ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଘୋଷଣା କଲା କୋଭିଶିଲ୍ଡ ଟିକାର ଦାମ

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋଭିଶିଲ୍ଡ ଟିକା ଦର ଘୋଷଣା କରିଛି। ଘରୋଇ ହସ୍ପିଟାଲ ପାଇଁ ଏହି ଦର ୬୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ସ୍ଥିର କରିଛି ଏସଆଇଆଇ। କମ୍ପାନୀ ବିବୃତ୍ତିରେ କହିଛି, ଆସନ୍ତା ଦୁଇମାସ ମଧ୍ୟରେ ଟିକା ଉତ୍ପାଦନକୁ ବଢ଼ାଯିବ। ଭାରତ ସରକାରଙ୍କ ନିଷ୍ପତ୍ତି ପରେ କମ୍ପାନୀ ଟିକା ଦାମ ସ୍ଥିର କରିଛିଯ ସରକାରଙ୍କ ନିୟମ ଅନୁଯାୟୀ କେନ୍ଦ୍ରକୁ ୫୦% ଏବଂ  ଅବଶିଷ୍ଟାଂଶ କ୍ଷମତାରୁ ରାଜ୍ୟ ସରକାର […]

Covishield-Vaccine

Subhransu Sekhar
  • Published: Wednesday, 21 April 2021
  • , Updated: 21 April 2021, 01:16 PM IST

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋଭିଶିଲ୍ଡ ଟିକା ଦର ଘୋଷଣା କରିଛି। ଘରୋଇ ହସ୍ପିଟାଲ ପାଇଁ ଏହି ଦର ୬୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ସ୍ଥିର କରିଛି ଏସଆଇଆଇ। କମ୍ପାନୀ ବିବୃତ୍ତିରେ କହିଛି, ଆସନ୍ତା ଦୁଇମାସ ମଧ୍ୟରେ ଟିକା ଉତ୍ପାଦନକୁ ବଢ଼ାଯିବ। ଭାରତ ସରକାରଙ୍କ ନିଷ୍ପତ୍ତି ପରେ କମ୍ପାନୀ ଟିକା ଦାମ ସ୍ଥିର କରିଛିଯ ସରକାରଙ୍କ ନିୟମ ଅନୁଯାୟୀ କେନ୍ଦ୍ରକୁ ୫୦% ଏବଂ  ଅବଶିଷ୍ଟାଂଶ କ୍ଷମତାରୁ ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନାକୁ ଦିଆଯିବ।

https://twitter.com/ANI/status/1384768031709036547?s=20

କୋଭିଶିଲ୍ଡ ଟିକାର ଦାମ ଆମେରିକାର ଟିକାକୁ ଲକ୍ଷ୍ୟ ରଖି ତିଆରି କରିଛି। ଆମେରିକାନ ଟିକାର ଦାମ ୧୫୦୦ ଟଙ୍କା ରହିଥିବା ବେଳେ ରୁଷିଆ ଏବଂ ଚାଇନାର ଟିକାର ଦାମ ୭୫୦ ଟଙ୍କା ରହିଛି। କୋଭିଶିଲ୍ଡ କିନ୍ତୁ ଏହି ସବୁ ଦେଶ ତୁଳନାରେ ଟିକାର ଦାମ କମ ରଖିଛି।

ଭାରତ ସରକାର ଟିକାକରଣକୁ ଜୋରଦାର କରିବା ପାଇଁ ନିକଟରେ ରୁଷିଆର ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି। ଯଦି ଏହା ବଜାରରେ ଉପଲବ୍ଧ ହେବ ତାହେଲେ ଏହାର ଦାମ ୭୫୦ ଟଙ୍କା ପାଖାପାଖି ରହିପାରେ। ଯାହାକି କୋଭିଶିଲ୍ଡ ପାଖରୁ ଅଧିକ ଦାମ। କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି। ଯାହାକି କୋଭିଶିଲ୍ଡ ପାଖରୁ ଅଧିକ। ସେହିପରି ଆମେରିକାର ଟିକା ମଡେର୍ଣ୍ଣା, ଫାଇଜର, ଜନସନ ଆଣ୍ଡ ଜନସନ ଭଳି କମ୍ପାନୀର ଟିକାର ବ୍ୟବହାର ପାଇଁ ଭାରତ ସରକାର ଆଗାମୀ ଦିନରେ ଅନୁମତି ଦେଇପାରନ୍ତି।

ସୂଚନାଯୋଗ୍ୟ, ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଟିକା ନେବାର ସର୍ବନିମ୍ନ ବୟସ ୧୮ କରିଛନ୍ତି ସରକାର। କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ ଉକ୍ତ ଟିକା ଉତ୍ପାଦନକାରୀ କମ୍ପାନୀ। ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ଔଷଧ ଦୋକାନ, ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ।

ସୂଚନାଯୋଗ୍ୟ,  ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ। ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି।

Related story