ସୁପ୍ରିମକୋର୍ଟରେ ବିଲକିସ ବାନୋ ନିରାଶ, ପୁନର୍ବିଚାର ଆବେଦନ ଖାରଜ୍

ନୂଆଦିଲ୍ଲୀ: ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ୨୦୦୨ ଦଙ୍ଗା ପୀଡ଼ିତା ବିଲକିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବା ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ବିଲକିସ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ହେଲେ ତାଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି। କାରଣ ତାଙ୍କ ଆବେଦନକୁ ଅଦାଲତ ଗତକାଲି ଖାରଜ କରିଦେଇଛନ୍ତି।  ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରିବା ପରେ ଗତ ଅଗଷ୍ଟ […]

Bilkis-bano

  • Published: Saturday, 17 December 2022
  • , Updated: 17 December 2022, 12:05 PM IST

ନୂଆଦିଲ୍ଲୀ: ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ୨୦୦୨ ଦଙ୍ଗା ପୀଡ଼ିତା ବିଲକିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବା ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ବିଲକିସ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ହେଲେ ତାଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି। କାରଣ ତାଙ୍କ ଆବେଦନକୁ ଅଦାଲତ ଗତକାଲି ଖାରଜ କରିଦେଇଛନ୍ତି।  ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରିବା ପରେ ଗତ ଅଗଷ୍ଟ ୧୫ରେ ସେମାନେ ଗୋଧ୍ରା ସବ ଜେଲରୁ ମୁକୁଳିଥିଲେ।  ଦୋଷୀମାନଙ୍କୁ ଛାଡ କରିବା ନେଇ ବିଲକିସ୍ ବାନୋ ଦୁଇଟି ଆବେଦନ କରିଥିଲେ ।

ପ୍ରଥମ ଆବେଦନରେ ଦୋଷୀମାନଙ୍କୁ କାହିଁକି ଛଡାଗଲା ବୋଲି କୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ ଓ ସମସ୍ତ ୧୧ ଜଣ ଦୋଷୀଙ୍କୁ ତୁରନ୍ତ ଜେଲ ପଠାଇବାକୁ ଗୁହାରି କରିଥିଲେ । ଦ୍ୱିତୀୟ ଆବେଦନରେ ସୁପ୍ରିମକୋର୍ଟ ମେ, ମାସରେ ଦେଇଥିବା ରାୟ ଉପରେ ପୁର୍ନବିଚାର କରିବାକୁ ଗୁହାରି କରିଥିଲେ । ସୁପ୍ରିମକୋର୍ଟ ମେ, ମାସରେ ଦେଇଥିବା ରାୟରେ କହିଥିଲେ କି ଦୋଷୀଙ୍କୁ ମୁକ୍ତ କରିବା ଉପରେ ଗୁଜରାଟ ହାଇକୋର୍ଟ ବିଚାର କରିବେ । ମୁଖ୍ୟତଃ ଗୁଜରାଟ ସରକାରଙ୍କୁ ୧୯୯୨ ମସିହାର କ୍ଷମା ନୀତିକୁ ବିଚାର କରିବାକୁ ଦେଇଥିବା ଅନୁମତିକୁ ମଧ୍ୟ ପୁନଃ ସମୀକ୍ଷା କରିବାକୁ ନିବେଦନ କରିଥିଲେ ବିଲକିସ।  ଆଡ୍‌ଭୋକେଟ୍‌ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ବିଲ୍‌କିସ୍‌ ‘ରିଭ୍ୟୁ ପିଟିସନ୍‌’ ଦାଏର କରିଥିଲେ। ଏଥିରେ ବିଲ୍‌କିସ୍‌ ମଧ୍ୟ ଦର୍ଶାଇ ଥିଲେ କି, ସମସ୍ତ ଦୋଷୀଙ୍କୁ ଆଗୁଆ ମୁକ୍ତ କରାଯିବା ସଂକ୍ରାନ୍ତ ସବୁ କାଗଜପତ୍ର ପାଇବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କିନ୍ତୁ, ବାରମ୍ବାର ରିମାଇଣ୍ଡର୍‌ ଦେବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପାଖରୁ କିଛି ମିଳିଲା ନାହିଁ।

ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।  ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି (୧୯୯୨) ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା। ଏହା ପରେ, ଚଳିତ ବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରି ସେମାନଙ୍କୁ ଦଣ୍ଡରୁ ମୁକ୍ତ କରିଥିଲେ।

Related story