ଆର୍ଯ୍ୟନଙ୍କ ତଦନ୍ତ ମାମଲାରୁ ସମୀର ୱାଙ୍ଖଡେ ଆଉଟ, ହେଲା ବଦଳି!

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଜୋରଦାର ଝଟକା ଲାଗିଛି। ତାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱରୁ ଏନସିବି ମୁଖ୍ୟାଳୟ ବିଦା କରିଛି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସମୀର ୱାଙ୍ଖଡେ ହିଁ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ। ତେବେ ତାଙ୍କ ନାଁରେ ୮ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ […]

sameer

Hemant Lenka
  • Published: Friday, 05 November 2021
  • , Updated: 05 November 2021, 07:38 PM IST

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଜୋରଦାର ଝଟକା ଲାଗିଛି। ତାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱରୁ ଏନସିବି ମୁଖ୍ୟାଳୟ ବିଦା କରିଛି।

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସମୀର ୱାଙ୍ଖଡେ ହିଁ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ। ତେବେ ତାଙ୍କ ନାଁରେ ୮ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ତାଙ୍କୁ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ବିଦା କରାଯାଇଛି। ସେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ ଆଉ କୌଣସି ପ୍ରକାରରେ କରିପାରିବେ ନାହିଁ। ସେହିପରି ତାଙ୍କୁ ମୁମ୍ବାଇର ଜୋନାଲ ଅଫିସରୁ ଦିଲ୍ଲୀ ସ୍ଥିତି ଏନସିବି ମୁଖ୍ୟାଳୟକୁ ବଦଳି କରାଯାଇଛି।

ଏବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଏସ୍‌ଆଇଟି କରିବ। ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୟ ସିଂହ ଏହାର ମୁଖ୍ୟ ରହିଛନ୍ତି। କେବଳ ଆର୍ଯ୍ୟନଙ୍କ ମାମଲା ନୁହେଁ ସମୀର ୱାଙ୍ଖଡେ ତଦନ୍ତ କରୁଥିବା ଆଉ ୪ଟି କେସ୍‌ର ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହଙ୍କ ଟିମକୁ ମିଳିଛି। ଏହା ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଜ୍ୱାଇ ସମୀର ଖାନଙ୍କ ଡ୍ରଗ୍ସ ଲିଙ୍କ ମାମଲା ରହିଛି। ସମୀର ଖାନଙ୍କୁ ସୀମର ୱାଙ୍ଖଡେ ହିଁ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ କରିଥିଲେ। ତେବେ ସେ ବର୍ତ୍ତମାନ ଜାମିନରେ ଅଛନ୍ତି।


ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ହୋଇଥିବା ୨୫ କୋଟିର ଡିଲ୍‌ରୁ ସମୀର ୱାଙ୍ଖଡେ ୮ଟି କୋଟି ନେଇଥାଆନ୍ତେ ବୋଲି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିର ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ କରିଥିଲେ। ଏନସିବିର ଭିଜିଲାନ୍ସ ଟିମ୍‌ ବର୍ତ୍ତମାନ ଏହାର ତଦନ୍ତ କରୁଛି। ଏହାବାଦ୍‌ ସମୀର ୱାଙ୍ଖଡେ ଜାଲ ଜାତିଗତ ପ୍ରମାଣପତ୍ର ଦେଖାଇ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ଥିବା ଆଇଆରିସି ଚାକିରି ପାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ପୂର୍ବରୁ ଏକଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଉଠାଇଥିବା ବେଳେ ଗତକାଲି ଦୁଇଟି ଦଳିତ ସଂଗଠନ ଅଭିଯୋଗ କରିଥିଲେ। ଏପରି କି ସେମାନେ ଜାଲ ଜାତିଗତ ପ୍ରମାଣପତ୍ର ଦ୍ୱାରା ସରକାରୀ ଚାକିରି ପାଇଥିବା ସମୀର ୱାଙ୍ଖଡେଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ସୀମର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଚାଲିଥିବାରୁ ତାଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି କରାଯାଇଥିବା କୁହାଯାଉଛି।

Related story