ସୁପ୍ରିମକୋର୍ଟରେ ତ୍ରିପୁରା ହିଂସା: ଡିଜିପି ଓ ଗୃହ ସଚିବଙ୍କୁ ଜବାବ ତଲବ

ନୂଆଦିଲ୍ଲୀ: ହିଂସା କ୍ଷତିଗ୍ରସ୍ତ ତ୍ରିପୁରାକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଥିବା ବେଳେ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚଛି। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ତ୍ରିପୁରା ଡିଜିପି ଓ ଗୃହ ସଚିବଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ୨୫ ତାରିଖରେ ହେବାକୁ ଥିବା ପୌରପାଳିକା ନିର୍ବାଚନ ଯେମିତି ଶାନ୍ତିଶୃଙ୍ଖଲା ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ, ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୌରପାଳିକା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ଏହାପୂର୍ବରୁ ହିଁ […]

Tripura

Hemant Lenka
  • Published: Tuesday, 23 November 2021
  • , Updated: 23 November 2021, 03:53 PM IST

ନୂଆଦିଲ୍ଲୀ: ହିଂସା କ୍ଷତିଗ୍ରସ୍ତ ତ୍ରିପୁରାକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଥିବା ବେଳେ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚଛି। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ତ୍ରିପୁରା ଡିଜିପି ଓ ଗୃହ ସଚିବଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ୨୫ ତାରିଖରେ ହେବାକୁ ଥିବା ପୌରପାଳିକା ନିର୍ବାଚନ ଯେମିତି ଶାନ୍ତିଶୃଙ୍ଖଲା ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ, ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପୌରପାଳିକା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ଏହାପୂର୍ବରୁ ହିଁ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ ସର୍ବୋଚ୍ଚ ଅଦାଲତ ପୌରପାଳିକା ନିର୍ବାଚନ ବେଳେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଉପସ୍ଥିତିରେ ବିଜେପିର ଜଣେ ବିଧାୟକ ଉତ୍ତେଜନ ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଟିଏମସି ଅଭିଯୋଗ କରିଥିଲା। ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ତ୍ରିପୁରା ସରକାରଙ୍କୁ କହିଛନ୍ତି।

ତ୍ରିପୁରା ସରକାର ଓ ପୁଲିସ୍‌ ବିରୋଧୀଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବିରୋଧ କରି ଟିଏମସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଟିଏମସି କହିଥିଲା ଯେ ତ୍ରିପୁରାରେ ଦଳୀୟ ନେତାଙ୍କୁ ଆକ୍ରମଣ କରାଯାଉଛି ଓ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଦିଆଯାଉନି। ଏହା ଉପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related story