ଚଳନ୍ତା କାର୍‌ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଛିନ୍‌ତାଇର ଶିକାର ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ବିଜେପି ନେତା ବିଜୟ ଗୋୟଲଙ୍କ ଠାରୁ ଚଳନ୍ତା କାର୍‌ ଭିତରୁ ତାଙ୍କ ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ। ସୋମବାର ଦରିଆଗଞ୍ଜ ଆଡୁ କାର୍‌ରେ ଆସୁଥିବା ବିଜୟ ଗୋୟଲଙ୍କ ଠାରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନ ଗେଟ୍‌ ପାଖରୁ ଜଣେ ଦୁର୍ବୃତ୍ତ ହଠାତ୍‌ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି। ହଠାତ୍‌ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ବିଜେପି ନେତାଙ୍କ ପିଏସ୍‌ଓ ମଧ୍ୟ ଦୁର୍ବୃତ୍ତ କାବୁ କରିପାରି ନାହିଁ। ସେ ଘଟଣାସ୍ଥଳରୁ […]

vijay-goel

Madhupriya Mistry
  • Published: Tuesday, 15 March 2022
  • , Updated: 15 March 2022, 08:48 AM IST

ନୂଆଦିଲ୍ଲୀ: ଛିନ୍‌ତାଇର ଶିକାର ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ବିଜେପି ନେତା ବିଜୟ ଗୋୟଲଙ୍କ ଠାରୁ ଚଳନ୍ତା କାର୍‌ ଭିତରୁ ତାଙ୍କ ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ। ସୋମବାର ଦରିଆଗଞ୍ଜ ଆଡୁ କାର୍‌ରେ ଆସୁଥିବା ବିଜୟ ଗୋୟଲଙ୍କ ଠାରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନ ଗେଟ୍‌ ପାଖରୁ ଜଣେ ଦୁର୍ବୃତ୍ତ ହଠାତ୍‌ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି। ହଠାତ୍‌ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ବିଜେପି ନେତାଙ୍କ ପିଏସ୍‌ଓ ମଧ୍ୟ ଦୁର୍ବୃତ୍ତ କାବୁ କରିପାରି ନାହିଁ। ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଏନେଇ ଦିଲ୍ଲୀ କୋତବାଲି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଆଇପିସି ଧାରା ୩୫୬ ଓ ୩୭୯ ଜାରିଆରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ଜଣକ କିଏ ସେ ନେଇ ତାକୁ ଖୋଜିବା ପାଇଁ ଯାଞ୍ଚ ଚାଳାଇଛି ପୁଲିସ।

ଉତ୍ତର ଦିଲ୍ଲୀର ଡିସିପି ସାଗର ସିଂହ କଲସି କହିଛନ୍ତି, ସୋମବାର ସନ୍ଧ୍ୟା ପ୍ରାୟ ୭.୪୫ମିନିଟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ବିଜେପି ନେତା ବିଜୟ ଗୋଏଲ ତାଙ୍କ କାରରେ PSO ସହିତ ଦରିଆଗଙ୍ଗରୁ ଆସି ସୁଭାଷ ମାର୍ଗରୁ ଲାଲ କିଲା ଆଡକୁ ଯାଉଥିଲେ। ଏହି ସମୟରେ ସେ ତାଙ୍କ କାର୍‌ରର କାଚ ତଳକୁ କରିଦେଇଥିଳେ। ହଠାତ୍‌ ଜାମ ମସଜିଦର ଗେଟ୍ ନମ୍ବର-୪ ନିକଟରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ଆସି ତାଙ୍କ ମୋବାଇଲଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ତାଙ୍କ PSO ସତ୍ୟବୀର ପୁଲିସକୁ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Related story