ମେହବୁବା ମୁଫତିଙ୍କ ଭଉଣୀଙ୍କୁ ଅପହରଣ କରିଥିଲା ଆତଙ୍କୀ ୟାସିନ ମଲିକ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟାଙ୍କୁ ଅପହରଣ କରିଥିଲା ଜେକେଏଲଏଫର ମୁଖ୍ୟ ୟାସିନ ମଲିକ। ଆଜି ନିଜେ ରୁବୈୟା ତାଙ୍କ ଅପହରଣକର୍ତ୍ତା ଭାବେ ୟାସିନ ଓ ଅନ୍ୟ ୩ ଜଣଙ୍କୁ କୋର୍ଟରେ ଚିହ୍ନଟ କରିଛନ୍ତି। ୧୯୮୯ ମସିହାରେ ରୁବୈୟା ଅପହରଣ ହୋଇଥିଲେ। ଏହି ମାମଲାର ବିଚାର ଆଜି ଯାଏ ଚାଲିଛି। ଆଜି ତାଙ୍କ ଅପହରଣ ସହ ଜଡ଼ିତ ମାମଲାର ଶୁଣାଣି ବେଳେ ରୁବୈୟା […]

yasin-malick

Hemant Lenka
  • Published: Friday, 15 July 2022
  • , Updated: 15 July 2022, 07:37 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟାଙ୍କୁ ଅପହରଣ କରିଥିଲା ଜେକେଏଲଏଫର ମୁଖ୍ୟ ୟାସିନ ମଲିକ। ଆଜି ନିଜେ ରୁବୈୟା ତାଙ୍କ ଅପହରଣକର୍ତ୍ତା ଭାବେ ୟାସିନ ଓ ଅନ୍ୟ ୩ ଜଣଙ୍କୁ କୋର୍ଟରେ ଚିହ୍ନଟ କରିଛନ୍ତି।

୧୯୮୯ ମସିହାରେ ରୁବୈୟା ଅପହରଣ ହୋଇଥିଲେ। ଏହି ମାମଲାର ବିଚାର ଆଜି ଯାଏ ଚାଲିଛି। ଆଜି ତାଙ୍କ ଅପହରଣ ସହ ଜଡ଼ିତ ମାମଲାର ଶୁଣାଣି ବେଳେ ରୁବୈୟା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସେ ୟାସିନ ହିଁ ତାଙ୍କୁ ଅପହରଣ କରିଥିବା ସେ ନିଶ୍ଚିତ କରିଛନ୍ତି। ୧୯୮୯ରେ ୫ ଜଣ ଆତଙ୍କୀଙ୍କ ବଦଳରେ ରୁବୈୟାଙ୍କୁ ଅପହରଣକର୍ତ୍ତାଙ୍କ କବଳରୁ ମୁକୁଳା ଯାଇଥିଲା। ଏହି ସମୟରେ ତାଙ୍କ ବାପା ଦେଶର ଗୃହ ମନ୍ତ୍ରୀ ଥିଲେ।

[caption id="" align="aligncenter" width="896"] ରୁବୈୟା (ଫାଇଲ ଫଟୋ)[/caption]

୧୯୯୦ରୁ ସିବିଆଇ ଘଟଣାର ତଦନ୍ତ କରୁଥିଲା। ଏବେ ପ୍ରଥମଥର ପାଇଁ ଅପହରଣ ମାମଲାରେ ରୁବୈୟାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ତାମିଲନାଡୁରେ ରହୁଥିବା ରୁବୈୟାଙ୍କୁ ସିବିଆଇ ସରକାରୀ ସାକ୍ଷୀ ଭାବେ ବିବେଚନା କରିଥିଲା। ତଦନ୍ତ ବେଳେ ସିବିଆଇ ୟାସିନ ମଲିକକୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ନିକଟରେ ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଆଜୀବନ ଜେଲ ଦଣ୍ଡ ମିଳିଛି। ଏବେ ସେ ରୁବୈୟାଙ୍କ ଅପହରଣରେ ମଧ୍ୟ ଜଡ଼ିତ ଥିବା ସ୍ପଷ୍ଟ ହୋଇଛି। ତେଣୁ ଏହି ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହେବା ନିଶ୍ଚିତ ହୋଇଛି।

Related story