ବେଙ୍ଗାଲୁର ମନା କଲା, ମଧ୍ୟପ୍ରଦେଶ ଡାକିଲା...ଅଫର ଦେଲେ ଦିଗବିଜୟ ସିଂ

ଭୋପାଳ: ବେଙ୍ଗାଲୁର ମନା କଲା। ମଧ୍ୟପ୍ରଦେଶ ଡାକିଲା। ବେଙ୍ଗାଲୁରୁରେ ବାରଣ ପରେ ମଧ୍ୟପ୍ରଦେଶରେ ସୋ’ ପାଇଁ ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମରା ଏବଂ ମୁନାୱାର ଫାରୁକିଙ୍କୁ ଆମନ୍ତ୍ରଣ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୋପାଳ ହୁଜୁର୍ ବିଧାନସଭା ନିର୍ବାଚନମଣ୍ଡଳର ବିଜେପି ବିଧାୟକ ରାମେଶ୍ୱର ଶର୍ମା । ସେ କହିଛନ୍ତି ଯେ ହିନ୍ଦୁ ଦେବତାଙ୍କୁ ଅସମ୍ମାନ କରିଥିବା ବ୍ୟକ୍ତିଙ୍କ ପ୍ରଦର୍ଶନକୁ କେବଳ ଭୋପାଳ  ନୁହେଁ, ମଧ୍ୟପ୍ରଦେଶର କେଉଁଠିବି ଅନୁମତି ଦିଆଯିବ […]

kunal

Tapas Behera
  • Published: Monday, 13 December 2021
  • , Updated: 16 December 2021, 04:54 PM IST

ଭୋପାଳ: ବେଙ୍ଗାଲୁର ମନା କଲା। ମଧ୍ୟପ୍ରଦେଶ ଡାକିଲା। ବେଙ୍ଗାଲୁରୁରେ ବାରଣ ପରେ ମଧ୍ୟପ୍ରଦେଶରେ ସୋ’ ପାଇଁ ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମରା ଏବଂ ମୁନାୱାର ଫାରୁକିଙ୍କୁ ଆମନ୍ତ୍ରଣ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୋପାଳ ହୁଜୁର୍ ବିଧାନସଭା ନିର୍ବାଚନମଣ୍ଡଳର ବିଜେପି ବିଧାୟକ ରାମେଶ୍ୱର ଶର୍ମା । ସେ କହିଛନ୍ତି ଯେ ହିନ୍ଦୁ ଦେବତାଙ୍କୁ ଅସମ୍ମାନ କରିଥିବା ବ୍ୟକ୍ତିଙ୍କ ପ୍ରଦର୍ଶନକୁ କେବଳ ଭୋପାଳ  ନୁହେଁ, ମଧ୍ୟପ୍ରଦେଶର କେଉଁଠିବି ଅନୁମତି ଦିଆଯିବ ନାହିଁ। ବିଧାୟକ କହିଛନ୍ତି, ଦିଗବିଜୟ ସିଂ ପାକିସ୍ତାନର ଆତଙ୍କବାଦୀଙ୍କୁ ତାଙ୍କ ଘରକୁ ବିରିୟାନି ପାର୍ଟି ପାଇଁ ଆମନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ନୁହେଁ ଯେ ଆମେ ସମସ୍ତେ ଏହାକୁ ଗ୍ରହଣ କରିବୁ। ବେଙ୍ଗାଲୁରରେ ଗତ ଥର ମୁନାୱାର ଫାରୁକିଙ୍କ ସୋ’କୁ ବ୍ୟାନ୍ କରାଯାଇଇଥିଲା। ପରେ ସେହି ବେଙ୍ଗାଲୁରୁରେ ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ ଧମକ ପାଇବା ପରେ ସୋ’ ବାତିଲ କରିଥିଲେ।

ଏହାପୂର୍ବରୁ ଧାର୍ମିକ ଭାବନାକୁ ଅଘାତ ଦେବା ଅଭିଯୋଗରେ ଫାରୁକିଙ୍କୁ ମାସେ ଜେଲରେ ରହିବାକୁ ପଡ଼ିଥିଲା । ତେବେ ଦିଗବିଜୟ ସିଂ କହିଛନ୍ତି ଯେ, ମୁଁ ଭୋପାଳରେ କୁନାଲ ଏବଂ ମୁନାୱାର ପାଇଁ ସୋ’ ଆୟୋଜନ କରିବି। ସମସ୍ତ ଦାୟିତ୍ୱ ମୋର । ଏକମାତ୍ର ସର୍ତ୍ତ ହେଉଛି କମେଡି ବିଷୟ ବସ୍ତୁ। ଆରଏସଏସ କ୍ୟାଡର ଏହାକୁ ବିରୋଧ କରିବା ଉଚିତ ନୁହେଁ । ଉଭୟଙ୍କୁ ଆହ୍ୱାନ କରି ଦିଗବିଜୟ କହିଛନ୍ତି ଭୟ କରିବାର କାରଣ କିଛି ନାହିଁ। ତୁମର ସୁବିଧା ଅନୁଯାୟୀ ତାରିଖ ଏବଂ ସମୟ ଦିଅ। ଆୟୋଜନ ଦାୟିତ୍ୱ ମୋର ବୋଲି ଦିଗବିଜୟ ଟ୍ୱିଟ୍ କରି କହିଛନ୍ତି।  ଦିଗବିଜୟଙ୍କ ଆବେଦନରେ ଉତ୍ତର ଦେଇ  ଶ୍ରୀ କାମରା  ଟ୍ୱିଟ୍ କରି କହିଛନ୍ତି, ନିମନ୍ତ୍ରଣ ପାଇଁ ସାର୍ ଆପଣଙ୍କୁ ଧନ୍ୟବାଦ। ତେବେ ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି ଯେ, ଭୋପାଳ ଏବଂ ମଧ୍ୟପ୍ରଦେଶରେ ଏହି ହାସ୍ୟ ଅଭିନେତାମାନଙ୍କ ସୋ’କୁ ଅନୁମତି ଦିଆଯିବ ନାହିଁ।

ଦିଗବିଜୟ ସିଂ ପାକିସ୍ତାନର ଆତଙ୍କବାଦୀଙ୍କୁ ତାଙ୍କ ବିରିୟାନି ପାର୍ଟି ପାଇଁ ଆମନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ନୁହେଁ ଯେ, ଆମେ ସମସ୍ତେ ଏହାକୁ ଗ୍ରହଣ କରିବୁ। ଯେଉଁମାନେ ପ୍ରଭୁ ରାମ ଏବଂ ମାତା ସୀତାଙ୍କୁ ଅସମ୍ମାନ କରିଛନ୍ତି ସେମାନେ ଭୋପାଳରେ ସୋ’ କରିପାରିବେ ନାହିଁ ବୋଲି ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି।

Related story