ମଧ୍ୟପ୍ରଦେଶରେ ଫେବୃଆରୀ ୧ରୁ ଖୋଲିବ ସ୍କୁଲ

ଭୋପାଳ: କରୋନା ଗ୍ରାଫ ଖସିବା ପରେ ପିଲା ସ୍କୁଲ ଯିବେ। ମଧ୍ୟପ୍ରଦେଶରେ ସ୍କୁଲ ଏବଂ ଘରୋଇ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ‍ଫେବୃଆରୀ ୧ରୁ ୧୨ ମଧ୍ୟରେ ସ୍କୁଲ ଖୋଲିବ। ତେବେ ୫୦ ପ୍ରତିଶତ କ୍ଷମତାରେ ସ୍କୁଲ ଚାଲିବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ କରୋନା ମାମଲା ସ୍ଥିର ରହିଛି। ମେଡିକାଲ ବିଷେଶଜ୍ଞଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ପରେ ସରକାରୀ ନିଷ୍ପତ୍ତି ନେଇ […]

School

Tapas Behera
  • Published: Monday, 31 January 2022
  • , Updated: 31 January 2022, 08:13 PM IST

ଭୋପାଳ: କରୋନା ଗ୍ରାଫ ଖସିବା ପରେ ପିଲା ସ୍କୁଲ ଯିବେ। ମଧ୍ୟପ୍ରଦେଶରେ ସ୍କୁଲ ଏବଂ ଘରୋଇ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ‍ଫେବୃଆରୀ ୧ରୁ ୧୨ ମଧ୍ୟରେ ସ୍କୁଲ ଖୋଲିବ। ତେବେ ୫୦ ପ୍ରତିଶତ କ୍ଷମତାରେ ସ୍କୁଲ ଚାଲିବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ କରୋନା ମାମଲା ସ୍ଥିର ରହିଛି।

ମେଡିକାଲ ବିଷେଶଜ୍ଞଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ପରେ ସରକାରୀ ନିଷ୍ପତ୍ତି ନେଇ ନିଜେ ଟ୍ୱିଟ୍‌ କରି ମଧ୍ୟପ୍ରଦେଶ ମୁଖ୍ୟମମନ୍ତ୍ରୀ ଶିବରାଜ ଚୌହାନ ଜଣାଇଛନ୍ତି । କରୋନାର ଓମିକ୍ରନ ଭ୍ୟାରିଆଣ୍ଟ ଘାତକ ହୋଇ ନଥିଲେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ଦ୍ରୁତ ବେଗରେ ସଂକ୍ରମଣ ଯୋଗୁ ଗତ ଜାନୁଆରୀ ୧୪ରେ ମଧ୍ୟପ୍ରଦେଶରେ ସ୍କୁଲ କଲେଜ ବନ୍ଦ କରିବାରକୁ ନିଷ୍ପତ୍ତି ହୋଇଥିଲା।  ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଗ ଅପେକ୍ଷା ମାମଲାରେ ଅନେକ ସୁଧାର ଆସିଛି। ବିପଦ ଟଳିଥିବାରୁ ସ୍ଥିତି ସ୍ୱାଭାବିକ୍ କରିବାକୁ ନିଷ୍ପତ୍ତି ହୋଇଛି।

ରାଜ୍ୟରେ କୋଭିଡ୍ ପ୍ରୋଟୋକଲ ସହ ସରକାରୀ କାର୍ଯ୍ୟାଳୟ ଚାଲିବ। ଲୋକମାନଙ୍କୁ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ରବିବାର ରାଜ୍ୟରେ ୯,୩୦୫ଟି ମାମଲା ରେକର୍ଡ଼ କରାଯାଇଛି। ଏଥିସହ ରାଜ୍ୟରେ ମୋଟ ମାମଲା ୯,୫୯,୪୩୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ କୋଭିଡ୍ ମୃତ୍ୟୁ ମାମଲା ୧୦,୬୧୬ଟି ରେକର୍ଡ଼ କରାଯାଇଛି। ସେହିପରି ରାଜ୍ୟରେ ପଜିଟିଭିଟି ରେଟ୍‌ ୧୧.୭୪ ପ୍ରତିଶତରୁ ୧୧.୪୯ ପ୍ରତିଶତକୁ ହ୍ରାସ ପାଇଛି।

Related story