ଡ୍ୟୁଟି କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

କାକିନାଡା: କରୋନା ମହାମାରୀ ଚିକିତ୍ସାରେ ହେଳା କଲେ ଏହା କେତେଜେ ସାଙ୍ଘାତିକ ତାହା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ପରେ ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଜଣେ ସରକାରୀ କର୍ମଚାରୀ। ସିଟରେ ବସି ଡ୍ୟୁଟି କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜୟଶଙ୍କର ନାରାୟଣ ବୋଲି ଜଣାପଡ଼ିଛି। ସେ ଜିଲ୍ଲାର ଗାଣ୍ଡେପାଲି ମଣ୍ଡଳରେ ଥିବା ମାଲେପାଲିର ଗାଁ ସେକ୍ରେଟେରୀ ଭାବରେ କାମ କରୁଥିଲେ। ବିଗତ ଚାରି […]

Seated-in-office,-Andhra-go

Subhransu Sekhar
  • Published: Saturday, 01 May 2021
  • , Updated: 01 May 2021, 09:10 AM IST

କାକିନାଡା: କରୋନା ମହାମାରୀ ଚିକିତ୍ସାରେ ହେଳା କଲେ ଏହା କେତେଜେ ସାଙ୍ଘାତିକ ତାହା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ପରେ ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଜଣେ ସରକାରୀ କର୍ମଚାରୀ। ସିଟରେ ବସି ଡ୍ୟୁଟି କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ଜୟଶଙ୍କର ନାରାୟଣ ବୋଲି ଜଣାପଡ଼ିଛି। ସେ ଜିଲ୍ଲାର ଗାଣ୍ଡେପାଲି ମଣ୍ଡଳରେ ଥିବା ମାଲେପାଲିର ଗାଁ ସେକ୍ରେଟେରୀ ଭାବରେ କାମ କରୁଥିଲେ। ବିଗତ ଚାରି ଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାସତ୍ତ୍ୱେ ସେ ଡ୍ୟୁଟି କରୁଥିଲେ। ଶୁକ୍ରବାର ସେ ଡ୍ୟୁଟି କରୁଥିବା ବେଳେ ନିଜ ସିଟରେ ବସିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଜୟଶଙ୍କରଙ୍କର ମୃତ୍ୟୁ ପରେ ଅଫିସର କର୍ମଚାରୀ ତାଙ୍କ ପାଖକୁ ଯିବା ପାଇଁ ଭୟ କରିଥିଲେ। ଏହାପରେ ମୃତକ ଜଣଙ୍କ କୋଭିଡରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଆନ୍ଧ୍ରପ୍ରଦେଶରେ ୧୪,୭୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଛି। ଏହି ସମସ୍ତ ଗୁରୁବାର କୋଭିଡ୍ ପରୀକ୍ଷା କରାଇଥିଲେ। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶରେ ମୋଟ୍ ୧୦,୮୪,୩୩୬ ରୁ ୧୧,୦୧,୬୯୦କୁ କରୋନା ସଂକ୍ରମିତ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟାରେ ମୋଟ ୫୭ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୭,୯୯୨ରେ ପହଞ୍ଚିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଟି ଜିଲ୍ଲାରେ ୨,୦୦ରୁ ଅଧିକ ମାମଲା ରହିଥିବାବେଳେ ପାଞ୍ଚଟି ଜିଲ୍ଲାରେ ୧୦୦୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।

Related story