ସ୍କୁଲ୍ ଖୋଲିବାକୁ ଦାବି କଲେ ଡାକ୍ତର, ବୈଜ୍ଞାନିକ ଏବଂ ଆଇନଜୀବୀ

ମୁମ୍ୱାଇ: କୋଭିଡ୍ ପାଇଁ ଗୋଟିଏ ଶିକ୍ଷା ବର୍ଷ ବର୍ବାଦ ହୋଇସାରିଛି। ଏବେ ପୁଣି ସ୍କୁଲ ବନ୍ଦ କରିବା ଠିକ୍ ହେବନି। ସ୍କୁଲ୍ ବନ୍ଦ ହେବା ଦ୍ୱାରା ଛୋଟ ପିଲାମାନେ ମାନସିକ ଭାରସାମ୍ୟ ହରାଇବା ସହିତ ନିଜର ଦକ୍ଷତା ହରାଉଛନ୍ତି। ଏମିତିକି ନିଜ ଭିତରେ ଥିବା ଆତ୍ମବିଶ୍ୱାସ ବି ତାଙ୍କ ପାଖରେ ଆଉ ନାହିଁ। କୋଭିଡ୍ ସଂକ୍ରମିତ ସଂଖ୍ୟା ଶୂନ ହେବାର ସମ୍ଭାବନା କମ୍। ତେଣୁ ଆଉ ସମୟ ଅପଚୟ ନକରି ସ୍କୁଲ୍ ଖୋଲିବା ଦରକାର। ଆଇଆଇଟି ବମ୍ୱେ, […]

Class Room

Subhransu Sekhar
  • Published: Thursday, 29 July 2021
  • , Updated: 29 July 2021, 02:17 PM IST

ମୁମ୍ୱାଇ: କୋଭିଡ୍ ପାଇଁ ଗୋଟିଏ ଶିକ୍ଷା ବର୍ଷ ବର୍ବାଦ ହୋଇସାରିଛି। ଏବେ ପୁଣି ସ୍କୁଲ ବନ୍ଦ କରିବା ଠିକ୍ ହେବନି। ସ୍କୁଲ୍ ବନ୍ଦ ହେବା ଦ୍ୱାରା ଛୋଟ ପିଲାମାନେ ମାନସିକ ଭାରସାମ୍ୟ ହରାଇବା ସହିତ ନିଜର ଦକ୍ଷତା ହରାଉଛନ୍ତି। ଏମିତିକି ନିଜ ଭିତରେ ଥିବା ଆତ୍ମବିଶ୍ୱାସ ବି ତାଙ୍କ ପାଖରେ ଆଉ ନାହିଁ। କୋଭିଡ୍ ସଂକ୍ରମିତ ସଂଖ୍ୟା ଶୂନ ହେବାର ସମ୍ଭାବନା କମ୍। ତେଣୁ ଆଉ ସମୟ ଅପଚୟ ନକରି ସ୍କୁଲ୍ ଖୋଲିବା ଦରକାର। ଆଇଆଇଟି ବମ୍ୱେ, ଆଇଆଇଟି ଦିଲ୍ଲୀ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର, ଡାକ୍ତର, ଆଇନଜୀବୀ ଓ ଅନେକ ଅଭିଭାବକ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଏଭଳି ଅନୁରୋଧ କରିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି, ସ୍କୁଲ୍ ୧୬ ମାସ ହେବ ବନ୍ଦ ରହିଛି। ପିଲାମାନେ ଘରେ ଅଛନ୍ତି। ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା କେବେ ଶୂନ ହେବ କହି ହେବନି। ହେଲେ ବୈଜ୍ଞାନିକଙ୍କ ରିପୋର୍ଟ କହୁଛି କରୋନା ନିୟମ ଅନୁଯାୟୀ ସ୍କୁଲ୍ ଖୋଲି ହେବ। ଯଦି ଏବେ ପୁଣି ସ୍କୁଲ ବନ୍ଦ ରହିବ ତାହେଲେ ଆଗାମୀ ଦିନରେ ପିଲାଙ୍କ ପାଠ ପଢ଼ା ଆହୁରି ଖରାପ ହେବ। ଯାହାକି ଆଗାମୀ ଦିନ ପାଇଁ ବଡ଼ ସମସ୍ୟା ଉପୁଜିପାରେ।

ତେଣୁ ଏବେ ପ୍ରଥମେ ନର୍ସରୀ ଏବଂ ପ୍ରାଥମିକ ସ୍କୁଲ ଖୋଲିବା ଦରକାର। ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଟିକା ନେଇଛନ୍ତି ବୋଲି ସୁନିଶ୍ଚିତ କରିବା ଦରକାର। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ସ୍କୁଲ ଖୋଲିବା ଦରକାର। ସେହିପରି ଛୋଟ ଛୁଆଙ୍କ ପାଇଁ ଟିକା ବ୍ୟବସ୍ଥା କରିବା ଦରକାର ବୋଲି ଅଭିଭାବକ ମାନେ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ଅଳ୍ପ ଅଳ୍ପ ଛାତ୍ରଛାତ୍ରୀଙ୍କୁ ଗ୍ରୁପ କରାଇ ପାଠ ପଢ଼ା ଆରମ୍ଭ କରିବା ଦରକାର ବୋଲି ଅଭିଭାବକ କହିଛନ୍ତି।

ମହାରାଷ୍ଟ୍ରର ପେଡିଆଟ୍ରିକ କୋଭିଡ ଟାସ୍କ ଫୋର୍ସର ସଦସ୍ୟ ବିଜୟ ୟେଓ୍ୱାଲେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ସରକାରଙ୍କୁ ଗାଇଡ୍ ଲାଇନ୍ ଦିଆ ହୋଇଛି। ସ୍କୁଲ୍ ଖୋଲିବ କି ନାହିଁ ସରକାରଙ୍କ ଦାୟିତ୍ୱ। ଚୂଡ଼ାନ୍ତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ। ଯଦିଓ ଏବେ ରାଜ୍ୟରେ କରୋନା ନିୟନ୍ତ୍ରଣାଧିନ ରହିଛି ବୋଲି କୁହାଯାଉଛି ହେଲେ କୋଭିର ସମ୍ଭାବ୍ୟ ତୃତୀୟ ଲହର ବାବଦରେ ଏବେ କିଛି କହି ହେବନି। ସୂଚନାଯୋଗ୍ୟ ଛୋଟ ପିଲାଙ୍କ ପାଇଁ ଅଗଷ୍ଟରୁ ଟିକା ଦିଆଯାଇପାରେ।

Related story