ହିନ୍ଦୁ ରୀତିନୀତିରେ ବାହା ହେଲେ ରୁଷ-ୟୁକ୍ରେନ ପ୍ରେମୀ ଯୁଗଳ, ଭିଡିଓ ଭାଇରାଲ

ଧର୍ମଶାଳା: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରୁଷ-ୟୁକ୍ରେନର ପ୍ରେମୀ ଯୁଗଳ। ଦୁଇ ଦେଶ ମଧ୍ୟରେ ଫେବୃଆରୀ ୨୪ରୁ ଯୁଦ୍ଧ ଚାଲିଥିଲେ ମଧ୍ୟ ଏମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଛି। ଭାରତର ହିମାଚଳ ପ୍ରଦେଶରେ ଏହି ରୁଷ-ୟୁକ୍ରେନ ନାଗରିକ ସାତ ଜନ୍ମ ପାଇଁ ପରସ୍ପରକୁ ଜୀବନ ସାଥୀ ରୂପେ ବାଛିଛନ୍ତି। ରୁଷର ସେରଗେଇ ନୋଭିକୋଭ ତାଙ୍କର ୟୁକ୍ରେନ ପ୍ରେମିକା ଇଲୋନା ବ୍ରାମୋକାଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଲାରେ ଏହି ବିବାହ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ […]

Russia

  • Published: Friday, 05 August 2022
  • , Updated: 05 August 2022, 05:57 PM IST

ଧର୍ମଶାଳା: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରୁଷ-ୟୁକ୍ରେନର ପ୍ରେମୀ ଯୁଗଳ। ଦୁଇ ଦେଶ ମଧ୍ୟରେ ଫେବୃଆରୀ ୨୪ରୁ ଯୁଦ୍ଧ ଚାଲିଥିଲେ ମଧ୍ୟ ଏମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଛି। ଭାରତର ହିମାଚଳ ପ୍ରଦେଶରେ ଏହି ରୁଷ-ୟୁକ୍ରେନ ନାଗରିକ ସାତ ଜନ୍ମ ପାଇଁ ପରସ୍ପରକୁ ଜୀବନ ସାଥୀ ରୂପେ ବାଛିଛନ୍ତି।

ରୁଷର ସେରଗେଇ ନୋଭିକୋଭ ତାଙ୍କର ୟୁକ୍ରେନ ପ୍ରେମିକା ଇଲୋନା ବ୍ରାମୋକାଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଲାରେ ଏହି ବିବାହ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ ସେରଗେଇ ଓ ଇଲୋନା ପାରମ୍ପରିକ ହିନ୍ଦୁ ବିବାହ ବସ୍ତ୍ର ପରିଧାନ କରିଛନ୍ତି। ଏଥିସହ ସେମାନେ ସାତ ଫେରା ନେଉଛନ୍ତି। କିଛି ଅତିଥିଙ୍କ ଉପସ୍ଥିତିରେ ଜଣେ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି ବାହାଘର ରୀତିନୀତିକୁ ସମ୍ପନ୍ନ କରୁଥିବାର ଦୃଶ୍ୟ ଭିଡିଓରେ ରହିଛି।

ଏହି ଭିଡିଓକୁ ଲକ୍ଷାଧିକ ଲୋକ ପସନ୍ଦ କରିବା ସହ ଶେୟାର କରିବାରେ ଲାଗିଛନ୍ତି। ସେହିପରି ନବଦମ୍ପତିଙ୍କୁ ଲୋକମାନେ ଶୁଭେଚ୍ଛା ମଧ୍ୟ ଜଣାଇବା ଆରମ୍ଭ କରିଛନ୍ତି।


ରିପୋର୍ଟ ଅନୁସାରେ, ସେରଗେଇ ଓ ଇଲୋନା ପରସ୍ପରକୁ ଦୁଇ ବର୍ଷ ହେଲା ଭଲ ପାଉଥିଲେ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ମଧ୍ୟ କେହି କାହାକୁ ଭୁଲି ନଥିଲେ। ଦୁଇ ବର୍ଷର ପ୍ରେମ ସମ୍ପର୍କକୁ ବିବାହ ରୂପ ଦେବାକୁ ସେମାନେ ନିକଟରେ ନିଷ୍ପତ୍ତି ନେଇଥିଲେ। ଶେଷରେ ଅଗଷ୍ଟ ୨ ତାରିଖ ଦିନ ଧର୍ମଶାଲା ନିକଟରେ ଥିବା ଦିବ୍ୟ ଆଶ୍ରମ କହରୋଟାରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଆଶ୍ରମରେ ଉଭୟ ବର୍ଷେ ହେଲା ରହୁଥିବା ଏଠାକାର ଜଣେ ବ୍ରାହ୍ମଣ କହିଛନ୍ତି। ବ୍ରାହ୍ମଣ ଓ ତାଙ୍କ ପରିବାର ଲୋକ ଉଭୟଙ୍କ ବାହାଘରର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ଏପରି କି ସେ ଇଲୋନାଙ୍କ କନ୍ୟାଦାନ ମଧ୍ୟ କରିଥିଲେ। ହିନ୍ଦୁ ରୀତିନୀତିରେ ମନ୍ତ୍ର ଉଚ୍ଚାରଣ କରାଯାଉଥିବା ବେଳେ ସରଗେଇ ଓ ଇଲୋନାଙ୍କୁ ଏହା ବୁଝାଇବା ପାଇଁ ଜଣେ ଟ୍ରାନ୍ସଲେଟର ବେଦୀ ନିକଟରେ ବସିଥିଲେ।

Related story