ଓପିନିଅନ ପୋଲ ଉପରେ ରୋକ ଲଗାଇବାକୁ ଦାବି କଲା ସପା, ଓଲଟା କଥା କହିଲା ବିଜେପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଟିଭି ଚ୍ୟାନେଲରେ ଓପିନିଅନ ପୋଲ ବା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଉଛି। ପ୍ରାୟ ଅଧିକାଂଶ ଜନମତ ସର୍ଭେ ବିଜେପି ସମର୍ଥନରେ ଯାଉଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛି ବିରୋଧୀ ସମାଜବାଦୀ ପାର୍ଟି। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏପରି ଓପନିଅ ପୋଲ ଠିକ୍‌ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିସହ ଏହା ଉପରେ ରୋକ ଲଗାଇବାକୁ ଦଳ ନିର୍ବାଚନ କମିଶନକୁ ଚିଠି […]

SP

Hemant Lenka
  • Published: Monday, 24 January 2022
  • , Updated: 24 January 2022, 08:57 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଟିଭି ଚ୍ୟାନେଲରେ ଓପିନିଅନ ପୋଲ ବା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଉଛି। ପ୍ରାୟ ଅଧିକାଂଶ ଜନମତ ସର୍ଭେ ବିଜେପି ସମର୍ଥନରେ ଯାଉଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛି ବିରୋଧୀ ସମାଜବାଦୀ ପାର୍ଟି।

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏପରି ଓପନିଅ ପୋଲ ଠିକ୍‌ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିସହ ଏହା ଉପରେ ରୋକ ଲଗାଇବାକୁ ଦଳ ନିର୍ବାଚନ କମିଶନକୁ ଚିଠି ଲେଖିଛି।

ନିର୍ବାଚନ କମିଶନକୁ ସାମାଜବାଦୀ ପାର୍ଟି ଲେଖିଥିବା ଚିଠିରେ ଦାବି କରିଛି ଯେ ଓପିନିଅନ ପୋଲ ଟିଭିରେ ପ୍ରକାଶ ପାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ଏହା ଭୋଟରଙ୍କୁ ବିଭ୍ରାନ୍ତ କରିବା ସହ ନିର୍ବାଚନ ଉପରେ ପ୍ରଭାବ ପକାଇବ। ତେଣୁ କମିଶନ ତୁରନ୍ତ ଏପରି ଓପିନିଅ ପୋଲ ଉପରେ ରୋକ ଲଗାଇବା ଦରକାର।

ଦଳର ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ଗୋଟିଏ ବିବୃତିରେ କହିଛନ୍ତି, “ସମାଜବାଦୀ ପାର୍ଟିର ଉତ୍ତର ପ୍ରଦେଶ ମୁଖ୍ୟ ନରେଶ ଉତ୍ତମ ପଟେଲ ନିର୍ବାଚନ କମିଶନକୁ ଓପିନିଅ ପୋଲ ବିରୋଧରେ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ଶେଷ ପର୍ଯ୍ୟାୟ ଭୋଟ ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ ଓ ରେଜଲ୍ଟ ୧୦ ମାର୍ଚ୍ଚରେ ପ୍ରକାଶ ପାଇବ।

କିନ୍ତୁ ଏହା ପୂର୍ବରୁ କିଛି ନ୍ୟୁଜ ଚ୍ୟାନେଲ ବାରମ୍ବାର ଓପନିଅନ ପୋଲ ପ୍ରକାଶ କରିବାରେ ଲାଗିଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ସେମାନେ ଓପନିଅନି ପୋଲ ଦ୍ୱାରା ଭୋଟରମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଶ୍ରୀ ପଟେଲ ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ କିଛି ଟିଭି ଚ୍ୟାନେଲରେ ପ୍ରକାଶିତ ହେଉଥିବା ଓପନିଅନ ପୋଲ ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି।”

ତେବେ ଏହି ଚିଠିକୁ ନେଇ ବିଜେପି ଓଲଟା କଥା କହିଛି। ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି, “ଏପରି ଚିଠି ଅଖିଲେଶ ଯାଦବ ଓ ସମାଜବାଦୀ ପାର୍ଟିର ହତାଶା ଭାବକୁ ଦର୍ଶାଉଛି। ସେମାନେ ପରାଜୟ ସ୍ୱୀକାର କରି ସାରିଛନ୍ତି। ଅଖିଲେଶ ଯାଦବ କେତେବେଳେ ନିର୍ବାଚନ କମିଶନଙ୍କ ପକ୍ଷ ପାତିତା ଉପରେ ପ୍ରଶ୍ନ ଉଠାଉଛନ୍ତି ତ ଆଉ କେତେବେଳେ ଡିଜିଟାଲ ମିଡିୟମ ପ୍ରଚାରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।

ଏବେ ସେ ଜନମତ ସର୍ଭେ ଉପରେ ରୋକ ଲଗାଇବାକୁ ଚାହୁଁଛନ୍ତି। ପ୍ରକୃତ କଥା ହେଲା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ଦେଖି ବିଚଳିତ ହୋଇ ପଡ଼ିଛନ୍ତି। ଓପିନିଅନ ପୋଲ ଉପରେ ବ୍ୟାନ ଲାଗିଲେ ମଧ୍ୟ ସମାଜବାଦୀ ପାର୍ଟି ପରାଜୟରୁ ବର୍ତ୍ତି ପାରିବ ନାହିଁ।”

Related story