ମନ୍ତ୍ରୀଙ୍କ ଏନକାଉଣ୍ଟର ଧମକ ପରେ ରେଳ ଟ୍ରାକ୍‌ରୁ ମିଳିଲା ଦୁଷ୍କର୍ମ ଅଭିଯୁକ୍ତର ମୃତଦେହ

ହାଇଦ୍ରାବାଦ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ତେଲେଙ୍ଗାନା ଅନ୍ତର୍ଗତ  ୱାରଙ୍ଗଲର ରେଳ ଧାରଣାରୁ ମିଳିଛି। ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ର ଏକାଧିକ ଟିମ୍‌ ଉଦ୍ୟମ କରୁଥିଲେ। ସେହିପରି ତେଲେଙ୍ଗାନାର ଜଣେ ମନ୍ତ୍ରୀ ଅଭିଯୁକ୍ତକୁ ଏନକାଉଣ୍ଟର କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ। ଏସବୁ ଭିତରେ ହଠାତ୍‌ ଅଭିଯୁକ୍ତର ମୃତଦେହ ମିଳିଛି। ମଙ୍ଗଳବାର ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ହାଇଦ୍ରାବାବାଦ […]

Train-Line

Hemant Lenka
  • Published: Thursday, 16 September 2021
  • , Updated: 16 September 2021, 03:34 PM IST

ହାଇଦ୍ରାବାଦ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ତେଲେଙ୍ଗାନା ଅନ୍ତର୍ଗତ  ୱାରଙ୍ଗଲର ରେଳ ଧାରଣାରୁ ମିଳିଛି। ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ର ଏକାଧିକ ଟିମ୍‌ ଉଦ୍ୟମ କରୁଥିଲେ। ସେହିପରି ତେଲେଙ୍ଗାନାର ଜଣେ ମନ୍ତ୍ରୀ ଅଭିଯୁକ୍ତକୁ ଏନକାଉଣ୍ଟର କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ। ଏସବୁ ଭିତରେ ହଠାତ୍‌ ଅଭିଯୁକ୍ତର ମୃତଦେହ ମିଳିଛି।

ମଙ୍ଗଳବାର ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ହାଇଦ୍ରାବାବାଦ ନାବଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗୁଳି କରାଯିବ ବୋଲି କହିଥିଲେ। ଏହାପରେ ୧୫ଟି ପୁଲିସ୍‌ ଟିମ ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲେ। ଏ ସମ୍ପର୍କରେ ତେଲେଙ୍ଗାନା ଡିଜିପି ଗୁରୁବାର ସକାଳେ ସୂଚନା ଦେଇଥିଲେ।

ସେପ୍ଟମ୍ବର ୯ ତାରିଖରେ ସିଙ୍ଗରେନି କଲୋନୀରେ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ପୂରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଓ ପୀଡ଼ିତାଙ୍କ ପରିବାର ନ୍ୟାୟ ଦାବିରେ ବିକ୍ଷୋଭ ମଧ୍ୟ କରିଥିଲେ।

ଏସବୁ ଭିତରେ ଆଜି ଅଭିଯୁକ୍ତର ମୃତଦେହ ୱାରଙ୍ଗଲର ଘାନପୁର ଷ୍ଟେସନ ନିକଟ ଟ୍ରାକରୁ ଉଦ୍ଧାର କରାଯାଇଛି। ମୃତଦେହର ହାତରେ ଥିବା ଗୋଟିଏ ଟାଟୁରୁ ହିଁ ପୁଲିସ୍ ମୃତକ ଜଣଙ୍କ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ବୋଲି ସ୍ପଷ୍ଟ କରିଛି। ତେବେ ଡିଏନ୍‌ଏ ଟେଷ୍ଟ ପରେ ଆହୁରି ସ୍ପଷ୍ଟତା ଆସିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ତେଲେଙ୍ଗାନାର ମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲୀ ଓ ସତ୍ୟବତୀ ରାଠୋର ଆଜି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କ୍ଷତିପୂରଣ ବାବଦରେ ସେମାନେ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

Related story