Advertisment

ସାରା ଦେଶରେ କେବେ ଖୋଲିବ ସ୍କୁଲ? କ'ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ସାରା ଦେଶରେ କେବେ ଖୋଲିବ ସ୍କୁଲ? ଏହାର ନିଷ୍ପତ୍ତି ନେବେ କେନ୍ଦ୍ର ଏବଂ ରାଜ୍ୟ ସରକାର।’ କରୋନା ମାମଲା କମିଥିବା ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଏଭଳି କହିଛନ୍ତି। ଏଥିସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଏବଂ ରାଜ୍ୟ […]

ଅଦ୍ୟତନ ହୋଇଛି
ସାରା ଦେଶରେ କେବେ ଖୋଲିବ ସ୍କୁଲ? କ'ଣ କହିଲେ ସୁପ୍ରିମକୋର୍ଟ

Sc on school

Advertisment

ନୂଆଦିଲ୍ଲୀ: 'ସାରା ଦେଶରେ କେବେ ଖୋଲିବ ସ୍କୁଲ? ଏହାର ନିଷ୍ପତ୍ତି ନେବେ କେନ୍ଦ୍ର ଏବଂ ରାଜ୍ୟ ସରକାର।' କରୋନା ମାମଲା କମିଥିବା ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଏଭଳି କହିଛନ୍ତି। ଏଥିସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। ଏହି ମମଲାରେ ପିଲାଙ୍କୁ ସାମିଲ ହେବା ଉଚିତ ନୁହେଁ। ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢ଼ିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି।

ସେ ଆହୁରି କହିଛନ୍ତି, 'ପିଲାମାନେ ପୁଣି ସ୍କୁଲ ଯିବା ଜରୁରୀ କିନ୍ତୁ ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ। କରୋନାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ କିମ୍ବା ଦେଶରେ କୋଭିଡ ବୃଦ୍ଧି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ପିଲାମାନଙ୍କୁ ସମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ,  କି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇ ପାରିବେ ନାହିଁ, ସରକାର ନିଷ୍ପତ୍ତି ନେବେ।'

Advertisment

ଶୀର୍ଷ ଅଦାଲତା ପୂରା ମାମଲାକୁ ଖାରଜ କରି କହିଛନ୍ତି, ନାଗରିକଙ୍କ ଜୀବନଶୈଳୀ ଉପରେ ଏହାକୁ ଛାଡିଦେବା ଉଚିତ। କେଉଁଠି ମାମଲା ବଢ଼ୁଛି ଏବଂ କ'ଣ ପରିସ୍ଥିତି ରହିଛି? ତାହା ସରକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ଛାଡିଛନ୍ତି। ପିଲମାନେ ଏଥିରେ ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

https://twitter.com/ANI/status/1439833669326098432?s=20

ସୂଚନା ମୁତାବକ, ଦେଶରେ କରୋନାର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସ୍କୁଲ ଗୁଡିକ ଖୋଲି ଦିଆଯାଇଛି। ସେପଟେ ଏବେବି କରୋନା ମାମଲା କମିନଥିବାରୁ ଅଧିକାଂଶ ରାଜ୍ୟରେ ସ୍କୁଲ ବନ୍ଦ ପଡିଛି। ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀର ଜଣେ ଛାତ୍ର ସାରା ଦେଶରେ ସ୍କୁଲ ଖୋଲି ଅଫ୍‌ଲାଇନ୍‌ କ୍ଲାସ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe