ସଞ୍ଜୟ ରାଉତ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସେ ପ୍ରମାଣ ନଷ୍ଟ କରିପାରନ୍ତି: ଇଡି

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ  ଆଜି ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ଏକ ଜିମ ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଇଡି ଗିରଫ କରିଛି।  ଗତ ଅଗଷ୍ଟ ୧ ତାରୋରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ପରେ ସେ ଇଡିର ରିମାଣ୍ଡରେ ଥିଲେ। ତେବେ ସୋମବାର ଇଡି ପକ୍ଷରୁ ଆଉ ସଞ୍ଜୟଙ୍କ ରିମାଣ୍ଡ ଆବେଦନ କରାଯାଇ ନଥିଲା । କିନ୍ତୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାକୁ […]

sanjay-Raut

  • Published: Monday, 08 August 2022
  • , Updated: 09 August 2022, 09:50 AM IST

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ  ଆଜି ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ଏକ ଜିମ ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଇଡି ଗିରଫ କରିଛି।  ଗତ ଅଗଷ୍ଟ ୧ ତାରୋରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ପରେ ସେ ଇଡିର ରିମାଣ୍ଡରେ ଥିଲେ। ତେବେ ସୋମବାର ଇଡି ପକ୍ଷରୁ ଆଉ ସଞ୍ଜୟଙ୍କ ରିମାଣ୍ଡ ଆବେଦନ କରାଯାଇ ନଥିଲା । କିନ୍ତୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାକୁ ଇଡି ଦାବି କରିଥିଲା। ଇଡି ତାର ଦଲିଲରେ  କହିଥିଳା ଯେ, ସଞ୍ଜୟ ରାଉତ ଜଣେ ପ୍ରବାଭଶାଳୀ ବ୍ୟକ୍ତି । ସେ ସାକ୍ଷୀମାନଙ୍କୁ ଧମକାଇ ପାରନ୍ତି। ଏଥିସହ ସେ ପ୍ରମାଣ ନଷ୍ଟ କରିବାର କ୍ଷମତା ତାଙ୍କ ପାଖରେ ରହିଛି ।

ତେଣୁ ସଞ୍ଜୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ  ଇଡି ଦାବି କରଥିଲା। । ଏହା ପରେ ଅଦାଲତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ସୂଚନା ଅନୁଯାୟୀ, ଅଗଷ୍ଟ ୧ରେ ଇଡି ତାଙ୍କୁ ଗିରଫ କରିଥିଲା। ଏହାପରେ ଦୁଇ ପର୍ଯ୍ୟାୟରେ ୮ ତାରିଖ ଯାଏ ରିମାଣ୍ଡରେ ଆଣି ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କ ଆଗରେ ହାଜର କରାଯାଇଥିଲା।

ଆଜି ଇଡି ପକ୍ଷରୁ ଆଉ ଅଧିକ ଦିନର ରିମାଣ୍ଡ ମଗା ଯାଇ ନଥିଲା। ତେଣୁ ସଞ୍ଜୟ ରାଉତଙ୍କୁ ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତଦନ୍ତ ସମୟରେ ପାଖ ଜିଲ୍ଲା ରାୟଗଡ଼ ଅନ୍ତର୍ଗତ ଆଲିବାଗ୍‌ରେ କିଣାଯାଇଥିବା ସମ୍ପତ୍ତିରେ ମୋଟା ଅଙ୍କର ଆର୍ଥିକ କାରବାରରେ ରାଉତ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି।

Related story