ଗାଈଙ୍କ ସୁରକ୍ଷା ପାଇଁ ଖଣ୍ଡା ଧରିବାକୁ କହିଲେ ଭିଏଚ୍‌ପି ନେତ୍ରୀ

ବେଙ୍ଗାଲୁରୁ: ଲୋକଙ୍କୁ ହିଂସା ପାଇଁ ପରୋକ୍ଷରେ ଉସକାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ନେତ୍ରୀ ସାଧ୍ୱୀ ସରସ୍ୱତୀ। ସେ ଲୋକମାନଙ୍କୁ ନିଜର ଗାଈ ଓ ପରିବାର ସୁରକ୍ଷା ପାଇଁ ସବୁବେଳେ ହାତରେ ଖଣ୍ଡାଧରି ବୁଲିବାକୁ ଆହ୍ୱାନ କରିଛନ୍ତି। ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। କର୍ଣ୍ଣାଟକାର ଉଡ଼ପିରେ ଭିଏଚ୍‌ପି ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସାଧ୍ୱୀ ସରସ୍ୱତୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ଲୋକମାନେ ଏବେ ଫୋନ ପାଇଁ ଲକ୍ଷାଧିକ ଟଙ୍କା […]

sadvi

Hemant Lenka
  • Published: Tuesday, 14 December 2021
  • , Updated: 14 December 2021, 02:15 PM IST

ବେଙ୍ଗାଲୁରୁ: ଲୋକଙ୍କୁ ହିଂସା ପାଇଁ ପରୋକ୍ଷରେ ଉସକାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ନେତ୍ରୀ ସାଧ୍ୱୀ ସରସ୍ୱତୀ। ସେ ଲୋକମାନଙ୍କୁ ନିଜର ଗାଈ ଓ ପରିବାର ସୁରକ୍ଷା ପାଇଁ ସବୁବେଳେ ହାତରେ ଖଣ୍ଡାଧରି ବୁଲିବାକୁ ଆହ୍ୱାନ କରିଛନ୍ତି। ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି।

କର୍ଣ୍ଣାଟକାର ଉଡ଼ପିରେ ଭିଏଚ୍‌ପି ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସାଧ୍ୱୀ ସରସ୍ୱତୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ଲୋକମାନେ ଏବେ ଫୋନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସେମାନେ ଫୋନ ବଦଳରେ ଖଣ୍ଡା କିଣିବା ଦରକାର। କେବଳ ଖଣ୍ଡା ନୁହେଁ, ସେମାନେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ କିଣିବା ଉଚିତ। ଖଣ୍ଡା ଓ ଅସ୍ତ୍ର ଦ୍ୱାରା ହିଁ ସେମାନେ ନିଜ ଗାଈର ସୁରକ୍ଷା କରିପାରିବେ। ପରିବାର ଲୋକଙ୍କୁ ମଧ୍ୟ ରକ୍ଷା କରିପାରିବେ।

ଯଦି ଲୋକମାନେ ଫୋନ ପାଇଁ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି, ତା’ହେଲେ ଗାଈର ସୁରକ୍ଷା ପାଇଁ ଖଣ୍ଡା ମଧ୍ୟ କିଣି ନିଜ ପାଖରେ ରଖିପାରିବେ। ଖଣ୍ଡା ଓ ଅସ୍ତ୍ର ଦ୍ୱାରା ସେମାନେ ନିଜର ଦିବ୍ୟ ମାଙ୍କ ସୁରକ୍ଷାକୁ ନିଶ୍ଚିତ କରିପାରିବେ। ଏଥିସହ ଗୋ ହତ୍ୟା ଭଳି ଘଟଣା ରୋକିପାରିବେ ବୋଲି ସେ କହିଛନ୍ତି।

ସରସ୍ୱତୀ ଆହୁରି କହିଛନ୍ତି ଯେ ସେ ଗୋଟିଏ ଗାଈ ଗୁହାଳରେ ଜନ୍ମ ହୋଇଥିଲେ। ତେଣୁ ଗୋ-ହତ୍ୟାକୁ ରୋକିବା ତାଙ୍କର କର୍ତ୍ତବ୍ୟ। ସେ କହିଛନ୍ତି, “ମୁଁ ଜନ୍ମ ହେବା ଦିନ ଠାରୁ ଦୁଇଟି ସଂକଳ୍ପ କରିଛି। ଗୋଟିଏ ହେଲା ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବା ଓ ଅନ୍ୟଟି ହେଲା ଭାରତରେ ଗୋ-ହତ୍ୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା। ଏଥିପାଇଁ ସମସ୍ତେ ଏକାଠି ହେବା ଦରକାର ଗୋ-ମାତାର ସୁରକ୍ଷା ପାଇଁ ହାତରେ ଖଣ୍ଡା ଧରିବା ଦରକାର।”

Related story