୨୫ କିଲୋମିଟର୍ ପାଇଁ ୪୨ହଜାର ଟଙ୍କା! କରୋନା ରୋଗୀଙ୍କ ଠାରୁ ଚାର୍ଜ କଲା ଆମ୍ବୁଲାନ୍ସ ଚାଳକ

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଗୋଟିଏ ପଟେ କରୋନା ୱାରିୟର୍ସ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଅନ୍ୟପଟେ କିଛି ଲୋକ ଅଳ୍ପ ପଇସା ପାଇଁ ଅନ୍ୟମାନଙ୍କର ସରଳତାର ଫାଇଦା ଉଠାଇବାରେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ନୋଏଡାରୁ ଆସିଛି, ଯେଉଁଠାରେ ଜଣେ ଆମ୍ବୁଲାନ୍ସ ଚାଳକ ଜଣେ ରୋଗକୁ ହସ୍ପିଟାଲ ପହଞ୍ଚାଇବା ପାଇଁ ପାଉଣା ନେଇଛନ୍ତି। ତେବେ ପାଉଣା ଶହେ କି ୫୦୦ ନୁହେଁ, ଏକାଥରକେ […]

ambulance

Ranjit Kumar Jena
  • Published: Thursday, 29 April 2021
  • , Updated: 29 April 2021, 08:39 PM IST

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଗୋଟିଏ ପଟେ କରୋନା ୱାରିୟର୍ସ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଅନ୍ୟପଟେ କିଛି ଲୋକ ଅଳ୍ପ ପଇସା ପାଇଁ ଅନ୍ୟମାନଙ୍କର ସରଳତାର ଫାଇଦା ଉଠାଇବାରେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ନୋଏଡାରୁ ଆସିଛି, ଯେଉଁଠାରେ ଜଣେ ଆମ୍ବୁଲାନ୍ସ ଚାଳକ ଜଣେ ରୋଗକୁ ହସ୍ପିଟାଲ ପହଞ୍ଚାଇବା ପାଇଁ ପାଉଣା ନେଇଛନ୍ତି। ତେବେ ପାଉଣା ଶହେ କି ୫୦୦ ନୁହେଁ, ଏକାଥରକେ ୪୨ହଜାର ଟଙ୍କା। ମାତ୍ର ୨୫ କିଲୋମିଟର୍ ଦୂରତା ପାଇଁ ଆମ୍ବୁଲାନ୍ସ ଚାଳକ ଜଣକ ୪୨ହଜାର ୩୫୦ ଟଙ୍କା ନେଇଛନ୍ତି। କିନ୍ତୁ ପରେ ସେହି ଟଙ୍କାକୁ ରୋଗୀଙ୍କ ପରିବାରକୁ ଦିଆଯାଇଛି।

ପୂରା ଘଟଣା ହେଉଛି ଯେ, ନୋଏଡା ସେକ୍ଟର-୫୦ରୁ କରୋନାରେ ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ଥିଲା। ଆମ୍ବୁଲାନ୍ସ ଚାଳକ ରୋଗୀଙ୍କୁ ଗ୍ରେଟର ନୋଏଡା ୱେଷ୍ଟର ଏକ ହସ୍ପିଟାଲକୁ ନେଇଥିଲେ। ଏହି ୨୫ କିଲୋମିଟର ଦୂରତା ପାଇଁ ଆମ୍ବୁଲାନ୍ସ ଚାଳକ ଜଣକ ରୋଗୀଙ୍କଠାରୁ ୪୨ହଜାର ଟଙ୍କା ନେଲେ। ତେବେ ସୋଶାଲ ମିଡିଆରେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ତଦନ୍ତ କରି ଆମ୍ବୁଲାନ୍ସ ଚାଳକ ପର୍ଯ୍ୟନ୍ତ ପହଞ୍ଚିଥିଲା।

ପୁଲିସର ପଚରାଉଚରାରେ ଆମ୍ବୁଲାନ୍ସ ଚାଳକ କହିଲେ ଯେ ସେ ରୋଗୀଙ୍କୁ ନେଇ ହସ୍ପିଟାଲ ଯାଇଥିଲେ ଏବଂ ତାଙ୍କର ପୂରା ସାହାଯ୍ୟ କରିଥିଲେ। ତେବେ ଚାଳକ ଜଣକ ୨୫ କିଲୋମିଟର ପାଇଁ ୪୨ହଜାର ଟଙ୍କା ଦାବିକୁ ପ୍ରମାଣିତ କରିପାରିନଥିଲେ। ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଆମ୍ବୁଲାନ୍ସ ଚାଳକ ଜଣକ ରୋଗୀଙ୍କ ପରିବାରକୁ ୪୦ହଜାର ଟଙ୍କା ଫେରସ୍ତ କରିଛନ୍ତି। ଏହାସହ ପୁଲିସ୍ ଚାଳକଙ୍କଠାରୁ ଏକ କ୍ଷମା ପତ୍ର ମଧ୍ୟ ଲେଖାଇଛନ୍ତି ଏବଂ ପରେ ଆମ୍ବୁଲାନ୍ସର ଚାଲାଣ ମଧ୍ୟ କାଟିଥିଲେ।

ପୁଲିସ୍ ସ୍ପଷ୍ଟ କରିଛି ଯେ ଯଦି କେହି ଅଧିକ ଭଡ଼ା ଦାବି କରେ, ତାହେଲେ ତୁରନ୍ତ ଟ୍ରାଫିକ୍ ପୁଲିସର ହେଲପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ପୁଲିସ୍ ମଧ୍ୟ ଆହୁରି କହିଛି ଯେ ସରଳତାର ଫାଇଦା ଉଠାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story