ମୁମ୍ବାଇ ଆସିବାକୁ ଡ଼ରୁଛନ୍ତି ପଳାତକ ପରମବୀର 

ନୂଆଦିଲ୍ଲୀ: ବଟି ଆଦାୟ ଅଭିଯୋଗରେ ମୁମ୍ବାଇ ପୁଲିସ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ଭୟରେ ନିଖୋଜ ହୋଇଯାଇଥିବା ବହିଷ୍କୃତ ଆଇପିଏସ ପରମବୀର ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଦ୍ୱାରା ଘୋଷିତ ପଳାତକ ପରମବୀର ଓକିଲ ଜରିଆରେ କହିଛନ୍ତି, ‘ସେ ମୁମ୍ବାଇ ପୁଲିସର ଗିରଫଦାରୀ ଭୟରେ ଲୁଚିଛନ୍ତି। ତାଙ୍କୁ ମୁମ୍ବାଇ ଆସିବାକୁ ଡର ଲାଗୁଛି। କିନ୍ତୁ ଦେଶ ଛାଡି ନାହାନ୍ତି । ୪୮ ଘଂଟା ମଧ୍ୟରେ ପରମବୀର କୌଣସି ସିବିଆଇ ଅଫିସ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି […]

Parambir Singh

Madhupriya Mistry
  • Published: Monday, 22 November 2021
  • , Updated: 22 November 2021, 01:42 PM IST

ନୂଆଦିଲ୍ଲୀ: ବଟି ଆଦାୟ ଅଭିଯୋଗରେ ମୁମ୍ବାଇ ପୁଲିସ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ଭୟରେ ନିଖୋଜ ହୋଇଯାଇଥିବା ବହିଷ୍କୃତ ଆଇପିଏସ ପରମବୀର ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଦ୍ୱାରା ଘୋଷିତ ପଳାତକ ପରମବୀର ଓକିଲ ଜରିଆରେ କହିଛନ୍ତି, 'ସେ ମୁମ୍ବାଇ ପୁଲିସର ଗିରଫଦାରୀ ଭୟରେ ଲୁଚିଛନ୍ତି। ତାଙ୍କୁ ମୁମ୍ବାଇ ଆସିବାକୁ ଡର ଲାଗୁଛି। କିନ୍ତୁ ଦେଶ ଛାଡି ନାହାନ୍ତି । ୪୮ ଘଂଟା ମଧ୍ୟରେ ପରମବୀର କୌଣସି ସିବିଆଇ ଅଫିସ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଓକିଲ ଜରିଆରେ କହିଛନ୍ତି।' ଏହାପରେ କୋର୍ଟ ପରମବୀରଙ୍କୁ ଗିରଫଦାରୀରୁ ଆଶ୍ୱସ୍ଥି ଦେଇଛନ୍ତି। ସୁପ୍ରିମକୋର୍ଟ ଏବେ ଏହି ମାମଲାରେ ଡିସେମ୍ବର ୬ରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି।

ପରମବୀର ସିଂଙ୍କ ସହ କଥାବାର୍ତ୍ତା ହୋଇଥିବା ନେଇ ତାଙ୍କ ଓକିଲ ବାଲି କୋର୍ଟରେ କହିଛନ୍ତି। ତେବେ ଓକିଲଙ୍କ ଏପରି ପିଟିସନକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପରମବୀର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ପରମବୀର ସିଂଙ୍କ ବିରୋଧରେ ୬ଟି ଏଫଆଇଆର ରୁଜୁ ହୋଇଛି। ବର୍ତ୍ତମାନ ଏହି ସବୁ ମାମଲାରୁ ଗିରଫଦାରୀ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ପୁଲିସ କମିଶନର ପଦରୁ ପରମବୀରଙ୍କୁ ହଟାଇ  ଦେଇଥିଲେ ମହାରାଷ୍ଟ୍ର ସରକାର। ଏହାପରେ ସେତେବେଳର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀର ଦଲାଲି କରୁଥିବାର ଅଭିଯୋଗ ଆଣିଥିଲେ। ପରମବୀର ସିଂ କହିଛନ୍ତି ଯେ ଦେଶମୁଖ ତାଙ୍କୁ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ଦୋକାନରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନିଲ ଦେଶମୁଖ ଏବେ ଇଡି ଦ୍ୱାରା ବନ୍ଧା ହୋଇସାରିଛନ୍ତି। ଏବେ ଜେଲର ଚାରି କାନ୍ଥ ଭିତରେ ରହି ଜାମିନ ପାଇଁ ଦିନ ଗଣୁଛନ୍ତି।

ଯଦିଓ ଅନିଲ ଦେଶମୁଖ ଗିରଫ ହେବା ପୂର୍ବରୁ ଅନେକ ଦିନ ଧରି ଲୁଚିଥିଲେ। ଏବେ ପରମବୀର ମଧ୍ୟ ସମାନ ଶୈଳୀରେ ତଦନ୍ତ ଅଧିକାରୀ ତଥା ଦେଶ ଆଗରେ ଲୁଚକାଳି ଖେଳିବା ପରେ ସାମ୍ନାକୁ ଆସିବେ ବୋଲି ମନସ୍ଥ କରିଛନ୍ତି।

ଏହା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଓକିଲ ଜରିଆରେ ପରମବୀର କହିଥିଲେ ତାଙ୍କୁ ଗିରଫଦାରୀରୁ ଆଶ୍ୱସ୍ଥ ଚାହିଁଥିଲେ। କିନ୍ତୁ କୋର୍ଟ ଏଥିରେ ଅସନ୍ତୋଷ ଝାଡି ଥିଲେ। ଜଣେ ତଦନ୍ତ ପ୍ରକ୍ରିୟାରେ ସାମିଲ ନହୋଇ ସୁରକ୍ଷା ମାଗିବା ଆଶ୍ଚର୍ଯ୍ୟ। ଯେପର୍ଯ୍ୟନ୍ତ ଆବେଦନକାରୀ ସାମ୍ନାକୁ ନଆସିବେ ସେପର୍ଯ୍ୟନ୍ତ କୋର୍ଟ କୌଣସି ପ୍ରକାର ରାୟ ଦେବେ ନାହିଁ କି ଆବେଦନର ଶୁଣାଣି କରିବେନି। ଏହାପରେ ନ୍ୟାୟିକ ପ୍ରକ୍ରିୟାର ଛାଟ ଦେଖି ପରମବୀର ସାମ୍ନାକୁ ଆସିବାକୁ ପ୍ରସ୍ତୁତ ବୋଲି ଆବେଦନ କରି କହିଛନ୍ତି।

Related story