ଦଣ୍ଡ ମିଳିବା ପରେ ଜଜ୍‌ଙ୍କ ଉପରକୁ ଚପଲ ଫିଙ୍ଗିଲା ଦୁଷ୍କର୍ମକାରୀ

ଅହମଦାବାଦନ: ପୁଣି କୋର୍ଟ ପରିସରରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଯୁବକକୁ କୋର୍ଟ ଆଜୀବନ ଜେଲଦଣ୍ଡ ଦେବାରୁ ସେ ରାଗି ଯାଇ ବିଚାରପତିଙ୍କ ଉପରକୁ ଚପଲ ମାଡ଼ କରିଛି। ଗୁଜରାଟର ସୁରତରେ ଥିବା ଗୋଟିଏ କୋର୍ଟରେ ଏପରି ଘଟଣା ଘଟିଛି। ୨୭ ବର୍ଷୀୟ ସୁଜିତ ସକେତ ଗତବର୍ଷ ଏପ୍ରିଲ ମାସରେ ଜଣେ ୫ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପ୍ରଥମେ ସେ […]

Gujrat

Hemant Lenka
  • Published: Thursday, 30 December 2021
  • , Updated: 30 December 2021, 06:06 PM IST

ଅହମଦାବାଦନ: ପୁଣି କୋର୍ଟ ପରିସରରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଯୁବକକୁ କୋର୍ଟ ଆଜୀବନ ଜେଲଦଣ୍ଡ ଦେବାରୁ ସେ ରାଗି ଯାଇ ବିଚାରପତିଙ୍କ ଉପରକୁ ଚପଲ ମାଡ଼ କରିଛି। ଗୁଜରାଟର ସୁରତରେ ଥିବା ଗୋଟିଏ କୋର୍ଟରେ ଏପରି ଘଟଣା ଘଟିଛି।

୨୭ ବର୍ଷୀୟ ସୁଜିତ ସକେତ ଗତବର୍ଷ ଏପ୍ରିଲ ମାସରେ ଜଣେ ୫ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପ୍ରଥମେ ସେ ନାବାଳିକାକୁ ଚକଲେଟ ଦେବା ନାଁରେ ନିଜ ପାଖକୁ ଡାକିଥିଲେ। ଏହାପରେ ତା’କୁ ଦୁଷ୍କର୍ମ କରି ହତ୍ୟା କରିଥିଲା। ପୀଡ଼ିତାଙ୍କ ବାପା ଜଣେ ପ୍ରବାସୀ ଶ୍ରମିକ। ପୁଲିସ୍‌ ଅଭିଯୋଗ ପାଇବା ପରେ ତୁରନ୍ତ ତଦନ୍ତ କରି ସୁ଼ଜିତକୁ ଗିରଫ କରିଥିଲା। କୋର୍ଟ ବର୍ଷକୁ କମ ସମୟ ମଧ୍ୟରେ ମାମଲା ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।

କୋର୍ଟଙ୍କ ସୁଜିତ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଅର୍ଥ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦିଆଯିବ। ସେହିପରି କୋର୍ଟ ସୁଜିତକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରି ଦଣ୍ଡରେ ସୁଜିତ କ୍ଷୁବ୍ଧ ହୋଇ ଚପଲ ମାଡ଼ କରିଛି।

ଚପଲ ଫିଙ୍ଗା ଘଟଣା ବେଳେ କୋର୍ଟରେ ଉପସ୍ଥିତ ଥିବା ଓକିଲ ବିନୟ ଶର୍ମା କହିଛନ୍ତି, ବିଚାରପତି ରାୟ ଶୁଣାଇ ସାରିବା ପରେ ହିଁ ଦୋଷୀ ଜଣକ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲା। ସେ ରାୟକୁ ବିରୋଧ କରିବା ସହ ମିଛ କେସରେ ତା’କୁ ଫସାଇ ଦିଆଯାଇଥିବା ଦାବି କରିଥିଲା।

କିନ୍ତୁ କୋର୍ଟ ପୂରା ଘଟଣାରେ ୨୯ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ୍‌ ଯୋଗାଡ଼ କରିଥିବା ପ୍ରମାଣକୁ ଆଧାର କରି ତା’କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

Related story