ରାଷ୍ଟ୍ରପତି ହେବାକୁ ଆବେଦନ କରିଥିଲେ, କ’ଣ କହିଲେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ଭାବେ ନିଯୁକ୍ତି ଦାବି କରିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିସହ ରେଜିଷ୍ଟ୍ରାରଙ୍କୁ ବ୍ୟକ୍ତି ଜଣଙ୍କ ଭବିଷ୍ୟତରେ ଏମିତି ଆବେଦନ କଲେ ଏହାକୁ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏପରି ଆବେଦନର ମୂଲ୍ୟ କିଛିନାହିଁ। ଏହା ଏକ ତୁଚ୍ଛ ଆବେଦନ ଓ କୋର୍ଟର ପ୍ରକ୍ରିୟା ପ୍ରତି ଅପମାନ। ଏହି ଆବେଦନ […]

president

  • Published: Friday, 21 October 2022
  • , Updated: 21 October 2022, 06:57 PM IST

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ଭାବେ ନିଯୁକ୍ତି ଦାବି କରିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିସହ ରେଜିଷ୍ଟ୍ରାରଙ୍କୁ ବ୍ୟକ୍ତି ଜଣଙ୍କ ଭବିଷ୍ୟତରେ ଏମିତି ଆବେଦନ କଲେ ଏହାକୁ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏପରି ଆବେଦନର ମୂଲ୍ୟ କିଛିନାହିଁ। ଏହା ଏକ ତୁଚ୍ଛ ଆବେଦନ ଓ କୋର୍ଟର ପ୍ରକ୍ରିୟା ପ୍ରତି ଅପମାନ। ଏହି ଆବେଦନ ଅତ୍ୟନ୍ତ ଆପତ୍ତିଜନକ ବୋଲି ଖଣ୍ଡପୀଠ କହିଛନ୍ତି।

କିଶୋର ଜଗନ୍ନାଥ ସାୱନ୍ତ ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତି ହେବାକୁ ଇଚ୍ଛା ପ୍ରକାଶ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରି ନାହାନ୍ତି। ଏଥିସହ ରେଜିଷ୍ଟ୍ରାଙ୍କୁ କିଶୋର ଜଗନ୍ନାଥ ସାୱନ୍ତ ଦେଇଥିବା ଆପତ୍ତିଜନକ ଓ ବିଭ୍ରାନ୍ତିକର ବୟାନକୁ ରେର୍ଡକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଜଗନ୍ନାଥ ସାୱନ୍ତ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ କହିଥିଲେ ଯେ ସେ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ଏଥିପାଇଁ ଅନୁମତି ଦିଆଯାଇ ନଥିଲା। ସେ ନିଜକୁ ଜଣେ ପରିବେଶବିତ ଭାବେ ପରିଚୟ ଦେଇ ବିଶ୍ୱର ଯେକୌଣସି ସ୍ଥିତିରେ କାମ କରିବାକୁ ସକ୍ଷମ ବୋଲି ଦାବି କରିଥିଲେ। ସେ ଆହୁରି କହିଥିଲେ ଯେ ସରକାରୀ ନୀତି ଅନୁସାରେ ନିର୍ବାଚନ ଲଢ଼ିବାର ତାଙ୍କର ଅଧିକାର ରହିଛି। ସେ ତାଙ୍କ ଆବେଦନରେ ୩ଟି କଥା ଉଲ୍ଲେଖ କରିଥିଲେ।

ପ୍ରଥମ- ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଅଣବିବାଦୀୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଉଛି। ଦ୍ୱିତୀୟ- ଦେଶର ରାଷ୍ଟ୍ରପତି ଭାବେ ତାଙ୍କୁ ନିଯୁକ୍ତି ମିଳୁ। ତୃତୀୟ- ୨୦୦୪ ଠାରୁ ରାଷ୍ଟ୍ରପତିମାନଙ୍କୁ ଦିଆଯାଉଥିବା ଦରମା ତାଙ୍କୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।

ଏକଥା ଶୁଣି ସୁପ୍ରିମକୋର୍ଟ କହିଛନ୍ତି, ବ୍ୟକ୍ତି ଜଣଙ୍କ ନିଜକୁ ପରିବେଶବିତ କହୁଥିବାରୁ ଏ ସଂକ୍ରାନ୍ତରେ ତାଙ୍କ ଜ୍ଞାନକୁ ବ୍ୟବହାର କରି ଭାଷଣ ଦେଇପାରିବେ। କିନ୍ତୁ ଏପରି ଆବେଦନ କରିବା ଆଦୌ ଠିକ ନୁହେଁ।

 

Related story