କୋଲକାତା: ଖସୁଛି କରୋନା ଗ୍ରାଫ୍। ଖୋଲିବ ସ୍କୁଲ ଏବଂ କଲେଜ। ପଶ୍ଚିମବଙ୍ଗରେ ଫେବୃଆରୀ ୩ରୁ ଅଷ୍ମମରୁ ଦ୍ୱାଦଶ ମଧ୍ୟରେ ସ୍କୁଲ ଖୋଲିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେହିପରି ରାଜ୍ୟରେ କୋଭିଡ ପାଇଁ ଲାଗିଥିବା କିଛି କଟକଣା ଉଠାଯିବ ବୋଲି ସେ କହିଛନ୍ତି । ସେହିପରି ଫେବୃଆରୀ ୩ରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଫିଜିକାଲ କ୍ଲାସ ପାଇଁ ସେ ଘୋଷଣା କରିଛନ୍ତି ।
ଏଥିସହ ଫ୍ରାଇଭେଟ ଅଫିସରେ କାର୍ଯ୍ୟକ୍ଷମତା ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ଦୈନିକ ମାମଲା ହ୍ରାସ ପାଉଥିବା ମମତା କହିଛନ୍ତି । ସେହିପରି ରେଷ୍ଟୁରାଣ୍ଟ, ବାର ଏବଂ ସିନେମା ହଲକୁ ୭୫ ପ୍ରତିଶତ କ୍ଷମତାରେ ଚଲେଇବାକୁ ମମତା ଘୋଷଣା କରିଛନ୍ତି । ପୂର୍ବରୁ ଏହା ୫୦ ପ୍ରତିଶତରେ ସୀମିତ ଥିଲା। ମୁମ୍ବାଇ ଏବଂ ଦିଲ୍ଲୀକୁ ଆଜିଠାରୁ ବିମାନ ଚଳାଚଳ ହେବ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗରେ ଏବେ ୩୧,୫୬୨ଟି ଆକ୍ଟିଭ କେସ୍ ରହିଛି। ସେହିପରି କରୋନାର ରିକଭରି ରେଟ୍ ୯୭.୩୮ ପ୍ରତିଶତରେ ସ୍ଥିର ରହିଛି। ମୃତ୍ୟୁ ମାମଲା ୧.୦୩ ପ୍ରତିଶତ ରହିଛି।