୍ଣ୍ଣନା କରିଛନ୍ତି।

ରାମଦେବ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏଲୋପାଥି ଔଷଧର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଥିଲେ। ରାମଦେବ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ଓ ଏଲୋପାଥି ଯୋଗୁ ଲକ୍ଷାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଥିଲେ। ଯୋଗ ଓ ଆୟୁର୍ବେଦ ଦ୍ୱାରା କରୋନାକୁ ମାତ ଦିଆଯାଇ ପାରିବ ବୋଲି ସେ କହିବାକୁ ପଛାଇ ନଥିଲେ।

କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏହାକୁ ସେ ଐତିହାସିକ ପଦକ୍ଷେପ କହିବା ସହ ସମସ୍ତଙ୍କୁ ଟିକା ନେବାକୁ ନିବେଦନ କରିଛନ୍ତି।

ହରିଦ୍ୱାରରେ ରାମଦେବ କହିଛନ୍ତି, “ଟିକାର ଉଭୟ ଡୋଜ୍ ନିଅନ୍ତୁ। ଏହା ଯୋଗ ଓ ଆୟୁର୍ବେଦ ସହ ଡବଲ ସୁରକ୍ଷା ଯୋଗାଇବ। ଏମାନେ ମିଳିତ ଭାବେ ଜଣଙ୍କୁ ଏମିତି ସୁରକ୍ଷା କବଚ ଯୋଗାଇ ଦେବେ ଯେ ଜଣେ ହେଲେ ବି କେହି ଆଉ କରୋନାରେ ପ୍ରାଣ ହରାଇବେ ନାହିଁ।”

ଆପଣ କେବେ ଟିକା ନେବେ ବୋଲି ପ୍ରଶ୍ନର ଉତ୍ତରରେ ରାମଦେବ କହିଛନ୍ତି, ‘ଖୁବଶୀଘ୍ର’। ରାମଦେବ ଭଲ ଏଲୋପାଥି ଡାକ୍ତରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଦେବଦୂତ ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ କୌଣସି ସଂଗଠନକୁ ବିରୋଧ କରେନାହିଁ। ଭଲ ଡାକ୍ତରମାନେ ପ୍ରକୃତ ହିରୋ। ସେମାନେ ଭଗବାନଙ୍କ ଦୂତ ଭାବେ ପୃଥିବୀକୁ ଆସିଛନ୍ତି। କିନ୍ତୁ କିଛି ଡାକ୍ତର ଭୁଲ କରୁଛନ୍ତି। ଜରୁରୀ କାଳୀନ ଚିକିତ୍ସା ଓ ଅପରେସନ ପାଇଁ ଏଲୋପାଥି ସବୁଠାରୁ ଶ୍ରେଷ୍ଠ। ଏଥିରେ କୌଣସି ଦୁଇମତ ନାହିଁ।”

Related story