ୟୁକ୍ରେନ୍‌ର ୭୦ଟି ମିଲିଟାରୀ ବେସ୍‌କୁ ଧ୍ୱଂସ କରିଦେଲା ରୁଷ୍

ନୂଆଦିଲ୍ଲୀ: ୟୁକ୍ରେନ୍‌ ବିପକ୍ଷରେ ଘନ ଘନ ମିଶାଇଲ ମାଡ଼ କରି ଚାଲିଛି ରୁଷ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହୋଇଥିବା ବେଳେ ୟୁକ୍ରେନ୍‌ରେ ୭୦ଟି ମିଲିଟାରୀ ବେଶକୁ ଧ୍ୱଂଶ କରିଦେଇଛି ରୁଷ ସେନା।  ପାଖାପାଖି ୧୧ଟି ଏୟାର ବେଶ ସହ ମୋଟ ୭୦ଟି ମିଲିଟାରୀ ବେଶକୁ ନଷ୍ଠ କରିଦେଇଥିବା ରୁଷ ଦାବି କରିଛି। ଆକାଶ ମାର୍ଗରୁ ରୁଷ ମିଶାଇଲ ମାଡ଼ ଜାରି ରଖିଛି । ଆଜିର ଆକ୍ରମଣରେ ୧୧ଟି ଏୟାର ବେଶ, ୩ଟି କମାଣ୍ଡ […]

rush

Tapas Behera
  • Published: Thursday, 24 February 2022
  • , Updated: 24 February 2022, 09:48 PM IST

ନୂଆଦିଲ୍ଲୀ: ୟୁକ୍ରେନ୍‌ ବିପକ୍ଷରେ ଘନ ଘନ ମିଶାଇଲ ମାଡ଼ କରି ଚାଲିଛି ରୁଷ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହୋଇଥିବା ବେଳେ ୟୁକ୍ରେନ୍‌ରେ ୭୦ଟି ମିଲିଟାରୀ ବେଶକୁ ଧ୍ୱଂଶ କରିଦେଇଛି ରୁଷ ସେନା।  ପାଖାପାଖି ୧୧ଟି ଏୟାର ବେଶ ସହ ମୋଟ ୭୦ଟି ମିଲିଟାରୀ ବେଶକୁ ନଷ୍ଠ କରିଦେଇଥିବା ରୁଷ ଦାବି କରିଛି। ଆକାଶ ମାର୍ଗରୁ ରୁଷ ମିଶାଇଲ ମାଡ଼ ଜାରି ରଖିଛି । ଆଜିର ଆକ୍ରମଣରେ ୧୧ଟି ଏୟାର ବେଶ, ୩ଟି କମାଣ୍ଡ ପୋଷ୍ଟ, ଏସ-୩୦୦ର ୧୮ଟି ରାଡାର ଷ୍ଟେଶନ ଏବଂ ବକ୍‌ ଏମଆଇର ଆଣ୍ଟି ଏୟାର କ୍ରାଫ୍ଟ ମିଶାଇଲ ସିଷ୍ଟମକୁ ଧ୍ୱଂଶ କରି ଦେଇଛି ରୁଷ । ସେହିପରି ୟୁକ୍ରେନ୍‌ର ସାମରିକ ହେଲିକପ୍ଟର ଏବଂ ୪ଟି  ଡ୍ରୋନ୍‌କୁ ମାରି ଖଖସାଇ ଦେଇଛି ରୁଷ।

ସେପଟେ ରୁଷ ସେନାଙ୍କୁ ୟୁକ୍ରେନର ବିଛିନ୍ନତାବାଦୀମାନେ ସହଯୋଗ କରିଛନ୍ତି।  ଆଜି ଭୋରୁ ୫ଟା୪୦ରେ ରୁଷ ୟୁକ୍ରେନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ତେବେ ଆକ୍ରମଣର କିଛିକ୍ଷଣ ମଧ୍ୟରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ପ୍ରବେଶ କରି ବୋମା ବର୍ଷଣ ଆରମ୍ଭ କରିଥିଲା ରୁଷ ସେନା। ଏହି ଆକ୍ରମଣରେ ଉଭୟ ରୁଷ ୟକ୍ରେନ ପକ୍ଷରୁ ୬୮ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତଙ୍କ ମଧ୍ୟରେ ସେନା ଓ ସାଧାରଣ ନାଗରିକ ଅଛନ୍ତି। ତେବେ ଓଡ୍ଡେସାରେ ଥିବା ୟୁକ୍ରେନ୍‌ର ବ୍ଲାକ ସି ପୋର୍ଟ ନିକଟସ୍ଥ ଏୟାରବେଶରେ ହୋଇଥିବା ଆକ୍ରମଣ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। କାରଣ ଏହି ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଛନ୍ତି । ରୁଷର ସେନା ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରେ ପହଞ୍ଚିସାରିଥିବା ୟୁକ୍ରେନ୍‌ ସୀମା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଅକାଶରେ ଏକାଧିକ ରୁଷ ସାମରିକ ବିମାନ ଘୁରି ବୁଲୁଥିବା ଜଣାପଡ଼ିଛି। ରୁଷ ପୂର୍ଣ୍ଣ ଦଖଲ ସ୍ଥିତିରେ ପହଞ୍ଚି ଯାଇଥିବା ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ କହିଛନ୍ତି।

Related story