ଅପହରଣର ମାସକ ପରେ ଓଏନଜିସି କର୍ମଚାରୀଙ୍କୁ ଛାଡ଼ିଲେ ବିଦ୍ରୋହୀ ଗୋଷ୍ଠୀ

ଗୌହାଟୀ: ବିଦ୍ରୋହୀ ଗୋଷ୍ଠୀ ୟୁଏଲଏଫଏ-ଆଇ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଏନଜିସିର କର୍ମଚାରୀ ରିତୁଲ ସୈକିଆ ଆଜି ଛାଡ଼ ପାଇଛନ୍ତି। କିଛି ଦିନ ତଳେ ୟୁଏଲଏଫଏ-ଆଇର ମୁଖ୍ୟ ପରେଶ ବରୁଆ ସରକାରଙ୍କ ସହ ଅସ୍ତ୍ରବିରତି ଘୋଷଣା କରିଥିଲେ। ସେ ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ହିଁ ରିତୁଲ ଛାଡ଼ ପାଇଛନ୍ତି। ସେ ମାସେ କାଳ ବିଦ୍ରୋହୀଙ୍କ କବଳରେ ଥିଲେ। ଆସାମର ଜୋରହଟ ଜିଲ୍ଲାର ତିତାବୋର ଠାରେ ରହୁଥିବା ରିତୁଲ ଏପ୍ରିଲ ମାସରେ ଅପହରଣର ଶିକାର ହୋଇଥିଲା। […]

ONGC

Hemant Lenka
  • Published: Saturday, 22 May 2021
  • , Updated: 22 May 2021, 11:53 AM IST

ଗୌହାଟୀ: ବିଦ୍ରୋହୀ ଗୋଷ୍ଠୀ ୟୁଏଲଏଫଏ-ଆଇ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଏନଜିସିର କର୍ମଚାରୀ ରିତୁଲ ସୈକିଆ ଆଜି ଛାଡ଼ ପାଇଛନ୍ତି। କିଛି ଦିନ ତଳେ ୟୁଏଲଏଫଏ-ଆଇର ମୁଖ୍ୟ ପରେଶ ବରୁଆ ସରକାରଙ୍କ ସହ ଅସ୍ତ୍ରବିରତି ଘୋଷଣା କରିଥିଲେ। ସେ ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ହିଁ ରିତୁଲ ଛାଡ଼ ପାଇଛନ୍ତି। ସେ ମାସେ କାଳ ବିଦ୍ରୋହୀଙ୍କ କବଳରେ ଥିଲେ।

ଆସାମର ଜୋରହଟ ଜିଲ୍ଲାର ତିତାବୋର ଠାରେ ରହୁଥିବା ରିତୁଲ ଏପ୍ରିଲ ମାସରେ ଅପହରଣର ଶିକାର ହୋଇଥିଲା। ସେ ଓ ଆଉ ଦୁଇ ଜଣ କର୍ମଚାରୀ ଓଏନଜିସିର ସିବସାଗର ସାଇଟ୍‌ରେ ରହିଥିବା ବେଳେ ସେମାନଙ୍କୁ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟମାନେ ଉଠାଇ ନେଇଥିଲେ।

ଅପହରଣର କିଛି ଦିନ ପରେ ରିତୁଲଙ୍କ ସହ ଅପହରଣର ଶିକାର ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଆର୍ମି ଓ ନାଗାଲ୍ୟାଣ୍ଡ ପୁଲିସ୍‌ ଉଦ୍ଧାର କରିଥିଲା। ସେମାନଙ୍କୁ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାର ଗୋଟିଏ ଗାଁରୁ ଠାବ କରାଯାଇଥିଲା।

ଆଜି ରିତୁଲଙ୍କୁ ନାଗାଲ୍ୟାଣ୍ତର ଭାରତ-ମିଆଁମାର ସୀମାନ୍ତରେ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟମାନେ ଛାଡ଼ି ଚାଲି ଯାଇଛନ୍ତି। ସେ ସେଠାରୁ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାରେ ଥିବା ଆସାମ ରାଇଫଲ କ୍ୟାମ୍ପରେ ପହଞ୍ଚିଥିଲେ। ଗୁରୁବାର ପରେଶ ବରୁଆ ଓଏନଜିସି କର୍ମଚାରୀଙ୍କୁ ଦୁଇ କି ୩ ଦିନ ମଧ୍ୟରେ ସୁରକ୍ଷିତ ଭାବେ ଛଡ଼ା ଯିବ ବୋଲି ଘୋଷଣା କରିଥିଲେ। ସୂତ୍ର ଅନୁସାରେ ରିତୁଲଙ୍କୁ ୟୁଏଲଏଫଏ-ଆଇ ମିଆଁମାର ସ୍ଥିତ କ୍ୟାମ୍ପରେ ରଖିଥିଲା ବୋଲି ଜଣାପଡ଼ିଛି।

Related story