ମୋଦିଙ୍କୁ ‘ଭାଷଣଜୀବୀ’ କହି ଜୋରଦାର ସମାଲୋଚନା କଲେ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ‘ଆନ୍ଦୋଳନଜୀବୀ’ କହି ତୀବ୍ର ସମାଲୋଚନା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି କାଉଣ୍ଟର ଆଟାକ କରିଛନ୍ତି ଆପ୍‌ ସାଂସଦ ସଞ୍ଜୟ ସିଂହ। ସେ ମୋଦିଙ୍କୁ ଭାଷଣଜୀବୀ କହି ଜୋରାଦାର ସମାଲୋଚନା କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣ ଜରିଆରେ ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶରଙ୍କ ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ କରୁଥିବା ଲୋକଙ୍କୁ ଅପମାନିତ କରିଛନ୍ତି। […]

sanjya-singh

Hemant Lenka
  • Published: Wednesday, 10 February 2021
  • , Updated: 11 February 2021, 11:19 AM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ‘ଆନ୍ଦୋଳନଜୀବୀ’ କହି ତୀବ୍ର ସମାଲୋଚନା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି କାଉଣ୍ଟର ଆଟାକ କରିଛନ୍ତି ଆପ୍‌ ସାଂସଦ ସଞ୍ଜୟ ସିଂହ। ସେ ମୋଦିଙ୍କୁ ଭାଷଣଜୀବୀ କହି ଜୋରାଦାର ସମାଲୋଚନା କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣ ଜରିଆରେ ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶରଙ୍କ ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ କରୁଥିବା ଲୋକଙ୍କୁ ଅପମାନିତ କରିଛନ୍ତି। ମୋଦି ଜାତିର ପିତା ମହାତ୍ମା ଗାନ୍ଧି, ଡା ରାମ ମନୋହର ଲୋହିଆ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଭୀମାରାଓ ଆମ୍ବେଦକର ଓ ଲକ୍ଷଲକ୍ଷ ଚାଷୀଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବା ଚାହୁଁଛି ଯେ ଏହି ଆନ୍ଦୋଳନଜୀବୀମାନେ ଦେଶକୁ ସ୍ୱାଧୀନ କରିଛନ୍ତି। ଏହି ଆନ୍ଦୋଳନଜୀବୀଙ୍କ ପାଇଁ ଆଜି ଆପଣ ଓ ମୁଁ ସଂସଦରେ କହିବାର ସୁଯୋଗ ପାଇଛୁ। ଆନ୍ଦୋଳନକାରୀ ସମ୍ବିଧାନ ଦେଇଛନ୍ତି ଓ ଅହଂକାରୀ ଶାସନ ବିରୋଧରେ ରାସ୍ତାରେ ବିକ୍ଷୋଭ ଏବଂ ସଂଘର୍ଷ କରିଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ବ୍ୟବହାର କରିଥିବା ଆନ୍ଦୋଳନଜୀବୀ ଶବ୍ଦକୁ ତୀବ୍ର ନାପସନ୍ଦ କରି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ରକ୍ଷା କରି ମୋଦି ଏଭଳି ଶବ୍ଦର ପ୍ରୟୋଗ କରିବାର ନଥିଲା। ଯେତେବେଳେ ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେଲା ସେତେବେଳେ ବିକ୍ଷୋଭ କରି ଏକାଧିକ ବିଜେପି ନେତା ଜେଲ ଯାଇଥିଲେ।

ଆପଣ ଯେତେବେଳେ କ୍ଷମତାରେ ନଥିଲେ ସେତେବେଳେ ଆପଣ ଆନ୍ଦୋଳନଜୀବୀ ଥିଲେ। କିନ୍ତୁ କ୍ଷମତାକୁ ଆସିବା ପରେ ଆପଣ ଭାଷଣଜୀବୀ ଓ ଝୁମଲାଜୀବୀ ହୋଇଯାଇଛନ୍ତି। ଆପଣ ଯେଉଁ ଲୋକମାନଙ୍କୁ ଆନ୍ଦୋଳନଜୀବୀ କହୁଛନ୍ତି। ସେମାନେ ଏହି ଦେଶର ଆତ୍ମା। ସେକଥା ଆପଣ ମନେ ରଖନ୍ତୁ ବୋଲି ଶ୍ରୀ ସିଂହ କହିଛନ୍ତି।

Related story