ଧର୍ମନଗରରେ ରାଲି ବେଳେ ଭାଙ୍ଗିଦେଲେ ମସଜିଦ, ଜାରି ହେଲା ୧୪୪

ଅଗରତାଲା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଘଟଣାକୁ ବିରୋଧ କରି ଭାରତର ତ୍ରିପୁରାରେ ଅଭାବନୀୟ ଘଟଣା ଘଟିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କରାଯାଇଥିବା ଶୋଭାଯାତ୍ରା ବେଳେ ଗୋଟିଏ ମସଜିଦରେ ଭଙ୍ଗା ରୁଜା କରାଯାଇଛି। ତ୍ରିପୁରାରର ଧର୍ମନଗରରେ ଏପରି ଘଟଣା ମଙ୍ଗଳବାର ଘଟିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ପୂରା ଧର୍ମନଗରରେ ୧୪୪ ଧାରା ଲାଗୁ କରାଯାଇଛି। ଲୋକଙ୍କୁ ଏକାଠି […]

Masjid

Hemant Lenka
  • Published: Wednesday, 27 October 2021
  • , Updated: 27 October 2021, 08:05 PM IST

ଅଗରତାଲା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଘଟଣାକୁ ବିରୋଧ କରି ଭାରତର ତ୍ରିପୁରାରେ ଅଭାବନୀୟ ଘଟଣା ଘଟିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କରାଯାଇଥିବା ଶୋଭାଯାତ୍ରା ବେଳେ ଗୋଟିଏ ମସଜିଦରେ ଭଙ୍ଗା ରୁଜା କରାଯାଇଛି।

ତ୍ରିପୁରାରର ଧର୍ମନଗରରେ ଏପରି ଘଟଣା ମଙ୍ଗଳବାର ଘଟିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ପୂରା ଧର୍ମନଗରରେ ୧୪୪ ଧାରା ଲାଗୁ କରାଯାଇଛି। ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯିବା ସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଙ୍ଗଳବାର ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ସମୟରେ ଛମତିଲ୍ଲା ଅଞ୍ଚଳରେ ଥିବା ଗୋଟିଏ ମସଜିଦକୁ କିଛି ଲୋକ ଭଙ୍ଗା ରୁଜା କରିଥିଲେ। ଏହାପରେ ଦୁଇଟି ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ରୋୱା ବଜାରରେ ମଧ୍ୟ କିଛି ମୁସଲିମ ଲୋକଙ୍କ ଘର ଓ ଦୋକାନରେ ବି ପ୍ରବଳ ଭଙ୍ଗାରୁଜା କରାଯାଇଥିବା ଜିଲ୍ଲାର ଏସ୍‌ପି ଭାନୁପଦା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ମଧ୍ୟ ପୁଲିସ୍‌ରେ ଗୋଟିଏ ଅଭିଯୋଗ ହୋଇଛି। ସିପିଆଇ(ଏମ)ଘଟଣାକୁ ନିନ୍ଦା କରିଛି। ରାଜ୍ୟର ସାଂପ୍ରଦାୟିକ ଏକତାକୁ ଭାଙ୍ଗିବା ପାଇଁ କିଛି ଦୁବୃର୍ତ୍ତ ଏବେ ସକ୍ରିୟ ହୋଇ ଉଠିଛନ୍ତି। ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

ଏଥିସହ ସବୁ ସଂପ୍ରଦାୟର ଲୋକ ଶାନ୍ତି ବଜାୟୀ ରଖିବାକୁ ବାମଦଳ ପକ୍ଷରୁ ନିବେଦନ କରାଯାଇଛି। ସିପିଆଇ(ଏମ) ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ନବନେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଘଟଣା ସମ୍ପର୍କରେ ମୋ ପାଖରେ ଖବର ନାହିଁ। ଯଦି ଏପରି ଘଟିଥାଏ। ତା’ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବାଂଲାଦେଶରେ ଦୁର୍ଗାପୂଜା ଉତ୍ସବ ବେଳେ ପେଣ୍ଡାଲରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। କିଛି ଦୁର୍ବୃତ୍ତ ଦୁର୍ଗାପୂଜା ପେଣ୍ଡାଲ ସହ ମନ୍ଦିର ଉପରେ ଆକ୍ରମଣ ମଧ୍ୟ କରିଥିଲେ। ସେହିପରି ଏହି ସାଂପ୍ରଦାୟିକ ଗଣ୍ଡଗୋଳରେ କିଛି ଲୋକ ପ୍ରାଣ ହରାଇଥିଲେ। ଏହାର ତାତି ଭାରତରେ ମଧ୍ୟ ଦେଖିବାକୁ ମିଳିଛି।

Related story