ନୀତୀଶ କୁମାରଙ୍କୁ ବାଏବାଏ କହିଲେ ଆରସିପି ସିଂହ

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏକଦା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଆରସିପି ସିଂହ ଶେଷରେ ଜେଡିୟୁକୁ ବାଏବାଏ କହିଛନ୍ତି। ଦୀର୍ଘଦିନ ହେଲା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ଅଣଦେଖା କରୁଥିଲେ। ଏଥିପାଇଁ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି। ଏକଦା ଜେଡିୟୁର ଜାତୀୟ ସଭାପତି ଥିବା ଶ୍ରୀ ସିଂହ ଦଳ ଛାଡ଼ିବା ସମ୍ପର୍କରେ ତାଙ୍କ ଗାଁ ନାଳନ୍ଦାରେ ଘୋଷଣା କରିଛନ୍ତି। ନୀତୀଶ କୁମାରଙ୍କ ସହ ତିକ୍ତତା ଆରମ୍ଭ ହେବା ଦିନଠାରୁ ସେ […]

RCP-singh

  • Published: Saturday, 06 August 2022
  • , Updated: 06 August 2022, 08:53 PM IST

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏକଦା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଆରସିପି ସିଂହ ଶେଷରେ ଜେଡିୟୁକୁ ବାଏବାଏ କହିଛନ୍ତି। ଦୀର୍ଘଦିନ ହେଲା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ଅଣଦେଖା କରୁଥିଲେ। ଏଥିପାଇଁ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି।

ଏକଦା ଜେଡିୟୁର ଜାତୀୟ ସଭାପତି ଥିବା ଶ୍ରୀ ସିଂହ ଦଳ ଛାଡ଼ିବା ସମ୍ପର୍କରେ ତାଙ୍କ ଗାଁ ନାଳନ୍ଦାରେ ଘୋଷଣା କରିଛନ୍ତି। ନୀତୀଶ କୁମାରଙ୍କ ସହ ତିକ୍ତତା ଆରମ୍ଭ ହେବା ଦିନଠାରୁ ସେ ନାଳନ୍ଦାରେ ହିଁ ରହୁଥିଲେ। ଏବେ ସେହିଠାରୁ ସେ ନିଜର ପରବର୍ତ୍ତୀ ରାଜନୀତିକ ଭବିଷ୍ୟତ ସମ୍ପର୍କରେ ଘୋଷଣା କରିଛନ୍ତି। ଜେଡିୟୁ ଓ ନୀତୀଶ କୁମାରଙ୍କ ବିନା ଅନୁମତିରେ ଆରସିପି ସିଂହ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିଲେ। ସେବେଠାରୁ ହିଁ ନୀତୀଶ କୁମାରଙ୍କ ସହ ତାଙ୍କର ତିକ୍ତତା ଲାଗି ରହିଛି।

ସେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲେ। କୁହାଯାଉଥିବା ଯେ ନୀତୀଶ କୁମାର ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇବେ। ହେଲେ ନୀତୀଶ କୁମାର ସେମିତି କିଛି ବି କରି ନଥିଲେ। ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାରୁ ସେ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀ ପଦରୁ ନିକଟରେ ଇସ୍ତଫା ଦେଇଥିଲେ। ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟ ତିକ୍ତତା ଲାଗି ରହିଥିଲା। ଏପରି କି ଶ୍ରୀ ସିଂହଙ୍କୁ ଜେଡିୟୁର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମଧ୍ୟ ମିଳୁ ନଥିଲା। ସେହିପରି ନିକଟରେ ଆରସିପି ସିଂହଙ୍କ ସମ୍ପତ୍ତି ହିସାବ ମଧ୍ୟ ଜେଡିୟୁ ପକ୍ଷରୁ ତାଙ୍କୁ ମଗା ଯାଇଥିଲା। ୯ ବର୍ଷ ମଧ୍ୟରେ ସେ କେତେ ସମ୍ପତ୍ତି ହାସଲ କରିଛନ୍ତି, ତା’ର ତଥ୍ୟ ଦେବାକୁ ଦଳ ପକ୍ଷରୁ କୁହାଯାଇଥିଲା।

Related story