ଏକଦା ମନ୍ତ୍ରୀଙ୍କ ଅନୁଗତ ଥିଲେ, ଏବେ ଗୁମର ଖୋଲିବାକୁ ସାକ୍ଷୀ ହେବେ

ମୁମ୍ବାଇ: ଦିନେ ଗୃହମନ୍ତ୍ରୀ ଭଳି ପଦରେ ଥିଲେ। ଏବେ କିନ୍ତୁ ଜେଲର ଚାରିକାନ୍ଥ ଭିତରେ ରହି କେବେ ଜାମିନ ପାଇବେ ସେ ନେଇ କସରତ କରୁଛନ୍ତି ମହାରାଷ୍ଟ୍ର ଏନସିପି ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏହାରି ଭିତରେ ମହାରାଷ୍ଟ୍ର ପୁଲିସରୁ ବିତାଡିତ ହୋଇଥିବା ସଚିନ ବାଜେ ଅନୀଲ ଦେଶମୁଖଙ୍କ ବିରୋଧରେ ଯେଉଁ ମନିଲଣ୍ଡରିଂ ବା ଅର୍ଥ ହେରଫେର ମାମଲା ରୁଜୁ ହୋଇଛି ସେ ନେଇ ସରକାରୀ ସାକ୍ଷୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। […]

Sachin and anil

Sachin and anil

Madhupriya Mistry
  • Published: Thursday, 10 February 2022
  • Updated: 10 February 2022, 12:16 PM IST

ମୁମ୍ବାଇ: ଦିନେ ଗୃହମନ୍ତ୍ରୀ ଭଳି ପଦରେ ଥିଲେ। ଏବେ କିନ୍ତୁ ଜେଲର ଚାରିକାନ୍ଥ ଭିତରେ ରହି କେବେ ଜାମିନ ପାଇବେ ସେ ନେଇ କସରତ କରୁଛନ୍ତି ମହାରାଷ୍ଟ୍ର ଏନସିପି ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏହାରି ଭିତରେ ମହାରାଷ୍ଟ୍ର ପୁଲିସରୁ ବିତାଡିତ ହୋଇଥିବା ସଚିନ ବାଜେ ଅନୀଲ ଦେଶମୁଖଙ୍କ ବିରୋଧରେ ଯେଉଁ ମନିଲଣ୍ଡରିଂ ବା ଅର୍ଥ ହେରଫେର ମାମଲା ରୁଜୁ ହୋଇଛି ସେ ନେଇ ସରକାରୀ ସାକ୍ଷୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ନେଇ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକଙ୍କୁ ଚିଠି ଲେଖିଛନ୍ତି। ଆଣ୍ଟିଲିଆ ବୋମା ବିସ୍ପୋରଣ କେସରେ ଗିରଫ ହୋଇ ମୁମ୍ବାଇର ତଲୋଜା ଜେଲର ଚାରି କାନ୍ଥ ଭିତରେ ଅଛନ୍ତି ଏହି ବହିଷ୍କୃତ ପୁଲିସ ଅଧିକାରୀ।

ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଅନ୍ୟତମ ବିଶ୍ୱସ୍ତ ନେତା ହେଉଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ଯେଉଁ ମନି ଲଣ୍ଡରିଂ ମାମଲା ରହିଛି ସେଥିରେ ବାଜେଙ୍କ ନାଁ ମଧ୍ୟ ରହିଛି। ଉଭୟଙ୍କ ତଣ୍ଟିର ଏହି ବେଆଇନ କାରବାର ସବୁଠାରୁ ବଡ କଣ୍ଟା ସାଜିଛି । ତେଣୁ ଜେଲରେ ରହି ଅସୁସ୍ଥ ହୋଇପଡିଥିବା ବାଜେ ଏବେ ମନି ଲଣ୍ଡିରିଂ ମାମଲାରେ ସମସ୍ତ ଗୁମର କଥା ମାଜିଷ୍ଟ୍ରେଟଙ୍କ ଆଗରେ କହି ଏହି ମାମଲାରୁ ଓହରିବାକୁ ଚାହୁଁଛନ୍ତି ବୋଲି ଇଡିର ସହକାରୀ ନିର୍ଦ୍ଦେଶକ ତସିନ ସୁଲତାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ସେ ଯେଉଁ ଚିଠି ଲେଖିଛନ୍ତି ତାହା ତାଙ୍କର ନିଜସ୍ୱ ଇଚ୍ଛା ବୋଲି ସେ କହିଛନ୍ତି।

ପୂର୍ବତନ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଅଫ୍ ପୁଲିସ୍ (API) କହିଛନ୍ତି, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସିଆର୍‌ପିସି ଧାରା 306, 307 ଅନୁଯାୟୀ ମୋତେ କ୍ଷମା ମାଗିବା ପାଇଁ ଏହି ଆବେଦନକୁ ବିଚାର କରନ୍ତୁ। ଏହି ଧାରା ଅନୁଯାୟୀ ଏକ ଅପରାଧରେ ଜଣେ ସହଯୋଗୀଙ୍କୁ କ୍ଷମା ଦେବାକୁ କୋର୍ଟଙ୍କ କ୍ଷମତା ରହିଛି।

ଗତକାଲି ଇଡି ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ଜାମିନ୍ ପାଇଁ ଯେଉଁ କାରଣ ଦେଖାଇଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ ତେଣୁ କୋର୍ଟ ଏହାକୁ ବରଖାସ୍ତ କରିବି ଦରକାର।

ଜାନୁୟାରୀ ୨୮ରେ, ଇଡି ଏହି ମାମଲାରେ ଦେଶମୁଖ ତାଙ୍କ ଦୁଇ ପୁଅ ଏବଂ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ୭ହଜାର ପୃଷ୍ଠାର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ (ଅତିରିକ୍ତ ଜିଲ୍ଲାପାଳ ରାଙ୍କର ଅଫିସର) ସଞ୍ଜୀବ ପଲାନ୍ଦେ ଏବଂ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କ ସମେତ ୧୪ଅଭିଯୁକ୍ତଙ୍କ ବିରୋଧରେ ଇଡି ଚାର୍ଜସିଟ ଦାଖଲ କରିଥିଲା। ଗତ ବର୍ଷ ନଭେମ୍ବରରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା ​​ଏବଂ ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି।

ଏପ୍ରିଲ ୨୧, ୨୦୨୧ରେ ସିବିଆଇ ଏହି ଏନସିପି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଏଫ୍ଆଇଆର୍ ଦାଖଲ କରିଥିଲା। ଏହା ପରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଦେଶମୁଖଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ଆସିଷ୍ଟାଣ୍ଟ ପୁଲିସ୍ ଇନ୍ସପେକ୍ଟର ବାଜେ ବିଭିନ୍ନ ବାର ଏବଂ ରେଷ୍ଟୁରାଣ୍ଟରୁ ୪,୭୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏହା ପରେ ଏହି ଟଙ୍କାକୁ ନାଗପୁର ସ୍ଥିତ ଶ୍ରୀ ସାଇ ଶିଖଣ ସଂସ୍ଥା ନାମରେ ଥିବା ଏକ ଶିକ୍ଷାନୁଷ୍ଠାନ ଟ୍ରଷ୍ଟ ଦ୍ୱାରା ନେଣଦେଣ ହୋଇଥିବା ଇଡି ଦାବି କରିଛି। ଏହି ଟ୍ରଷ୍ଟ ଦେଶମୁଖଙ୍କ ପରିବାର ଦ୍ୱାରା ନିୟନ୍ତ୍ରିତ ହେଉଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story