ବିରଳ ଘଟଣା: ସିଜେଆଇଙ୍କ କେସ୍‌ ତାଲିକାଭୁକ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ବେଞ୍ଚଙ୍କ ସମାଲୋଚନା

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ବିରଳ ଘଟଣା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସେମାନଙ୍କ ନିର୍ଦ୍ଦେଶରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ କରିଥିବା ମାମଲାର ତାଲିକାଭୁକ୍ତ ବା ଲିଷ୍ଟଂ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗୋଟିଏ ନ୍ୟାୟିକ ନିର୍ଦ୍ଦେଶରେ କହିଛନ୍ତି ଯେ ନୂଆ ଲିଷ୍ଟିଂ ବ୍ୟବସ୍ଥା ଜଜ୍‌ମାନଙ୍କୁ ମାମଲାର ଶୁଣାଣି ପାଇଁ ଯଥେଷ୍ଟ ସମୟ ଦେଇପାରୁନି। ଅର୍ଥାତ ମାମଲାର ଶୁଣାଣି ପାଇଁ ସମୟର ଅଭାବ ରହୁଛି। […]

sc

  • Published: Thursday, 15 September 2022
  • , Updated: 15 September 2022, 02:17 PM IST

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ବିରଳ ଘଟଣା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସେମାନଙ୍କ ନିର୍ଦ୍ଦେଶରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ କରିଥିବା ମାମଲାର ତାଲିକାଭୁକ୍ତ ବା ଲିଷ୍ଟଂ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗୋଟିଏ ନ୍ୟାୟିକ ନିର୍ଦ୍ଦେଶରେ କହିଛନ୍ତି ଯେ ନୂଆ ଲିଷ୍ଟିଂ ବ୍ୟବସ୍ଥା ଜଜ୍‌ମାନଙ୍କୁ ମାମଲାର ଶୁଣାଣି ପାଇଁ ଯଥେଷ୍ଟ ସମୟ ଦେଇପାରୁନି। ଅର୍ଥାତ ମାମଲାର ଶୁଣାଣି ପାଇଁ ସମୟର ଅଭାବ ରହୁଛି।

ଜଷ୍ଟିସ କୌଲ ଓ ଜଷ୍ଟିସ ଅଭୟ ଏସ୍‌ ଓକାଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ ମଙ୍ଗଳବାର ନାଗେଶ ଚୌଧୁରୀ ବନାମ ଷ୍ଟେଟ ଅଫ ଉତ୍ତର ପ୍ରଦେଶ ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ଦେଇଥିବା ନିର୍ଦ୍ଦେଶରେ ଏପରି କଥା ଉଲ୍ଲେଖ କରିଛନ୍ତି। ଆଜି ଏହି ମାମଲାର ପୁଣି ଶୁଣାଣି ହେବ।

ଏଥିରେ କୁହାଯାଇଛି ଯେ “ବର୍ତ୍ତମାନ ଶୁଣାଣି ପାଇଁ ଧାର୍ଯ୍ୟ ମାମଲା ଭଳି ନୂଆ ଲିଷ୍ଟିଂ ବ୍ୟବସ୍ଥା ଦ୍ୱାରା ଧାର୍ଯ୍ୟ ମାମଲାର ଶୁଣାଣି ପାଇଁ ଉପଯୁକ୍ତ ସମୟ ମିଳୁନି। ମଧ୍ୟାହ୍ନ ସେସନ୍ସରେ ଏକାଧିକ ମାମଲା ଶୁଣାଣି ପାଇଁ ରହୁଛି।”

ଦେଶର ୪୯ତମ ସିଜେଇ ଭାବେ ଜଷ୍ଟିସ ୟୁୟୁ ଲଳିତ ଶପଥ ନେବା ପରେ ମାମଲାର ଶୁଣାଣି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ। ପୂର୍ବ ସିଜେଆଇ ଜଷ୍ଟିସ ଏନଭି ରମନା ନିଜ ଆଡ଼ୁ ଏହି ଲିଷ୍ଟିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇପାରି ନଥିବା କହିଥିଲେ। ଏହାପରେ ଜଷ୍ଟିସ ୟୁୟୁ ଲଳିତ ନୂଆ ଲିଷ୍ଟିଂ ବ୍ୟବସ୍ଥା ଲାଗୁ କରିଥିଲେ।

ସିଜେଆଇ ଜଷ୍ଟିସ ନୂଆ ଲିଷ୍ଟିଂ ବ୍ୟବସ୍ଥା କରି ସୁପ୍ରିମକୋର୍ଟର ୩୦ ଜଣ ବିଚାରପତିଙ୍କ ଶିଫ୍ଟ ଧାର୍ଯ୍ୟ କରିଥିଲେ। ସୋମବାର ଓ ଶୁକ୍ରବାର ସମସ୍ତ ବିଚାରପତି ୧୫ଟି ବେଞ୍ଚରେ ବିଭାଜିତ ହୋଇ ନୂଆ କରି ଦାଖଲ ହୋଇଥିବା ମାମଲାର ଶୁଣାଣି କରିବେ। ଏମାନଙ୍କ ମାମଲା ସଂଖ୍ୟା ଦୈନିକ ୬୦ରୁ ଅଧିକ। ମଙ୍ଗଳବାର, ବୁଧବାର ଓ ଗୁରୁବାର ସକାଳ ୧୦.୩୦ରୁ ୧ଟା ଯାଏ ବିଚାରପତିମାନେ ଆଇନଗତ ଦୃଷ୍ଟିରୁ ଗୁରୁତ୍ୱ ରଖୁଥିବା ପୁରୁଣା ମାମଲାର ଶୁଣାଣି କରିବେ। ୩ ଜଣିଆ ବେଞ୍ଚ ସହ ମିଶି ଏହାର ଶୁଣାଣି ହେବ।

ମଧ୍ୟାହ୍ନ ସେସନ୍ସରେ ୨ ଜଣିଆ ବେଞ୍ଚଙ୍କୁ ପ୍ରାୟ ୩୦ଟି ନୋଟିସ ମାମଲାର ଶୁଣାଣି କରିବାକୁ ହେବ। ଏଗୁଡ଼ିକ ପାଇଁ ୧୨୦ ମିନିଟ ସମୟ ଧାର୍ଯ୍ୟ କରାଯାଇଥିଲା। ଏହାର ଅର୍ଥ ପ୍ରତି କେସ୍‌ର ଶୁଣାଣି ପାଇଁ ବିଚାରପତିମାନେ ୪ ମିନିଟ୍‌ର ସମୟ ପାଉଥିଲେ। ତେବେ ସିଜେଆଇ ପରବର୍ତ୍ତୀ ଅବସ୍ଥାରେ ଏହାକୁ ୩୦ରୁ ୨୦କୁ ହ୍ରାସ କରିଛନ୍ତି।

ଏହାକୁ ନେଇ ଗତ ସପ୍ତାହରୁ ବିଚାରପତିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ଗୋଟିଏ ଦୁଇ ଜଣିଆ ବେଞ୍ଚ ଶୁଣାଣି ପରେ ମାମଲାକୁ ସ୍ଥଗିତ ରଖିବାକୁ ମନା କରିଦେଇଥିଲା। ଏହି ସମୟରେ ବେଞ୍ଚ କହିଥିଲେ ଯେ ସେମାନେ କେସ୍‌ ଫାଇଲକୁ ବିଳମ୍ବିତ ସନ୍ଧ୍ୟା ଯାଏ ପଢ଼ିଛନ୍ତି ଓ ଆଇନଜୀବୀ ସେମାନଙ୍କୁ ଆଉ ଥରେ ସମୟ ନଷ୍ଟ କରି ଫାଇଲକୁ ପଢ଼ିବା ଦରକାର ବୋଲି କହିପାରିବେ ନାହିଁ।

କିନ୍ତୁ ଆଉ ଏକ ମାମଲାର ଶୁଣାଣିକୁ ସ୍ଥଗିତ ରଖି ବେଞ୍ଚ କହିଥିଲେ ଯେ “କେସ୍‌ ଫାଇଲଗୁଡ଼ିକ ଆମକୁ ଶେଷ ମୁହୂର୍ତ୍ତରେ ପହଞ୍ଚିଛି। ଏହାକୁ ପଢ଼ିବା ପାଇଁ ଆମ ପାଖରେ ସମୟ ନାହିଁ। ବିଳମ୍ବରେ ମାମଲାର ତାଲିକା ପ୍ରକାଶ ପାଇଥିବାରୁ ରେଜିଷ୍ଟ୍ରାର ଠିକ୍‌ ସମୟରେ ଏହାକୁ ପଢ଼ିବା ପାଇଁ ବିଚାରପତିଙ୍କ ଘରେ ପହଞ୍ଚାଇ ପାରି ନଥିଲେ।”

Related story