ପୁଲିସ୍‌ ବିଭାଗରୁ ତଡ଼ା ଖାଇଲେ ସଚିନ ବାଜେ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ମୁମ୍ବାଇ ପୁଲିସ୍‌ ଏପିଆଇ ତଥା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଶେଷରେ ବହିଷ୍କୃତ ହୋଇଛନ୍ତି। ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଏନଆଇଏ ତାଙ୍କୁ ଗିରଫ କରିଛି। ଏହାପରେ ମୁମ୍ବାଇ ପୁଲିସ୍‌ ତାଙ୍କୁ ନିଲମ୍ବିତ କରିଥିଲା। ହେଲେ ଆଜି ମୁମ୍ବାଇ ପୁଲିସ୍‌ କମିଶନରଙ୍କ ପକ୍ଷରୁ ଜାରି ନୋଟିସ୍‌ରେ ସଚିନ ବାଜେ ମୁମ୍ବାଇ ପୁଲିସରୁ ବହିଷ୍କୃତ ହୋଇଥିବା ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଫେବୃଆରୀ ୨୫ରେ […]

sachin-vaze

Hemant Lenka
  • Published: Tuesday, 11 May 2021
  • , Updated: 11 May 2021, 08:00 PM IST

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ମୁମ୍ବାଇ ପୁଲିସ୍‌ ଏପିଆଇ ତଥା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଶେଷରେ ବହିଷ୍କୃତ ହୋଇଛନ୍ତି। ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଏନଆଇଏ ତାଙ୍କୁ ଗିରଫ କରିଛି।

ଏହାପରେ ମୁମ୍ବାଇ ପୁଲିସ୍‌ ତାଙ୍କୁ ନିଲମ୍ବିତ କରିଥିଲା। ହେଲେ ଆଜି ମୁମ୍ବାଇ ପୁଲିସ୍‌ କମିଶନରଙ୍କ ପକ୍ଷରୁ ଜାରି ନୋଟିସ୍‌ରେ ସଚିନ ବାଜେ ମୁମ୍ବାଇ ପୁଲିସରୁ ବହିଷ୍କୃତ ହୋଇଥିବା ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଫେବୃଆରୀ ୨୫ରେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ସ୍ଥିତ ବାସଭବନ ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କପ୍ରିଓ ମିଳିଥିଲା। ଏଥିରେ ବିସ୍ଫୋରକ ଥିବା ଜଣାପଡ଼ିବା ପରେ ମହାରାଷ୍ଟ୍ର ଏଟିଏସ୍‌ ତଦନ୍ତ ଆରମ୍ଭ କରିଥିଲା। ଏହି ସ୍କପ୍ରିଓଟି କାର୍‌ ଡିଲର ମନସୁଖ ହିରେନଙ୍କ ଜଣାପଡ଼ିବା ପରେ ପୁଲିସ୍‌ ତାଙ୍କୁ କାବୁ କରିବାକୁ ଲକ୍ଷ୍ୟ ରଖିଥିଲା।

ହେଲେ ମନୁସଖଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୂରା ଘଟଣାର ନୂଆ ଟ୍ୱିଷ୍ଟ ଆସିଥିଲା। ସଚିନ ବାଜେ ହିଁ ମନସୁଖଙ୍କ ମୃତ୍ୟୁ ପଛର କାରଣ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଏହାପରେ ଘଟଣାର ତଦନ୍ତ ଏନଆଇଏ ଆରମ୍ଭ କରିଥିଲା। ଏନଆଇଏ ଖୋଳତାଡ଼ କରିବା ପରେ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ସଚିନ ବାଜେଙ୍କୁ ଗିରଫ କରିଥିଲା।

ସଚିନ ବାଜେ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି ଏନଆଇଏ କହିଛି। ସେହିପରି ତଦନ୍ତ ବେଳେ ମନସୁଖ ଓ ସଚିନ ବାଜେ ଏକାଠି ବୁଲାବୁଲି କରୁଥିବା ଏକାଧିକ ସିସିଟିଭ ଫୁଟେଜ ସାମ୍ନାକୁ ଆସିଥିଲା। ତେଣୁ ମନସୁଖଙ୍କ ମୃତ୍ୟୁ ପଛରେ ମଧ୍ୟ ସଚିନଙ୍କ ହାତ ଥିବା କୁହାଯାଉଛି।

ଏନଆଇଏ ପ୍ରାୟ ୨ ମାସରୁ ଅଧିକ ଦିନ ହେଲା ସଚିନଙ୍କୁ ଗିରଫ କରିଥିଲେ ହେଁ କାହିଁକି ମୁକେଶ ଅମ୍ୱାନୀଙ୍କ ଘର ଆଗରେ ସେ ବିସ୍ଫୋରକ ଗାଡ଼ି ରଖିଥିଲେ, ତାହାର ଖୁଲାସ କରିପାରି ନାହିଁ।

ବାଜେଙ୍କ ସହ ଏନଆଇଏ ନିଲମ୍ବିତ କନଷ୍ଟେବଲ ବିନାୟକ ସିନ୍ଧେ, କ୍ରିକେଟ ବୁକି ନରେଶ ଗୌର ଓ ବାଜେଙ୍କ ସହଯୋଗୀ ରିୟାଜ କାଜିଙ୍କୁ ମଧ୍ୟ ଗିରଫ କରିଛି।

Related story