ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ନିହତ

ଜମ୍ମୁ: ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତ୍ପାତ ବଢ଼ିଚାଲିଛି। ରକ୍ତମୁଖା ହୋଛନ୍ତି ଆତଙ୍କବାଦୀ।  ଆତଙ୍କବାଦୀଙ୍କ ଲଗାତର ଆକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।  ଆତଙ୍କବାଦୀଙ୍କ ଗୁଳିରେ ଶୁକ୍ରବାର  ଜଣେ ସରପଞ୍ଚଙ୍କ ମୁଣ୍ଡ ଗଡ଼ିଛି। ନିହତ ସରପଞ୍ଚ ହେଲେ  ମନ୍‌ଜୋର ଅହମ୍ମଦ ବାଙ୍ଗାରୋ। ଜମ୍ମୁ କଶ୍ମୀରିର ବାରମୁଳା ଜିଲ୍ଲାର ଗୋସବୌଘ ପଟ୍ଟାନ ‌ଏରିଆର ବାଙ୍ଗାରୋ ହେଉଛନ୍ତି ସରପଞ୍ଚ। ବୁଲେଟ ମାଡ଼ ପରେ ସରପଞ୍ଚଙ୍କୁ ସ୍ଥାନୀୟ ହସପିଟାରେ ଭର୍ତ୍ତି କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ […]

sarpanch

Tapas Behera
  • Published: Friday, 15 April 2022
  • , Updated: 15 April 2022, 08:44 PM IST

ଜମ୍ମୁ: ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତ୍ପାତ ବଢ଼ିଚାଲିଛି। ରକ୍ତମୁଖା ହୋଛନ୍ତି ଆତଙ୍କବାଦୀ।  ଆତଙ୍କବାଦୀଙ୍କ ଲଗାତର ଆକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।  ଆତଙ୍କବାଦୀଙ୍କ ଗୁଳିରେ ଶୁକ୍ରବାର  ଜଣେ ସରପଞ୍ଚଙ୍କ ମୁଣ୍ଡ ଗଡ଼ିଛି। ନିହତ ସରପଞ୍ଚ ହେଲେ  ମନ୍‌ଜୋର ଅହମ୍ମଦ ବାଙ୍ଗାରୋ। ଜମ୍ମୁ କଶ୍ମୀରିର ବାରମୁଳା ଜିଲ୍ଲାର ଗୋସବୌଘ ପଟ୍ଟାନ ‌ଏରିଆର ବାଙ୍ଗାରୋ ହେଉଛନ୍ତି ସରପଞ୍ଚ। ବୁଲେଟ ମାଡ଼ ପରେ ସରପଞ୍ଚଙ୍କୁ ସ୍ଥାନୀୟ ହସପିଟାରେ ଭର୍ତ୍ତି କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁରକ୍ଷା କର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଅନ୍ୟପଟେ ଆଜି ଆତଙ୍କବାଦୀଙ୍କ ଡବଲ ଆଟାକରେ ଦୋହଲିଛି ପାକିସ୍ତାନ। ଉତ୍ତର ୱାଜିରସ୍ତାନରେ ଦୁଇଟି ଆତଙ୍କବାଦୀ ହମଲାରେ ୮ ଜଣ ପାକିସ୍ତାନୀ ସୈନ୍ୟଙ୍କ ଜୀବନ ଯାଇଛି। ପ୍ରଥମ ଆତଙ୍କବାଦୀ ହମଲାରେ ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ଉତ୍ତର ୱାଜିରସ୍ତାନର ଡାଟାଖେଲା ତହସିଲରେ ଏପରି ଆକ୍ରମଣ ହୋଇଛି। ଏଠାରେ ସୁରକ୍ଷାକର୍ମୀମାନେ ଗାଡ଼ିରେ ଯାଉଥିବା ବେଳେ ଆତଙ୍କବାଦୀଙ୍କ ଆମ୍ବୁସର ଶିକାର ହୋଇଛନ୍ତି। ସେହିପରି ଦ୍ୱିତୀୟ ଆତଙ୍କବାଦୀ ହମଲା ଈଶାମ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।

Related story