ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲ ଯାଇ ଭାରତୀୟ ଦଳ ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟ ମନ୍ତ୍ରୀ ପୁଷ୍କର ସିଂ ଧାମୀ । ଋଷଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି, ଏବଂ ମେଡିକାଲ କର୍ତ୍ତୃପକ୍ଷ ଲଗାତାର ତାଙ୍କ ସମ୍ପର୍କରେ ଥିବା ମୁଖ୍ୟ ମନ୍ତ୍ରୀ ଧାମୀ କହିଛନ୍ତି । ତେବେ ଋଷଭଙ୍କ ଜୀବନ ବଞ୍ଚାଇଥିବା ହରିଆଣା ବସ ଡିପୋର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଆସନ୍ତା ଜାନୁଆରୀ ୨୬ ତାରିଖରେ ଉତ୍ତରାଖଣ୍ଡ ସରକାର ସମ୍ମାନୀତ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗତ ୩୦ ତିରିଖରେ ଦିଲ୍ଲୀରୁ ରୁରୁକି ଫେରୁଥିବା ବେଳେ ଋଷଭ ପନ୍ଥଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଯେଉଥିର ତାଙ୍କ ଗାଡ଼ି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଋଷଭଙ୍କୁ ଉଦ୍ଧାର କରିଥିଲେ ହରିଆଣାର ଜଣେ ଡ୍ରାଇଭର ଓ କଣ୍ଡକ୍ଟର। ଉଲ୍ଲେଖଯୋଗ୍ୟ, ସୁଶୀଳ ନାମକ ଜଣେ ବସ୍ ଚାଳକ ହିଁ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଡ଼ିଯାଉଥିବା ଭଙ୍ଗାରୁଜା କାର୍ ମଧ୍ୟରୁ ଋଷଭଙ୍କୁ ଟାଣି ବାହାରକୁ ଆଣିବାରେ ସହାୟତା କରିଥିଲେ। ସେ ଦୁର୍ଘଟଣାଗ୍ରସ୍ତ କାର୍ ନିକଟକୁ ଧାଇଁ ଋଷଭଙ୍କୁ ଉଦ୍ଧାର କରିବା ଲାଗି କାର୍ର କାଚ ଭାଙ୍ଗି ପକାଇଥିଲେ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ତାଙ୍କ ସରକାର ବହନ କରିବ।
ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ସଦ୍ୟତମ ତଥ୍ୟ ସଂଗ୍ରହ କରିବା ସହିତ ତାଙ୍କ ଚିକିତ୍ସା ନିମନ୍ତେ ସବୁ ବ୍ୟବସ୍ଥା କରିବା ଲାଗି ସେ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି। ପ୍ରୟୋଜନ ହେଲେ ଏୟାର୍ ଆମ୍ବୁଲାନ୍ସ୍ ବ୍ୟବସ୍ଥା କରାଯାଉ।