ଅରୁଣାଚଳ ପ୍ରଦେଶରେ ଚୀନ ନିର୍ମାଣ କରିଛି ଏନକ୍ଲେଭ, ଉପଗ୍ରହ ଦେଲା ପ୍ରମାଣ !

ନୂଆଦିଲ୍ଲୀ: ପୁଣି ସୀମାରେ ଚୀନର ଦାଦାଗିରି। ଚୀନର ଆଉ ଏକ ନିର୍ମାଣ ନେଇ ଆସିଛି ସାଂଘାତିକ୍ ଚିତ୍ର। ଅରୁଣାଚଳ ପ୍ରଦେଶରେ ପଶି ଚୀନ ନିର୍ମାଣ କରିଛି ଏନକ୍ଲେଭ। ଯେଉଁଥିରେ ଅତି କମରେ ୬୦ଟି କୋଠା ରହିଛି। ଉପଗ୍ରହରୁ ଏହି ଚିତ୍ର ଉତ୍ତୋଳନ ହୋଇଥିବା ଏବଂ ଏହା ଏନ୍‌ଡିଟଭି ହାତରେ ଲାଗିଥିବା ଚେନାଲ ପକ୍ଷରୁ ଦାବି କରାଯାଇଛି। ଉପଗ୍ରହରୁ ମିଳିଥିବା ଚିତ୍ରରେ ୨୦୧୯ରେ ଏହି ଏନ୍‌କ୍ଲେଭର ଉପସ୍ଥିତ ନଥିଲା। ତେବେ ବର୍ଷେ ପରେ ଏହି ଏନ୍‌କ୍ଲେଭ ନିର୍ମାଣ ହୋଇଥିବା […]

ppp2

Tapas Behera
  • Published: Thursday, 18 November 2021
  • , Updated: 18 November 2021, 08:30 PM IST

ନୂଆଦିଲ୍ଲୀ: ପୁଣି ସୀମାରେ ଚୀନର ଦାଦାଗିରି। ଚୀନର ଆଉ ଏକ ନିର୍ମାଣ ନେଇ ଆସିଛି ସାଂଘାତିକ୍ ଚିତ୍ର। ଅରୁଣାଚଳ ପ୍ରଦେଶରେ ପଶି ଚୀନ ନିର୍ମାଣ କରିଛି ଏନକ୍ଲେଭ। ଯେଉଁଥିରେ ଅତି କମରେ ୬୦ଟି କୋଠା ରହିଛି। ଉପଗ୍ରହରୁ ଏହି ଚିତ୍ର ଉତ୍ତୋଳନ ହୋଇଥିବା ଏବଂ ଏହା ଏନ୍‌ଡିଟଭି ହାତରେ ଲାଗିଥିବା ଚେନାଲ ପକ୍ଷରୁ ଦାବି କରାଯାଇଛି। ଉପଗ୍ରହରୁ ମିଳିଥିବା ଚିତ୍ରରେ ୨୦୧୯ରେ ଏହି ଏନ୍‌କ୍ଲେଭର ଉପସ୍ଥିତ ନଥିଲା। ତେବେ ବର୍ଷେ ପରେ ଏହି ଏନ୍‌କ୍ଲେଭ ନିର୍ମାଣ ହୋଇଥିବା କୁହାଯାଉଛି।

ଯାହା ସାଟେଲାଇଟ୍‌ ଚିତ୍ରରୁ ଦୃଶ୍ୟମାନ ହେଉଛି। ଅରୁଣାଚଳ ପ୍ରଦେଶଠାରୁ ପୂର୍ବପଟ ୯୩ କିମି ଦୂରରେ ଏହି ଏନ୍‌କ୍ଲେଭ ନିର୍ମାଣ ହୋଇଛି। ଚୀନ ପକ୍ଷରୁ ଏକ ବଡ଼ଧରଣର ଜବରଦଖଲ ନେଇ ଗତ ଜାନୁଆରୀ ମାସରେ ଏନଡିଟିଭ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ପେଣ୍ଟାଗନ୍‌ ରିପୋର୍ଟରେ ଏହି ତଥ୍ୟକୁ  ନିଶ୍ଚିତ କରାଯାଇଥିଲା। ଏହି ରିପୋର୍ଟ ଉପରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତ କିଛି ବର୍ଷ ଧରି ଅରୁଣାଚଳ ସୀମାରେ ଚୀନ ଅନଧିକାର ଭାବେ ନିର୍ମାଣ କାର୍ଯ୍ୟ କରି ଆସୁଛି। ବହୁ ବର୍ଷ ହେବ ସୀମାରେ ବେଆଇନ ଭାବେ  ଚୀନ ଅକ୍ତିଆର କରି  ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଜାରି ରଖିଛି। ଏହି ଅବୈଧ ଦଖଲକୁ ଭାରତ ପକ୍ଷରୁ କଦାପି ଗ୍ରହଣ କରାଯାଇ ନାହିଁ କିମ୍ବା ଚୀନର କୌଣସି ଦାବିକୁ ଭାରତ ମାନି ନାହିଁ ବୋଲି କୁହାଯାଇଥିଲା।

ଗତ ଜୁନ୍‌ ମାସରେ ଚୀନର ବିସ୍ତାରବାଦୀ ଆଭିମୁଖ୍ୟକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ଆସିଥିଲା।  ଭାରତ ସୀମାରେ ଚୀନ ୫୦୦ ଗାଁ ତିଆରି କରିସାରିଥିବା ରିପୋର୍ଟ ଆସିଥିଲା।  ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି । ସେପଟେ ଏଲଏସିରୁ ସେନା  ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ମଧ୍ୟରେ ଆଜି ଚାଲିଥିବା ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷିକ ରାଜିନାମାକୁ ସମ୍ମାନ ଜଣାଇବାକୁ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।

ସେହିପରି ଖୁବଶୀଘ୍ର ୧୪ ତମ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେପସାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଗତ ଅକ୍ଟୋବର ମାସ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ୧୩ତମ କମାଣ୍ଡରସ୍ତରୀୟ ଆଲୋଚନାରେ କୌଣସି ସମାଧାନ ବାହାରିନଥିଲା ।

Related story