ଘଟଣାର ମାତ୍ର ୩୦ ଦିନ ଭିତରେ ଦୁଷ୍କର୍ମକାରୀକୁ ମିଳିଲା ମୃତ୍ୟୁଦଣ୍ଡ

ଜୟପୁର: ଭାରତର ନ୍ୟାୟକି ବ୍ୟବସ୍ଥା ବେଶ ଲମ୍ବା। ପୀଡ଼ିତଙ୍କୁ ନ୍ୟାୟ ପାଇବା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ରାଜସ୍ଥାନର ଗୋଟିଏ କୋର୍ଟ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ରାଜସ୍ଥାନ ପୁଲିସ୍‌ ଓ କୋର୍ଟଙ୍କ ପ୍ରୟାସ ଯୋଗୁ ଘଟଣା ଘଟିବାର ମାତ୍ର ୩୦ ଦିନ ଭିତରେ ପ୍ରକାଶ ପାଇଛି ରାୟ। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏପରି ଘଟିବା ବିରଳ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ପସ୍କୋ କୋର୍ଟରେ ଏହା ସମ୍ଭବ ହୋଇପାରିଛି। ସମସ୍ତ […]

stop-rape

Hemant Lenka
  • Published: Saturday, 23 October 2021
  • , Updated: 23 October 2021, 03:50 PM IST

ଜୟପୁର: ଭାରତର ନ୍ୟାୟକି ବ୍ୟବସ୍ଥା ବେଶ ଲମ୍ବା। ପୀଡ଼ିତଙ୍କୁ ନ୍ୟାୟ ପାଇବା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ରାଜସ୍ଥାନର ଗୋଟିଏ କୋର୍ଟ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ରାଜସ୍ଥାନ ପୁଲିସ୍‌ ଓ କୋର୍ଟଙ୍କ ପ୍ରୟାସ ଯୋଗୁ ଘଟଣା ଘଟିବାର ମାତ୍ର ୩୦ ଦିନ ଭିତରେ ପ୍ରକାଶ ପାଇଛି ରାୟ।

ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏପରି ଘଟିବା ବିରଳ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ପସ୍କୋ କୋର୍ଟରେ ଏହା ସମ୍ଭବ ହୋଇପାରିଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଜଣେ ଶିଶୁ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ୨୪ ଦିନ ତଳେ ଜଣେ ୭ ବର୍ଷୀୟ ଶିଶୁକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଅଭିଯୁକ୍ତ ଦୀନେଶ ଜାଟ୍‌କୁ ଶୁକ୍ରବାର ଦିନ ଏପରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି।

ଡିଜିପି ଏମଏଲ ଲାଠର କହିଛନ୍ତି, ସେପ୍ଟେମ୍ବର ୨୦ରେ ଦୀନେଶ ଶିଶୁଟିକୁ ଉପହାର ଦେବାର ଲୋଭ ଦେଖାଇ ତା’ ସାଙ୍ଗରେ ନେଇ ଯାଇଥିଲା। ଏହାପରେ ତାକୁ ଦୁଷ୍କର୍ମ କରି ହତ୍ୟା କରିଥିଲା। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ ତୁରନ୍ତ ତଦନ୍ତ କରି ନିକଟସ୍ଥ ପଡ଼ିଆରେ ପଡ଼ିଥିବା ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିଲା।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆଜମେର ରେଞ୍ଜ ଆଇଜିଙ୍କ ନେତୃତ୍ୱରେ ଗୋଟିଏ ପୁଲିସ୍‌ ଟିମ ଘଟଣା ଘଟିଥିବା ନାଗୋର ଯାଇ ସେଠାରୁ ତଥ୍ୟ ସଂଗ୍ରହ କରିଥିଲା। ଘଟଣା ଘଟିବାର ୬ ଦିନ ଭିତରେ ଅଭିଯୁକ୍ତକୁ ସ୍ୱତନ୍ତ୍ର ପୁଲିସ୍‌ ଗିରଫ କରି ମେରଟା ସହରରେ ଥିବା ପସ୍କୋ କୋର୍ଟରେ ହାଜର କରିଥିଲା।

ସେପ୍ଟେମ୍ବର ୨୮ରୁ କୋର୍ଟରେ ମାମଲା ଶୁଣାଣି ମଧ୍ୟ କରାଯାଇଥିଲା। ପ୍ରତିଦିନ ସାକ୍ଷୀମାନଙ୍କୁ ଉପଯୁକ୍ତ ସୁରକ୍ଷା ବଳୟରେ କୋର୍ଟକୁ ଅଣାଯିବା ସହ ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଶେଷରେ ଅକ୍ଟୋବର ୨୧ରେ ଦୀନେଶ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସେହିପରି ଏହାର ଦିନକ ପରେ ଅର୍ଥାତ ଅକ୍ଟୋବର ୨୨ରେ କୋର୍ଟ ତା’କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ସେ କହିଛନ୍ତି।

Related story