ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ସପା

ଲକ୍ଷ୍ନୌ: ୟୁପି ବିଧାନ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ସୋମବାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ, ଆଜମ ଖାନ୍‌ ରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଝାନସୀ ସଦର ବିଧାନ ସଭାରୁ ସୀତାରାମ କୁଶୱାଙ୍କୁ ପ୍ରାର୍ଥୀ କରାଯାଇଛି। ସୀତାରାମ ମଧ୍ୟ ୨୦୧୨ ଏବଂ ୧୦୧୭ ବିଧାନସଭା ନିର୍ବାଚନରେ ​​ଭାଗ୍ୟ ପରୀକ୍ଷା କରିଛନ୍ତି। ସେ ଗତ ନିର୍ବାଚନରେ ​​ବହୁଜନ ସମାଜ ପାର୍ଟି(ବିଏସପି) ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ।  ଗତ ବର୍ଷ ସେ  ବିଏସପି ଛାଡି ଏସପିରେ […]

akhilesh

Tapas Behera
  • Published: Monday, 24 January 2022
  • , Updated: 24 January 2022, 08:26 PM IST

ଲକ୍ଷ୍ନୌ: ୟୁପି ବିଧାନ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ସୋମବାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ, ଆଜମ ଖାନ୍‌ ରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଝାନସୀ ସଦର ବିଧାନ ସଭାରୁ ସୀତାରାମ କୁଶୱାଙ୍କୁ ପ୍ରାର୍ଥୀ କରାଯାଇଛି। ସୀତାରାମ ମଧ୍ୟ ୨୦୧୨ ଏବଂ ୧୦୧୭ ବିଧାନସଭା ନିର୍ବାଚନରେ ​​ଭାଗ୍ୟ ପରୀକ୍ଷା କରିଛନ୍ତି। ସେ ଗତ ନିର୍ବାଚନରେ ​​ବହୁଜନ ସମାଜ ପାର୍ଟି(ବିଏସପି) ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ।  ଗତ ବର୍ଷ ସେ  ବିଏସପି ଛାଡି ଏସପିରେ ଯୋଗ ଦେଇଥିଲେ।

ଏସପିରେ ଯୋଗଦେବା ପରଠାରୁ ତାଙ୍କୁ ଝାନସୀ  ବିଧାନସଭା ଆସନରୁ  ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା।  ପ୍ରଥମ ପର୍ଯ୍ୟାୟରେ  ସମାଜବାଦୀ ପାର୍ଟି ୧୫୯ ଜଣଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ପର୍ଯ୍ୟାୟରେ ଦଳର ସଭାପତି ଅଖିଳେଶ ଯାଦବଙ୍କ ସହ ତାଙ୍କ ଦାଦା ଶିବପାଲ ଯାଦବଙ୍କ ନାମ ମଧ୍ୟ ଅଛି। ଅଖିଳେଶ କରହାଲରୁ, ଶିବପାଲ ଜସୱନ୍ତନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜେଲରେ ଥିବା ସପା ସାଂସଦ ଆଜମ ଖାନ ରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସେହିପରି ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ଆଜମ ସ୍ୱାର ଆସନରୁ ଲଢ଼ିବେ। ସେହିପରି ମନୋଜ ପାଣ୍ଡେଙ୍କୁ ଉଞ୍ଚାହାର ଆସନରୁ ଟିକେଟ ଦିଆଯାଇଛି। ତେବେ ଏହି ଆସନରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ  ତାଙ୍କ ପୁଅ ପାଇଁ ଟିକେଟ ଦାବି କରୁଥିବା ଚର୍ଚ୍ଚା ହୋଇ ଥିଲା । ନିକଟରେ ଅସନ୍ତୁଷ୍ଟ ହୋଇ ବିଜେପି ଛାଡ଼ି ସପାରେ ଯୋଗ ଦେଇଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ।

Related story