ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି ଅଧିର ରଞ୍ଜନ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି ସେ ଝଡ଼ ସୃଷ୍ଟି କରିଛନ୍ତି।  ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ […]

ADHIR RANJAN

  • Published: Thursday, 28 July 2022
  • , Updated: 28 July 2022, 02:09 PM IST

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି ଅଧିର ରଞ୍ଜନ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି ସେ ଝଡ଼ ସୃଷ୍ଟି କରିଛନ୍ତି।  ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି, ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି।

ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକସଭାକୁ ସ୍ଥଗିତ ରଖାଯାଇଛି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି। ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି। ହେଲେ ଅଧିର ରଞ୍ଜନ ଦେଇଛନ୍ତି ଦୁର୍ଭାଗ୍ୟଜନକ ବୟାନ।

ଅନ୍ୟପକ୍ଷରେ ଆଜି ସକାଳେ ଅଧିର ରଞ୍ଜନ କ୍ଷମା ମାଗି କହିଥିଲେ, କହୁ କହୁ ସେମିତି କହି ଦେଇଛି।  ଏହାକୁ ନେଇ ବିଜେପି ପର୍ବତସମ ପ୍ରସଙ୍ଗ କରୁଛି।

ଗଣମାଧ୍ୟମକୁ ଜବାବ ଦେଇ ଅଧିର ରଞ୍ଜନ କହିଥିଲେ, ମୁଁ କେବଳ ଥରେ କହିଥିଲି। ଜୀଭ ସ୍ଲିପ କରିବାରୁ ମୋ ମୁହଁରୁ ବାହାରି ଯାଇଥିଲା। ହେଲେ ଶାସକ ଦଳର ଅଭ୍ୟାସ ହେଉଛି ଛୋଟ କଥାକୁ ବଡ଼ କରିବା।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଆଦିବାସୀଙ୍କୁ ସମ୍ମାନ ଦେବା କଂଗ୍ରେସକୁ ଜଣାନାହିଁ। କଂଗ୍ରେସ ହେଉଛି ଆଦିବାସୀ, ମହିଳା  ଓ ଦଳିତ ବିରୋଧୀ । କଂଗ୍ରେସ ଦେଶର ସୁପ୍ରିମ କମାଣ୍ଡାରଙ୍କୁ ଅପମାନିତ କରିଛି । ଏହା ସୋନିଆ ଗାନ୍ଧିଙ୍କ ପ୍ରରୋଚନାରେ ହୋଇଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି।

Related story