କରୋନା ପୀଡ଼ିତଙ୍କ କ୍ଷତିପୂରଣ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି, ୩୦ ଦିନରେ ମିଳିବ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି। ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାର କ୍ଷତିପୂରଣ ରାଶିର ବ୍ୟବସ୍ଥା କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହାକୁ ଅନୁମିତି ଦେଇଛନ୍ତି। ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ […]

sc

Hemant Lenka
  • Published: Monday, 04 October 2021
  • , Updated: 04 October 2021, 12:23 PM IST

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି। ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାର କ୍ଷତିପୂରଣ ରାଶିର ବ୍ୟବସ୍ଥା କରିଛନ୍ତି।

ଏବେ ସୁପ୍ରିମକୋର୍ଟ ଏହାକୁ ଅନୁମିତି ଦେଇଛନ୍ତି। ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ। ଆଜି ଶୁଣାଣି ବେଳେ ଜଷ୍ଟିସ ଏମଆର ଶାହ କହିଛନ୍ତି, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକ ୫୦ ହଜାର ଟଙ୍କାର କ୍ଷତିପୂରଣ ପାଇବେ।

କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା କ୍ଷତିଗ୍ରସ୍ତଙ୍କ ପାଇଁ କରିଥିବା ଅନ୍ୟାନ୍ୟ ଯୋଜନା ବାହାରେ ଏହି ଅର୍ଥ ଅତିରକ୍ତ ଭାବେ ଦିଆଯିବ। କୌଣସି ରାଜ୍ୟ ମୃତ୍ୟୁ ପ୍ରମାଣପତ୍ରର ଆଳ ଦେଖାଇ କାହାକୁ ବି ୫୦ ହଜାର ଟଙ୍କା ଦେବାକୁ ମନା କରିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ମୃତ୍ୟୁର କାରଣରେ ରହୁଥିବା ତ୍ରୁଟିର ତୁରନ୍ତ ତଦାରଖ କରିବେ।

ଜିଲ୍ଲା ସ୍ତରୀୟ କମିଟିର ବିସ୍ତୃତ ତଥ୍ୟ ଛାପା ଗଣମାଧ୍ୟମରେ ପ୍ରକାଶ ପାଇବ। କ୍ଷତିଗ୍ରସ୍ତକୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଅର୍ଥ ଦିଆଯିବ। ଆବେଦନର ୩୦ ଦିନ ମଧ୍ୟରେ ଟଙ୍କା କ୍ଷତିଗ୍ରସ୍ତଙ୍କୁ ମିଳିବ ଓ ମୃତ୍ୟୁର କାରଣକୁ କୋରନା ଭାବେ ପ୍ରମାଣପତ୍ରରେ ଉଲ୍ଲେଖ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ଶାହ ଆହୁରି କହିଛନ୍ତି, “କ୍ଷତିପୂରଣ ରାଶି ରାୟ ପ୍ରକାଶ ପାଇବା ପରେ ଘଟୁଥିବା ଘଟଣାରେ ମଧ୍ୟ ପ୍ରଦାନ କରାଯିବ।”
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନଡିଏମଏ) କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା।

ଏ ସମ୍ପର୍କରେ କେନ୍ଦ୍ର ସରକାର ଗତ ମାସରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଆଜି ସୁପ୍ରିମକୋର୍ଟ ଏହା ଉପରେ ମୋହର ମାରିଛନ୍ତି। କେନ୍ଦ୍ର ସରକାର କହିଥିଲେ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କରୋନା ପୀଡ଼ିତଙ୍କ ପରିବାରକୁ ଏହି କ୍ଷତିପୂରଣ ଯୋଗାଇ ଦିଆଯିବ। କରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିମାଣ କେତେ ହେବ ସେ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଗାଇଡଲାଇନ୍ସ ଜାରି କରିବାକୁ କୋର୍ଟ କହିଥିଲେ। କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାଲାଗି ଆବେଦନ ହୋଇଥିଲା।

Related story