ଜିନ୍ସ ପିନ୍ଧିବାରୁ ୧୭ ବର୍ଷୀୟ ନାତୁଣୀଙ୍କୁ ମାରିଦେଲେ ଅଜା

ଲକ୍ଷ୍ନୌ: କୁତ୍ସିତ ଓ ସଙ୍କୁଚିତ ମାନସିକତାର ପୁଣି ଗୋଟିଏ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଗାଁରେ ଜିନ୍ସ ପିନ୍ଧିବାରୁ ୧୭ ବର୍ଷୀୟ ନାତୁଣୀଙ୍କୁ ହତ୍ୟା କରିଛନ୍ତି ଅଜା। ଏଥିରେ ଝିଅର ମାମୁ ମଧ୍ୟ ସହାୟତା କରିଛନ୍ତି। ନାତୁଣୀଙ୍କୁ ମାରିବା ପରେ ଅଜା ଓ ଜଣେ ଅଟୋ ଡ୍ରାଇଭର ଶବକୁ ଫିଙ୍ଗିବାକୁ ବ୍ରିଜରେ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଉତ୍ତର ପ୍ରଦେଶର ଦେବାରିୟା ଜିଲ୍ଲାର ଗୋଟିଏ ଗାଁରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ […]

Jeans

Hemant Lenka
  • Published: Thursday, 22 July 2021
  • , Updated: 22 July 2021, 07:57 PM IST

ଲକ୍ଷ୍ନୌ: କୁତ୍ସିତ ଓ ସଙ୍କୁଚିତ ମାନସିକତାର ପୁଣି ଗୋଟିଏ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଗାଁରେ ଜିନ୍ସ ପିନ୍ଧିବାରୁ ୧୭ ବର୍ଷୀୟ ନାତୁଣୀଙ୍କୁ ହତ୍ୟା କରିଛନ୍ତି ଅଜା। ଏଥିରେ ଝିଅର ମାମୁ ମଧ୍ୟ ସହାୟତା କରିଛନ୍ତି। ନାତୁଣୀଙ୍କୁ ମାରିବା ପରେ ଅଜା ଓ ଜଣେ ଅଟୋ ଡ୍ରାଇଭର ଶବକୁ ଫିଙ୍ଗିବାକୁ ବ୍ରିଜରେ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଉତ୍ତର ପ୍ରଦେଶର ଦେବାରିୟା ଜିଲ୍ଲାର ଗୋଟିଏ ଗାଁରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସୂଚନା ଅନୁସାରେ, ୧୭ ବର୍ଷୀୟ ଝିଅ ଜଣଙ୍କ ଲୁଧିଆନାରେ ତାଙ୍କ ବାପାଙ୍କ ପାଖରେ ରହୁଥିଲେ। କିଛି ଦିନ ତଳେ ସେ ଉତ୍ତର ପ୍ରଦେଶରେ ଥିବା ନିଜ ଗାଁକୁ ଆସିଥିଲେ। ଲୁଧିଆନା ଭଳି ସେ ଗାଁକୁ ଆସିବା ପରେ ମଧ୍ୟ ପୂର୍ବଭଳି ଜିନ୍ସ, ଟପ୍‌ ଓ ଟ୍ରାଉଜର ପିନ୍ଧୁଥିଲେ।

ତେବେ ଝିଅର ଏପରି ପାଶ୍ଚାତ୍ୟ ପୋଷାକ ପରିଧାନକୁ ତାଙ୍କ ଅଜା ଓ ମାମୁ ବିରୋଧ କରୁଥିଲେ। ଗାଁରେ ରହୁଥିବା ସମ୍ପର୍କୀୟମାନେ ଝିଅକୁ ଏପରି ପୋଷାକ ବଦଳରେ ପାରମ୍ପରିକ ଡ୍ରେସ ପିନ୍ଧିବାକୁ ବାରମ୍ବାର ପରାମର୍ଶ ଦେଉଥିଲେ। କିନ୍ତୁ ସେ ଏହାକୁ ବେଖାତିର କରି ଚାଲିଥିଲେ। ଏକାଧିକ ଥର ବିରୋଧ ସତ୍ତ୍ୱେ ସୋମବାର ଝିଅଟି ପୁଣି ଜିନ୍ସ ପିନ୍ଧିଥିଲେ। ଏପରି ପୋଷାକ ନ ପିନ୍ଧିବାକୁ ତାଙ୍କ ଅଜା ଓ ମାମୁ ପୁଣି କହିଥିଲେ।

ହେଲେ ଗୁରୁବାର ଝିଅ ଜଣଙ୍କ ଜିନ୍ସ ପିନ୍ଧି ବାହାରକୁ ବାହାରିବାରୁ ଅଜା ଓ ମାମୁଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ସେମାନେ ଝିଅକୁ ପ୍ରବଳ ପିଟିଥିଲେ। ଏଥିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ହସ୍ପିଟାଲ ଯିବା ବାଟରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ଅଜା ଓ ଜଣେ ଅଟୋ ଡ୍ରାଇଭର ବ୍ରିଜ୍‌ରୁ ତଳକୁ ଶବକୁ ଫୋପାଡ଼ିବାକୁ ଯୋଜନା କରିଥିଲେ।

ସେମାନେ ଏହାକୁ ଫୋପାଡ଼ି ଥିଲେ ହେଁ ଶବଟି ବ୍ରିଜ୍‌ରେ ଲାଖି ଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବ୍ରିଜ୍‌ରେ ଲାଖି ଯାଇଥିବା ଶବକୁ ଜବତ କରିବା ସହ ଅଜା ଓ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଝିଅଟିର ଆଉ ଜଣେ ସମ୍ପର୍କୀୟ ମାମୁ ପୂରା ଘଟଣାରେ ୪ ଜଣଙ୍କ ନାଁରେ ଏଫଆଇଆର ଦେଇଛନ୍ତି।

Related story